ଆନ୍ଧ୍ରପ୍ରଦେଶ ପରିବହନ ମନ୍ତ୍ରୀଙ୍କ ପତ୍ନୀଙ୍କ ଦବଙ୍ଗଗିରି, ସବ୍ଇନ୍ସପେକ୍ଟରଙ୍କୁ ତାଗିଦ କରି ହେଲେ ଟ୍ରୋଲ୍
ଆନ୍ଧ୍ରପ୍ରଦେଶ ୨/୭: ଟ୍ରାଫିକ ଭିଡରେ ଫସିଗଲେ ମନ୍ତ୍ରୀଙ୍କ ସ୍ତ୍ରୀ ।ପ୍ରାୟ ୩୦ ମିନିଟ୍ ଅପେକ୍ଷା ପରେ ରାଗ ତମ ତମ ହୋଇଗଲେ । ଡ୍ୟୁଟିରେ ଥିବା ପୋଲିସକୁ ପଚାରିଲେ ତୁମକୁ କିଏ ଦରମା ଦେଉଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ମନ୍ତ୍ରୀଙ୍କ ପତ୍ନୀଙ୍କ ବ୍ୟବହାର ଅନେକଙ୍କୁ ପସନ୍ଦ ଆସିନି । ଅନେକ ୟୁଜର୍ସ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରୁଛନ୍ତି । ଆନ୍ଧ୍ରପ୍ରଦେଶର ଟ୍ରାନ୍ସପୋର୍ଟ ମିନିଷ୍ଟର ରାମପ୍ରସାଦ ରେଡ୍ଡୀଙ୍କ ପତ୍ନୀ ହରିଥା ରେଡ୍ଡୀ ଏକ ସ୍ଥାନୀୟ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଇଥିଲେ । ଅଧାରାସ୍ତାରେ ଟ୍ରାଫିକରେ ତାଙ୍କୁ ଅପେକ୍ଷା କରିବାକୁ ପଡିଲା । ପ୍ରାୟ ୩୦ ମିନିଟ ବସିବା ପରେ ମ୍ୟାଡାମଙ୍କ ମୁଡ୍ ଅପ୍ ହୋଇଯାଇଥିଲା । ଆଉ ସବୁତକ ରାଗ ସେଠାରେ ଉପସ୍ଥିତ ଥିବା ସବଇନ୍ସପେକ୍ଟରଙ୍କ ଉପରେ ଝାଡିଦେଇଥିଲେ । ତାଙ୍କୁ ତାଗିଦ କରିବା ଢଙ୍ଗରେ କହିଲେ ତମ ପାଇଁ ସକାଳ ହୋଇନି କି ? ତୁମେ ଡ୍ୟୁଟିରେ ଅଛ ନା ବାହାଘର ଭୋଜି ଖାଇବାକୁ ଆସିଛ ? ତୁମ ପାଇଁ ମୁଁ ଅଧ ଘଣ୍ଟା ଅପେକ୍ଷା କରିଛି, ତୁମକୁ ଦରମା ଦେଉଛି କିଏ ? ସରକାର ନା YSRCP ?ପୁରା ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓ ଶେଷରେ ସବ୍ ଇନ୍ସପେକ୍ଟର ହରିଥା ରେଡ୍ଡୀଙ୍କୁ ଅଭିବାଦନ ଜଣାଇ ସାଲ୍ୟୁଟ କରିଥିଲେ । ହରିଥାଙ୍କ ଏଭଳି ଆଚରଣକୁ ବିରୋଧ କରିଛି ବିରୋଧୀ ଦଳ YSRCP । ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ମଧ୍ୟ
ଆନ୍ଧ୍ରପ୍ରଦେଶ ୨/୭: ଟ୍ରାଫିକ ଭିଡରେ ଫସିଗଲେ ମନ୍ତ୍ରୀଙ୍କ ସ୍ତ୍ରୀ ।ପ୍ରାୟ ୩୦ ମିନିଟ୍ ଅପେକ୍ଷା ପରେ ରାଗ ତମ ତମ ହୋଇଗଲେ । ଡ୍ୟୁଟିରେ ଥିବା ପୋଲିସକୁ ପଚାରିଲେ ତୁମକୁ କିଏ ଦରମା ଦେଉଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ମନ୍ତ୍ରୀଙ୍କ ପତ୍ନୀଙ୍କ ବ୍ୟବହାର ଅନେକଙ୍କୁ ପସନ୍ଦ ଆସିନି । ଅନେକ ୟୁଜର୍ସ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରୁଛନ୍ତି ।
ଆନ୍ଧ୍ରପ୍ରଦେଶର ଟ୍ରାନ୍ସପୋର୍ଟ ମିନିଷ୍ଟର ରାମପ୍ରସାଦ ରେଡ୍ଡୀଙ୍କ ପତ୍ନୀ ହରିଥା ରେଡ୍ଡୀ ଏକ ସ୍ଥାନୀୟ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଇଥିଲେ । ଅଧାରାସ୍ତାରେ ଟ୍ରାଫିକରେ ତାଙ୍କୁ ଅପେକ୍ଷା କରିବାକୁ ପଡିଲା । ପ୍ରାୟ ୩୦ ମିନିଟ ବସିବା ପରେ ମ୍ୟାଡାମଙ୍କ ମୁଡ୍ ଅପ୍ ହୋଇଯାଇଥିଲା । ଆଉ ସବୁତକ ରାଗ ସେଠାରେ ଉପସ୍ଥିତ ଥିବା ସବଇନ୍ସପେକ୍ଟରଙ୍କ ଉପରେ ଝାଡିଦେଇଥିଲେ । ତାଙ୍କୁ ତାଗିଦ କରିବା ଢଙ୍ଗରେ କହିଲେ ତମ ପାଇଁ ସକାଳ ହୋଇନି କି ? ତୁମେ ଡ୍ୟୁଟିରେ ଅଛ ନା ବାହାଘର ଭୋଜି ଖାଇବାକୁ ଆସିଛ ? ତୁମ ପାଇଁ ମୁଁ ଅଧ ଘଣ୍ଟା ଅପେକ୍ଷା କରିଛି, ତୁମକୁ ଦରମା ଦେଉଛି କିଏ ? ସରକାର ନା YSRCP ?
ପୁରା ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓ ଶେଷରେ ସବ୍ ଇନ୍ସପେକ୍ଟର ହରିଥା ରେଡ୍ଡୀଙ୍କୁ ଅଭିବାଦନ ଜଣାଇ ସାଲ୍ୟୁଟ କରିଥିଲେ । ହରିଥାଙ୍କ ଏଭଳି ଆଚରଣକୁ ବିରୋଧ କରିଛି ବିରୋଧୀ ଦଳ YSRCP । ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ହରିଥାଙ୍କ ଏପରି ବ୍ୟବହାରକୁ ନେଇ ଖପ୍ପା ହେବା ପରେ ମନ୍ତ୍ରୀ ରାମପ୍ରସାଦ ନିଜେ ପତ୍ନୀଙ୍କ ଏପରି ବ୍ୟବହାର ପାଇଁ ଦୁଃଖପ୍ରକାଶ କରିବା ସହ କ୍ଷମା ମାଗିଛନ୍ତି । ଆଉ ଏମିତି ରିପିଟ ନହେବାର ପ୍ରତିଶୃତି ବି ଦେଇଛନ୍ତି ।