ଆନ୍ଧ୍ରରେ ବଦଳିବ ରାଜନୈତିକ ସମୀକରଣ; ଏକାଠି ଲଢିବେ ବିଜେପି-ଟିଡିପି-ଜନସେନା !

ଆନ୍ଧ୍ରରେ ଡବଲ ଇଞ୍ଜିନ ସରକାର ଆଗକୁ ବଢିବ ଓ ସୁଶାସନ ଆଣିବ ବୋଲି ଟିଡିପି ପକ୍ଷରୁ କୁହାଯାଇଛି ।ଆନ୍ଧ୍ରରେ ମୁଖ୍ୟମନ୍ତ୍ରୀ ଥିବା ବେଳେ ଚନ୍ଦ୍ରବାବୁ ଏନଡିଏର ହାତ ଛାଡିଥିଲେ। ରାଜ୍ୟକୁ ଅର୍ଥ ଆବଣ୍ଟନକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଏନଡିଏରୁ ବିଦାୟ ନେଇଥିଲେ ।

ଆନ୍ଧ୍ରରେ ବଦଳିବ ରାଜନୈତିକ ସମୀକରଣ; ଏକାଠି ଲଢିବେ ବିଜେପି-ଟିଡିପି-ଜନସେନା !

ଆସନ୍ତା ନିର୍ବାଚନରେ ଆନ୍ଧ୍ର ପ୍ରଦେଶରେ ବଦଳିପାରେ ରାଜନୈତିକ ସମୀକରଣ । ବିଜେପି, ଟିଡିପି ଓ ପୱନ କଲ୍ୟାଣଙ୍କ ଜନସେନା ମିଶି ଏଥର ନିର୍ବାଚନ ଲଢିବେ । ମେଣ୍ଟ ନେଇ ଦିନେ ଦୁଇ ଦିନ ମଧ୍ୟରେ ଘୋଷଣା ହେବ । ୨୦୧୮ ପରେ ଏନଡିଏକୁ ଫେରିବ ଟିଡିପି।

ଯଦିଓ ଏନେଇ ଦଳ ତରଫରୁ କୌଣସି ପ୍ରକାର ଘୋଷଣା ହୋଇନାହିଁ କିନ୍ତୁ ଆନ୍ଧ୍ରର ଟିଡିପି ନେତା ପ୍ରେମ କୁମାର ଜୈନ ସୂଚନା ଦେଇଛନ୍ତି। ସେ କହିଛନ୍ତି ଜଗନ ମୋହନ ରେଡ୍ଡିଙ୍କ ସରକାରଙ୍କ କୁଶାସନରେ ରାଜ୍ୟ ଖରାପ ପରିଣାମ ଭୋଗିଛି । ଆଗକୁ ଟିଡିପି, ଜନସେନା ବିଜେପି ସହ ମିଶି ସରକାର ଗଢିବ ।

ଆନ୍ଧ୍ରରେ ଡବଲ ଇଞ୍ଜିନ ସରକାର ଆଗକୁ ବଢିବ ଓ ସୁଶାସନ ଆଣିବ ବୋଲି ଟିଡିପି ପକ୍ଷରୁ କୁହାଯାଇଛି । ଆନ୍ଧ୍ରରେ ମୁଖ୍ୟମନ୍ତ୍ରୀ ଥିବା ବେଳେ ଚନ୍ଦ୍ରବାବୁ ଏନଡିଏର ହାତ ଛାଡିଥିଲେ। ରାଜ୍ୟକୁ ଅର୍ଥ ଆବଣ୍ଟନକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଏନଡିଏରୁ ବିଦାୟ ନେଇଥିଲେ । ଏବେ ଆଗକୁ ନିର୍ବାଚନ ଥିବାରୁ ଏନଡିଏକୁ ଫେରିବାକୁ ଚନ୍ଦ୍ରବାବୁ ମନବଳାଇଛନ୍ତି ।

ଗତକାଲି ଚନ୍ଦ୍ରବାବୁ ନାଇଡୁ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା କରିଛନ୍ତି । ମେଣ୍ଟ ନେଇ ବୈଠକରେ ଆଲୋଚନା ହୋଇଛି । ସେହିପରି ଫିଲ୍ମ ଷ୍ଟାରରୁ ରାଜନେତା ପାଲଟିଥିବା ପୱନ୍ କଲ୍ୟାଣଙ୍କ ଜନସେନା, ଟିଡିପି ସହ ମିଶି ଆନ୍ଧ୍ର ନିର୍ବାଚନ ଲଢ଼ିପାରେ। ଗତକାଲି ପୱନ କଲ୍ୟାଣ ମଧ୍ୟ ଅମିତ ଶାହାଙ୍କୁ ଭେଟି ଆଲୋଚନା କରିଛନ୍ତି।