ଆପଣଙ୍କ କଥା କିଏ ଶୁଣୁଛି…ମୋଦି? ମୋହନ ଭାଗବତଙ୍କ ଭାଷଣକୁ ନେଇ ପ୍ରତିକ୍ରିୟା ରଖିଲେ ସିବଲ

ନୂଆଦିଲ୍ଲୀ,୧୩।୧୦: ରାଷ୍ଟ୍ରୀୟ ସ୍ବୟଂସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଶନିବାର (୧୨ ଅକ୍ଟୋବର ୨୦୨୪) ବିଜୟାଦଶମୀ ବିଷୟରେ ଭାଷଣ ଦେଇଥିଲେ, ଯାହା ଉପରେ ଦେଶରେ ରାଜନୀତି ଉଷ୍ମ ହୋଇଛି। ଏହାକୁ ନେଇ ଏବେ ନିଜର ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସଭା ଏମପି କପିଲ ସିବଲ। ମୋହନ ଭାଗବତଙ୍କ ବିଜୟାଦଶମୀ ଭାଷଣରେ ସେ ସାମାଜିକ ତଥା ସାଂସ୍କୃତିକ ସମନ୍ବୟ ଉପରେ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟ ସଭା ଏମପି କପିଲ ସିବଲ ଏକ୍ସରେ ପୋଷ୍ଟ କରିଛନ୍ତି, ବିଜୟାଦଶମୀ ଉପରେ […] The post ଆପଣଙ୍କ କଥା କିଏ ଶୁଣୁଛି…ମୋଦି? ମୋହନ ଭାଗବତଙ୍କ ଭାଷଣକୁ ନେଇ ପ୍ରତିକ୍ରିୟା ରଖିଲେ ସିବଲ appeared first on Dharitri Odia News.

ଆପଣଙ୍କ କଥା କିଏ ଶୁଣୁଛି…ମୋଦି? ମୋହନ ଭାଗବତଙ୍କ ଭାଷଣକୁ ନେଇ ପ୍ରତିକ୍ରିୟା ରଖିଲେ ସିବଲ

ନୂଆଦିଲ୍ଲୀ,୧୩।୧୦: ରାଷ୍ଟ୍ରୀୟ ସ୍ବୟଂସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଶନିବାର (୧୨ ଅକ୍ଟୋବର ୨୦୨୪) ବିଜୟାଦଶମୀ ବିଷୟରେ ଭାଷଣ ଦେଇଥିଲେ, ଯାହା ଉପରେ ଦେଶରେ ରାଜନୀତି ଉଷ୍ମ ହୋଇଛି। ଏହାକୁ ନେଇ ଏବେ ନିଜର ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସଭା ଏମପି କପିଲ ସିବଲ। ମୋହନ ଭାଗବତଙ୍କ ବିଜୟାଦଶମୀ ଭାଷଣରେ ସେ ସାମାଜିକ ତଥା ସାଂସ୍କୃତିକ ସମନ୍ବୟ ଉପରେ ଗୁରୁତ୍ୱାରୋପ କରିଥିଲେ।
ରାଜ୍ୟ ସଭା ଏମପି କପିଲ ସିବଲ ଏକ୍ସରେ ପୋଷ୍ଟ କରିଛନ୍ତି, ବିଜୟାଦଶମୀ ଉପରେ ମୋହନ ଭାଗବତଙ୍କ ବାର୍ତ୍ତା। ସମସ୍ତ ପ୍ରକାରର ଲୋକଙ୍କ ମଧ୍ୟରେ ବନ୍ଧୁତା ରଖିବା ଉଚିତ। ଭାଷା ବିବିଧ ହୋଇପାରେ, ସଂସ୍କୃତି ବିବିଧ ହୋଇପାରେ, ଖାଦ୍ୟ ବିବିଧ ହୋଇପାରେ କିନ୍ତୁ ବନ୍ଧୁତା, ଏହା ଏକାଠି ହେବା ଉଚିତ ଆଉ କିଏ ସେମାନଙ୍କ କଥା ଶୁଣୁଛନ୍ତି?
ନାଗପୁରରେ ଆୟୋଜିତ ଦଶହରା କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଗଠନର ମୁଖ୍ୟ ମୋହନ ଭାଗବତ ସାମାଜିକ ବିକାଶରେ ସହଯୋଗ କରିଥିବା ମହାନ ବ୍ୟକ୍ତିତ୍ୱଙ୍କୁ ମନେ ପକାଇଥିଲେ। ଅହିଲ୍ୟବାଇ ହୋଲକର ଏବଂ ଦୟାନନ୍ଦ ସରସ୍ବତୀଙ୍କ ବିଷୟରେ ସେ କହିଛନ୍ତି ଯେ ଏହି ଲୋକମାନେ ସମାଜର ବିକାଶରେ ସେମାନଙ୍କର ଅମୂଲ୍ୟ ଅବଦାନ ଦେଇ ଆମ ସମସ୍ତଙ୍କ ଜୀବନରେ ଏକ ଗଭୀର ପ୍ରଭାବ ପକାଇଛନ୍ତି, ଯାହା ଆମ ପାଇଁ ଏକ ଆଦର୍ଶ ଅଟେ। ବର୍ତ୍ତମାନ ସେମାନଙ୍କର ଆଦର୍ଶକୁ ଆଗାମୀ ପଢି ନିକଟରେ ପହଞ୍ଚାଇବା ଆମର ମୌଳିକ କର୍ତ୍ତବ୍ୟ। ଭାଗବତ କହିଛନ୍ତି, ସାମାଜିକ ସୌହାର୍ଦ୍ଦ୍ୟ ଏବଂ ଏକତା ପାଇଁ ଜାତି ଏବଂ ଧର୍ମଠାରୁ ଉର୍ଦ୍ଧ୍ୱରେ ରହି ବ୍ୟକ୍ତିବିଶେଷ ଏବଂ ପରିବାର ମଧ୍ୟରେ ବନ୍ଧୁତା ରହିବା ଆବଶ୍ୟକ।

The post ଆପଣଙ୍କ କଥା କିଏ ଶୁଣୁଛି…ମୋଦି? ମୋହନ ଭାଗବତଙ୍କ ଭାଷଣକୁ ନେଇ ପ୍ରତିକ୍ରିୟା ରଖିଲେ ସିବଲ appeared first on Dharitri Odia News.