ଆପଣଙ୍କ ପରାମର୍ଶ ଆମର ଆବଶ୍ୟକ ନାହିଁ, ବାବା ରାମଦେବ, ବାଲକ୍ରିଷ୍ଣାଙ୍କୁ କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୬।୪: ମଙ୍ଗଳବାର ପତଞ୍ଜଳିର ଭ୍ରମାତ୍ମକ ବିଜ୍ଞାପନ ପ୍ରସଙ୍ଗରେ ଶୁଣାଣି ସୁପ୍ରିମକୋର୍ଟରେ ଚାଲିଛି। ଶୁଣାଣି ସମୟରେ ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ଅମାନୁଲ୍ଲାଙ୍କ ବେଞ୍ଚ ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କୁ କହିଛନ୍ତି ଯେ ଆପଣଙ୍କର ବହୁତ ସମ୍ମାନ ରହିଛି। ଆପଣ ବହୁତ କିଛି କରିଛନ୍ତି। ଏଥି ସହିତ ଉଭୟଙ୍କ ଓକିଲ ମୁକୁଲ ରୋହତଗୀ କହିଛନ୍ତି ଯେ ଆମେ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିବାକୁ ପ୍ରସ୍ତୁତ, ତେଣୁ ଲୋକମାନେ ଏହା ମଧ୍ୟ ଜାଣିବେ ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ […] The post ଆପଣଙ୍କ ପରାମର୍ଶ ଆମର ଆବଶ୍ୟକ ନାହିଁ, ବାବା ରାମଦେବ, ବାଲକ୍ରିଷ୍ଣାଙ୍କୁ କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ appeared first on Dharitri Odia News.
ନୂଆଦିଲ୍ଲୀ,୧୬।୪: ମଙ୍ଗଳବାର ପତଞ୍ଜଳିର ଭ୍ରମାତ୍ମକ ବିଜ୍ଞାପନ ପ୍ରସଙ୍ଗରେ ଶୁଣାଣି ସୁପ୍ରିମକୋର୍ଟରେ ଚାଲିଛି। ଶୁଣାଣି ସମୟରେ ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ଅମାନୁଲ୍ଲାଙ୍କ ବେଞ୍ଚ ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କୁ କହିଛନ୍ତି ଯେ ଆପଣଙ୍କର ବହୁତ ସମ୍ମାନ ରହିଛି। ଆପଣ ବହୁତ କିଛି କରିଛନ୍ତି।
ଏଥି ସହିତ ଉଭୟଙ୍କ ଓକିଲ ମୁକୁଲ ରୋହତଗୀ କହିଛନ୍ତି ଯେ ଆମେ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିବାକୁ ପ୍ରସ୍ତୁତ, ତେଣୁ ଲୋକମାନେ ଏହା ମଧ୍ୟ ଜାଣିବେ ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବା ପାଇଁ ଆମେ ଗମ୍ଭୀର ଅଟୁ। ଏହାକୁ ନେଇ ଜଷ୍ଟିସ ଅମାନୁଲ୍ଲା କହିଛନ୍ତି ଯେ ଏଥିପାଇଁ ଆମର ପରାମର୍ଶର ଆବଶ୍ୟକତା ନାହିଁ।
ଜଷ୍ଟିସ କୋହଲି ବାବା ରାମଦେବଙ୍କୁ ହିନ୍ଦୀରେ ପଚାରିଥିଲେ ଯେ ଆପଣ କୋର୍ଟ ବିରୋଧରେ ଯାହା କରିଛନ୍ତି ତାହା ଠିକ ଅଛି କି? ଏହା ଉପରେ ବାବା ରାମଦେବ କହିଛନ୍ତି ଯେ ଜଜ ସାହେବ, ଆମକୁ କେବଳ କହିବାକୁ ପଡିବ ଯେ ଆମେ ଯାହା ଭୁଲ କରିଛୁ ସେଥିପାଇଁ ଆମେ ସର୍ତ୍ତମୂଳକ କ୍ଷମା ପ୍ରାର୍ଥନା ଗ୍ରହଣ କରିଛୁ।
The post ଆପଣଙ୍କ ପରାମର୍ଶ ଆମର ଆବଶ୍ୟକ ନାହିଁ, ବାବା ରାମଦେବ, ବାଲକ୍ରିଷ୍ଣାଙ୍କୁ କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ appeared first on Dharitri Odia News.