ଆପଲକୁ ଭାରି ପଡ଼ିଲା ଆପ୍ ଟ୍ରାକିଂ, ଫ୍ରାନ୍ସ ଲଗାଇଲା ୧୬୦୦ ମିଲିୟନ ୟୁରୋର ଜରିମାନା
ନୂଆଦିଲ୍ଲୀ: ଆପଲ ଉପରେ ୧୫୦ ମିଲିୟନ ୟୁରୋ ବା ପ୍ରାୟ ୧, ୬୨୪ କୋଟି ଟଙ୍କାର ଜରିମାନା ଲଗାଇଛି ଫ୍ରାନ୍ସର ପ୍ରତିସ୍ପର୍ଦ୍ଧା ନିରୀକ୍ଷଣ ସଂସ୍ଥା। ଅଭିଯୋଗ ହୋଇଛି ଆପଲ,୨୦୨୧ରୁ ୨୦୨୩ ମଧ୍ୟରେ ଏହାର ଡିଭାଇସରେ ମୋବାଇଲ ଆପ୍ ବିଜ୍ଞାପନ ସହ ଜଡ଼ିତ ଗତିବିଧିରେ ଥିବା ନିଜର ମଜଭୁତ ସ୍ଥିତିର ଅପବ୍ୟବହାର କରିଛି। ଆୟୋଗ ଅନୁଯାୟୀ, ଆପଲ ‘ଆପ୍ ଟ୍ରାକିଂ ଟ୍ରାନ୍ସପେରେନ୍ସୀ’ (ଏଟିଟି) ନାଁରେ ପ୍ରାଇଭେସୀ ଟୁଲ ସହାୟତାରେ ନିଜ ପ୍ଳାଟଫର୍ମରେ ପ୍ରତିଯୋଗିତାକୁ କ୍ଷତି ପହଞ୍ଚାଇଛି। ସଂସ୍ଥା କହିଛି କମ୍ପାନି ଏହାର ‘ଆପ୍ ଟ୍ରାକିଂ ଟ୍ରାପ୍ସପେରେନ୍ସୀ’ ଟୁଲ ଜରିଆାରେ ମୋବାଇଲ ଆପ୍ ବିଜ୍ଞାପନ ବଜାରରେ ଏହାର ମଜଭୁତ ସ୍ଥିତିର ଦୁରୂପଯୋଗ କରିଛି। ଅବଶ୍ୟ ରେଗୁଲେଟର ଆପଲକୁ ଏହି ଟୁଲ୍ରେ କୗଣସି ପରିବର୍ତ୍ତନ ପାଇଁ ଆଦେଶ ଦେଇନାହିଁ। ତେବେ ଏହା ପ୍ରଥମ ଥର ଯେତେବେଳେ କୌଣସି ଆଣ୍ଟିଟ୍ରଷ୍ଟ ଅଥରିଟି ବା ପ୍ରତିସ୍ପର୍ଦ୍ଧା ଆୟୋଗ ଏଟିଟି ସହ ଜଡ଼ିତ କୌଣସି କାର୍ଯ୍ୟାନୁଷ୍ଠାନରେ ଆପଲକୁ କମ୍ପାନି ଏଭଳି ଜରିମାନା ଲଗାଇଛି।ଏଟିଟି ଟୁଲ୍ ସାହାଯ୍ୟରେ ଆଇଫୋନ୍ ଏବଂ ଆଇପ୍ୟାଡ୍ ୟୁଜର୍ସ ନିର୍ଦ୍ଧାରିତ କରିପାରିବେ ଯେ, କେଉଁ ଆପ୍ ସେମାନଙ୍କ ଅନଲାଇନ୍ ଆକ୍ଟିଭିଟିକୁ ଟ୍ରାକ୍ କରିପାରିବେ। ଫ୍ରେଞ୍ଚ ରେଗୁଲେଟର କହିଛି, ‘ଏଟିଟିର ଉଦ୍ଦେଶ୍ୟ ଡାଟା ସୁରକ୍ଷା, ଯାହା ଭୁଲ ନୁହେଁ, କିନ୍ତୁ ଏହାକୁ ଲାଗୁ କରିବାର ଉପାୟ ଅନାବଶ୍ୟକ ଏବଂ ଅନୁପାତହୀନ। ଏ
ନୂଆଦିଲ୍ଲୀ: ଆପଲ ଉପରେ ୧୫୦ ମିଲିୟନ ୟୁରୋ ବା ପ୍ରାୟ ୧, ୬୨୪ କୋଟି ଟଙ୍କାର ଜରିମାନା ଲଗାଇଛି ଫ୍ରାନ୍ସର ପ୍ରତିସ୍ପର୍ଦ୍ଧା ନିରୀକ୍ଷଣ ସଂସ୍ଥା। ଅଭିଯୋଗ ହୋଇଛି ଆପଲ,୨୦୨୧ରୁ ୨୦୨୩ ମଧ୍ୟରେ ଏହାର ଡିଭାଇସରେ ମୋବାଇଲ ଆପ୍ ବିଜ୍ଞାପନ ସହ ଜଡ଼ିତ ଗତିବିଧିରେ ଥିବା ନିଜର ମଜଭୁତ ସ୍ଥିତିର ଅପବ୍ୟବହାର କରିଛି।
ଆୟୋଗ ଅନୁଯାୟୀ, ଆପଲ ‘ଆପ୍ ଟ୍ରାକିଂ ଟ୍ରାନ୍ସପେରେନ୍ସୀ’ (ଏଟିଟି) ନାଁରେ ପ୍ରାଇଭେସୀ ଟୁଲ ସହାୟତାରେ ନିଜ ପ୍ଳାଟଫର୍ମରେ ପ୍ରତିଯୋଗିତାକୁ କ୍ଷତି ପହଞ୍ଚାଇଛି। ସଂସ୍ଥା କହିଛି କମ୍ପାନି ଏହାର ‘ଆପ୍ ଟ୍ରାକିଂ ଟ୍ରାପ୍ସପେରେନ୍ସୀ’ ଟୁଲ ଜରିଆାରେ ମୋବାଇଲ ଆପ୍ ବିଜ୍ଞାପନ ବଜାରରେ ଏହାର ମଜଭୁତ ସ୍ଥିତିର ଦୁରୂପଯୋଗ କରିଛି। ଅବଶ୍ୟ ରେଗୁଲେଟର ଆପଲକୁ ଏହି ଟୁଲ୍ରେ କୗଣସି ପରିବର୍ତ୍ତନ ପାଇଁ ଆଦେଶ ଦେଇନାହିଁ। ତେବେ ଏହା ପ୍ରଥମ ଥର ଯେତେବେଳେ କୌଣସି ଆଣ୍ଟିଟ୍ରଷ୍ଟ ଅଥରିଟି ବା ପ୍ରତିସ୍ପର୍ଦ୍ଧା ଆୟୋଗ ଏଟିଟି ସହ ଜଡ଼ିତ କୌଣସି କାର୍ଯ୍ୟାନୁଷ୍ଠାନରେ ଆପଲକୁ କମ୍ପାନି ଏଭଳି ଜରିମାନା ଲଗାଇଛି।
ଏଟିଟି ଟୁଲ୍ ସାହାଯ୍ୟରେ ଆଇଫୋନ୍ ଏବଂ ଆଇପ୍ୟାଡ୍ ୟୁଜର୍ସ ନିର୍ଦ୍ଧାରିତ କରିପାରିବେ ଯେ, କେଉଁ ଆପ୍ ସେମାନଙ୍କ ଅନଲାଇନ୍ ଆକ୍ଟିଭିଟିକୁ ଟ୍ରାକ୍ କରିପାରିବେ। ଫ୍ରେଞ୍ଚ ରେଗୁଲେଟର କହିଛି, ‘ଏଟିଟିର ଉଦ୍ଦେଶ୍ୟ ଡାଟା ସୁରକ୍ଷା, ଯାହା ଭୁଲ ନୁହେଁ, କିନ୍ତୁ ଏହାକୁ ଲାଗୁ କରିବାର ଉପାୟ ଅନାବଶ୍ୟକ ଏବଂ ଅନୁପାତହୀନ। ଏହା ବିଶେଷ କରି ଛୋଟ ପବ୍ଲିଶର୍ସଙ୍କୁ କ୍ଷତି ପହଞ୍ଚାଉଛି। ଯେଉଁମାନେ ବ୍ୟବସାୟକୁ ଚଳାଇବା ପାଇଁ ଥାର୍ଡ-ପାର୍ଟି ଡାଟା ଉପରେ ନିର୍ଭର ରୁହନ୍ତି।’’
ସେପଟେ ଆପଲ ଫ୍ରାନ୍ସରେ ଲଗାଯାଇଥିବା ଜରିମାନା ଉପରେ ନିରାଶା ପ୍ରକାଶ କରିଛି। କିନ୍ତୁ ଏହା ମଧ୍ୟ କହିଛି ଯେ, ରେଗୁଲେଟର ତାହାର ପ୍ରାଇଭେସୀ କଣ୍ଟ୍ରୋଲ ଟୁଲ୍ରେ କୌଣସି ପରିବର୍ତ୍ତନ କରିବାକୁ କହିନାହିଁ।
ସୂଚନାଥାଉକି, ଆପଲର ଏଟିଟି ଟୁଲ ଜର୍ମାନୀର ପ୍ରତିସ୍ପର୍ଦ୍ଧା ଏଜେନ୍ସୀର ଯାଞ୍ଚ ଅଧୀନରେ ରହିଛି। ଫେବ୍ରୁଆରୀରେ ସେଠାରେ ସଂସ୍ଥା ଆପଲ ଉପରେ ନିଜକୁ ଅନୁଚିତ ଲାଭ ପହଞ୍ଚାଇବାର ଅଭିଯୋଗ ଲଗାଇଥିଲା। ପୂର୍ବରୁ ଗତ ବର୍ଷ ମଧ୍ୟ ୟୁରୋପୀୟ ସଂଘ (EU) ଆପଲ ଉପରେ ୧.୮ ବିଲିୟନ ୟୁରୋର ଜରିମାନା ଲଗାଇଥିଲା। ଅଭିଯୋଗ ହୋଇଥିଲା ଆପ ଷ୍ଟୋର ଜରିଆରେ ମ୍ୟୁଜିକ୍ ଷ୍ଟ୍ରିମିଂ ପ୍ରତିସ୍ପର୍ଦ୍ଧାକୁ କ୍ଷତି ପହଞ୍ଚାଉଛି। ଏହି ମାମଲା ସ୍ବିଡିଶ ମ୍ୟୁଜିକ୍ ଷ୍ଟ୍ରିମିଂ କମ୍ପାନି ସ୍ପଟିଫାଏର ଅଭିଯୋଗ ପରେ ଆରମ୍ଭ ହୋଇଥିଲା।