ଆପଲ୍ ସିଇଓଙ୍କୁ ଡୋନାଲ୍ଡ ଟ୍ରମ୍ପଙ୍କ ପରାମର୍ଶ, କହିଲେ-ଭାରତରେ ବନାଅ ନାହିଁ iphone

ମୁମ୍ଵାଇ ୧୬।୦୫; ଭାରତ ଏବଂ ଆମେରିକା ମଧ୍ୟରେ ଶୁଳ୍କ ନେଇ ବାଣିଜ୍ୟ ଆଲୋଚନା ଚାଲିଛି। ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆପଲ ସିଇଓ ଟିମ୍ କୁକଙ୍କୁ ଭାରତରେ ଆପଲ ପ୍ରଡକ୍ଟ ବନାଇବାକୁ ମନା କରିଛନ୍ତି। ଟ୍ରମ୍ପ କହିଥିଲେ ମୁଁ ଚାହୁଁନାହିଁ ଯେ ତୁମେ ଭାରତରେ ଆପଲ୍ ପ୍ରଡକ୍ଟ ତିଆରି କର, ସେମାନେ ନିଜର ନିଜ କଥା ବୁଝିବେ ।କେବଳ ସେତିକି ନୁହେଁ ଆଉ ଏକ ବଡ଼ ଦାବି କରିଛନ୍ତି ଟ୍ରମ୍ପ୍ । ସେ କହିଛନ୍ତି କି, ଭାରତ ତରଫରୁ ଆମେରିକାର ଅନେକ ସାମଗ୍ରୀ ଉପରେ ଶୂନ୍ୟ ଟାରିଫ୍ ଲଗାଇବାକୁ ପରାମର୍ଶ ଦେଇଛି । ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି କି, ଭାରତ ତରଫରୁ ଆମେରିକାର ଅନେକ ସାମଗ୍ରୀ ଉପରେ ଟାରିଫ୍ କମ୍ କରିବାକୁ ପରାମର୍ଶ ଦିଆଯାଇଛି । କାରଣ ଭାରତ ଆମଦାନୀ ଶ୍ଳୁକ ଉପରେ ବୁଝାମଣା କରିବାକୁ ଚାହୁଥିବା କଥା ଟ୍ରମ୍ପ କହିଛନ୍ତି । କତାରରେ ଗୁରୁବାର ଦିନ ବ୍ୟବସାୟ ଜଗତର କିଛି ନେତାଙ୍କ ସହ ବୈଠକ ଚାଲିଥିବା ବେଳେ ଟ୍ରମ୍ପ୍ କହିଛନ୍ତି, ଭାରତ ଆମକୁ ଏହି ଚୁକ୍ତି ପ୍ରଦାନ କରିଛନ୍ତି । ଯେଉଁଥିରେ ସେ ଆମ ଠାରୁ କୌଣସି ଟାରିଫ୍ ଆଦାୟ କରିବାକୁ ଚାହୁନାହିଁ । ଏହାସହ ଭାରତ ବ୍ୟବସାୟ ବାର୍ତ୍ତା ନେଇ ଚାଲିଥିବା କଥାବାର୍ତ୍ତା ଆଗକୁ ବଢୁଥିବାର ସଂକେତ ଦେଇଛନ୍ତି ଟ୍ରମ୍ପ୍ । ମିଶିଗନ ଠାରେ ଗୋଟିଏ ଦିନ ପୂର୍ବରୁ ଆୟୋଜିତ ବୈଠକରେ ଟ୍ରମ୍ପ କହିଥିଲେ କି, ଭାରତ

ଆପଲ୍ ସିଇଓଙ୍କୁ ଡୋନାଲ୍ଡ ଟ୍ରମ୍ପଙ୍କ ପରାମର୍ଶ, କହିଲେ-ଭାରତରେ ବନାଅ ନାହିଁ iphone

ମୁମ୍ଵାଇ ୧୬।୦୫; ଭାରତ ଏବଂ ଆମେରିକା ମଧ୍ୟରେ ଶୁଳ୍କ ନେଇ ବାଣିଜ୍ୟ ଆଲୋଚନା ଚାଲିଛି। ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆପଲ ସିଇଓ ଟିମ୍ କୁକଙ୍କୁ ଭାରତରେ ଆପଲ ପ୍ରଡକ୍ଟ ବନାଇବାକୁ ମନା କରିଛନ୍ତି। ଟ୍ରମ୍ପ କହିଥିଲେ ମୁଁ ଚାହୁଁନାହିଁ ଯେ ତୁମେ ଭାରତରେ ଆପଲ୍ ପ୍ରଡକ୍ଟ ତିଆରି କର, ସେମାନେ ନିଜର ନିଜ କଥା ବୁଝିବେ ।

କେବଳ ସେତିକି ନୁହେଁ ଆଉ ଏକ ବଡ଼ ଦାବି କରିଛନ୍ତି ଟ୍ରମ୍ପ୍ । ସେ କହିଛନ୍ତି କି, ଭାରତ ତରଫରୁ ଆମେରିକାର ଅନେକ ସାମଗ୍ରୀ ଉପରେ ଶୂନ୍ୟ ଟାରିଫ୍ ଲଗାଇବାକୁ ପରାମର୍ଶ ଦେଇଛି । ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି କି, ଭାରତ ତରଫରୁ ଆମେରିକାର ଅନେକ ସାମଗ୍ରୀ ଉପରେ ଟାରିଫ୍ କମ୍ କରିବାକୁ ପରାମର୍ଶ ଦିଆଯାଇଛି । କାରଣ ଭାରତ ଆମଦାନୀ ଶ୍ଳୁକ ଉପରେ ବୁଝାମଣା କରିବାକୁ ଚାହୁଥିବା କଥା ଟ୍ରମ୍ପ କହିଛନ୍ତି । 

କତାରରେ ଗୁରୁବାର ଦିନ ବ୍ୟବସାୟ ଜଗତର କିଛି ନେତାଙ୍କ ସହ ବୈଠକ ଚାଲିଥିବା ବେଳେ ଟ୍ରମ୍ପ୍ କହିଛନ୍ତି, ଭାରତ ଆମକୁ ଏହି ଚୁକ୍ତି ପ୍ରଦାନ କରିଛନ୍ତି । ଯେଉଁଥିରେ ସେ ଆମ ଠାରୁ କୌଣସି ଟାରିଫ୍ ଆଦାୟ କରିବାକୁ ଚାହୁନାହିଁ । ଏହାସହ ଭାରତ ବ୍ୟବସାୟ ବାର୍ତ୍ତା ନେଇ ଚାଲିଥିବା କଥାବାର୍ତ୍ତା ଆଗକୁ ବଢୁଥିବାର ସଂକେତ ଦେଇଛନ୍ତି ଟ୍ରମ୍ପ୍ । ମିଶିଗନ ଠାରେ ଗୋଟିଏ ଦିନ ପୂର୍ବରୁ ଆୟୋଜିତ ବୈଠକରେ ଟ୍ରମ୍ପ କହିଥିଲେ କି, ଭାରତ ସହ ଟାରିଫ ନେଇ ଠିକ୍ ଆଲୋଚନା ଚାଲିଛି । ଖୁବ୍ ଶୀଘ୍ର ଏହି ଚୁକ୍ତି ସମାପ୍ତ ହେବ।

ଟ୍ରମ୍ପ ଆପଲକୁ ଭାରତରେ ପ୍ରଡକ୍ସନ ନକରିବାକୁ କହିଛନ୍ତି

ଡୋନାଲ୍ଡ ଟ୍ରମ୍ପ ଆହୁରି କହିଛନ୍ତି ଯେ ନୂଆଦିଲ୍ଲୀର ଉଚ୍ଚ ଟାରିଫ ଭାରତରେ ଆମେରିକୀୟ ବ୍ୟବସାୟକୁ ବାଧା ଦେଉଛି। ସେ ଆପଲ୍ ସିଇଓ ଟିମ୍ କୁକ୍‌ଙ୍କୁ ଭାରତରେ ପ୍ରଡକ୍ସନ ନ କରିବାକୁ ଅନୁରୋଧ କରିଥିଲେ। ତାଙ୍କର ସଙ୍କେତ ଥିଲା ଯେ ଆମେରିକାରେ ହିଁ ଆପଲର ପ୍ରଡକ୍ସନ ହେଉ ।