ଆପାର୍ଟମେଣ୍ଟରୁ ପୁଣି ଲୁଟ୍, ଏକାସାଙ୍ଗେ ୪ଟି ଡୁପ୍ଲେକ୍ସରୁ ୨୦ ଲକ୍ଷର ଅଳଙ୍କାର ଚୋରି !

ଭୁବନେଶ୍ୱର  ୧୪।୧୨ : ଆପାର୍ଟମେଣ୍ଟରୁ   ପୁଣି ଲୁଟ୍‌ । ଗୋଟିଏ ରାତିରେ ଚାରୋଟି ଡୁପ୍ଲେକ୍ସରୁ ଲୁଟ୍‌ ହୋଇଛି । ଭୁବନେଶ୍ୱର ପାହାଳ ଥାନା ସିଟି ହୋମ୍‌ର ଡୁପ୍ଲେକ୍ସରୁ ଲୁଟ୍‌ ହୋଇଛି । ଚାରୋଟି ଡୁପ୍ଲେକ୍ସରୁ ପ୍ରାୟ ୨୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଓ ହୀରା ଅଳଙ୍କାର ଚୋରି ହୋଇଛି । ପାହାଳ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଖବର ଅନୁଯାୟୀ, ରାଜଧାନୀ ଉପକଣ୍ଠରୁ ପୁଣି ଚୋରି । ଉତ୍ପାତ ମତାଇଛନ୍ତି ଲୁଟେରା । କିଛି ଦିନ ତଳେ ମଦନପୁର ସ୍ଥିତ ଏକ ଆପାର୍ଟମେଣ୍ଟରୁ ଚୋରି ହୋଇଥିବା ବେଳେ ଏବେ ପାହାଳ ସ୍ଥିତ ଏକ ଆପାର୍ଟମେଣ୍ଟରୁ ହୋଇଛି ଲୁଟ୍‌ । ସିଟି ହୋମ ସ୍ଥିତ ଆପାର୍ଟେମେଣ୍ଟର ଚାରୋଟି ଡୁପ୍ଲେକ୍ସରୁ ଏକାସାଙ୍ଗେ ଚୋରି ହୋଇଛି । ସମସ୍ତ ଯାକ ଫ୍ଲାଟରୁ ୨୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଓ ହୀରା ଅଳଙ୍କାର ଚୋରି ହୋଇଛି । ସେପଟେ ଲୁଟ୍‌ ନେଇ ପାହାଳ ଥାନାରେ ଅଭିଯୋଗ । ଆଉ ଅଭିଯୋଗ ପରେ ପାହାଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ଏହାସହିତ ଫ୍ଲାଟରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ମଧ୍ୟ ଯାଞ୍ଚ କରୁଛି ପୋଲିସ ।  

ଆପାର୍ଟମେଣ୍ଟରୁ ପୁଣି ଲୁଟ୍, ଏକାସାଙ୍ଗେ ୪ଟି ଡୁପ୍ଲେକ୍ସରୁ ୨୦ ଲକ୍ଷର ଅଳଙ୍କାର ଚୋରି !

ଭୁବନେଶ୍ୱର  ୧୪।୧୨ : ଆପାର୍ଟମେଣ୍ଟରୁ   ପୁଣି ଲୁଟ୍‌ । ଗୋଟିଏ ରାତିରେ ଚାରୋଟି ଡୁପ୍ଲେକ୍ସରୁ ଲୁଟ୍‌ ହୋଇଛି । ଭୁବନେଶ୍ୱର ପାହାଳ ଥାନା ସିଟି ହୋମ୍‌ର ଡୁପ୍ଲେକ୍ସରୁ ଲୁଟ୍‌ ହୋଇଛି । ଚାରୋଟି ଡୁପ୍ଲେକ୍ସରୁ ପ୍ରାୟ ୨୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଓ ହୀରା ଅଳଙ୍କାର ଚୋରି ହୋଇଛି । ପାହାଳ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । 

ଖବର ଅନୁଯାୟୀ, ରାଜଧାନୀ ଉପକଣ୍ଠରୁ ପୁଣି ଚୋରି । ଉତ୍ପାତ ମତାଇଛନ୍ତି ଲୁଟେରା । କିଛି ଦିନ ତଳେ ମଦନପୁର ସ୍ଥିତ ଏକ ଆପାର୍ଟମେଣ୍ଟରୁ ଚୋରି ହୋଇଥିବା ବେଳେ ଏବେ ପାହାଳ ସ୍ଥିତ ଏକ ଆପାର୍ଟମେଣ୍ଟରୁ ହୋଇଛି ଲୁଟ୍‌ । ସିଟି ହୋମ ସ୍ଥିତ ଆପାର୍ଟେମେଣ୍ଟର ଚାରୋଟି ଡୁପ୍ଲେକ୍ସରୁ ଏକାସାଙ୍ଗେ ଚୋରି ହୋଇଛି । ସମସ୍ତ ଯାକ ଫ୍ଲାଟରୁ ୨୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଓ ହୀରା ଅଳଙ୍କାର ଚୋରି ହୋଇଛି । ସେପଟେ ଲୁଟ୍‌ ନେଇ ପାହାଳ ଥାନାରେ ଅଭିଯୋଗ । ଆଉ ଅଭିଯୋଗ ପରେ ପାହାଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ଏହାସହିତ ଫ୍ଲାଟରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ମଧ୍ୟ ଯାଞ୍ଚ କରୁଛି ପୋଲିସ ।