ଆପାର୍ଟମେଣ୍ଟରୁ ସିରିଜ ଲୁଟ ଘଟଣାରେ କମିଶନରେଟ ପୋଲିସର ବୈଠକ

ଭୁବନେଶ୍ୱର : ରାଜଧାନୀରେ ଆପାର୍ଟମେଣ୍ଟ ଗୁଡ଼ିକରୁ ବଢି ଚାଲିଛି ସିରିଜ ଲୁଟ I ଗୋଟିଏ ଗୋଟିଏ ଆପାର୍ଟମେଣ୍ଟର ଏକା ରାତିକେ ୫/୬ଟି ଫ୍ଲାଟରୁ ଚୋରି ହେଉଛି I ଲଗାତାର ଏହିଭଳି ଚୋରି ଘଟଣାରେ ଜନ ଅସନ୍ତୋଷ ବଢିବା ସହିତ ବଢିଛି ପୋଲିସର ମୁଣ୍ଡବିନ୍ଧା I ଏନେଇ ଆଜି ପୋଲିସ ସେବା ଭବନରେ କମିଶନରେଟ ପୋଲିସର ବସିଛି ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ I ପୋଲିସ କମିଶନର ସଂଜୀବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଚାଲିଛି ଏହି ବୈଠକ I ରାଜଧାନୀରେ ଘଟିଥିବା ସବୁ […]

ଆପାର୍ଟମେଣ୍ଟରୁ ସିରିଜ ଲୁଟ ଘଟଣାରେ କମିଶନରେଟ ପୋଲିସର ବୈଠକ
ଆପାର୍ଟମେଣ୍ଟରୁ ସିରିଜ ଲୁଟ ଘଟଣାରେ କମିଶନରେଟ ପୋଲିସର ବୈଠକ

ଭୁବନେଶ୍ୱର : ରାଜଧାନୀରେ ଆପାର୍ଟମେଣ୍ଟ ଗୁଡ଼ିକରୁ ବଢି ଚାଲିଛି ସିରିଜ ଲୁଟ I ଗୋଟିଏ ଗୋଟିଏ ଆପାର୍ଟମେଣ୍ଟର ଏକା ରାତିକେ ୫/୬ଟି ଫ୍ଲାଟରୁ ଚୋରି ହେଉଛି I ଲଗାତାର ଏହିଭଳି ଚୋରି ଘଟଣାରେ ଜନ ଅସନ୍ତୋଷ ବଢିବା ସହିତ ବଢିଛି ପୋଲିସର ମୁଣ୍ଡବିନ୍ଧା I ଏନେଇ ଆଜି ପୋଲିସ ସେବା ଭବନରେ କମିଶନରେଟ ପୋଲିସର ବସିଛି ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ I ପୋଲିସ କମିଶନର ସଂଜୀବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଚାଲିଛି ଏହି ବୈଠକ I ରାଜଧାନୀରେ ଘଟିଥିବା ସବୁ ଆପାର୍ଟମେଣ୍ଟ ଲୁଟର ଚାଲିଛି ତର୍ଜମା । କେଉଁ ଆପାର୍ଟମେଣ୍ଟରେ ଲୁଟେରା କେମିତି ଲୁଟ କରିଛନ୍ତି ଫୁଟେଜକୁ ନେଇ ତର୍ଜମା କରୁଛନ୍ତି ପୋଲିସ କମିଶନର । ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଏହି ବୈଠକରେ ଉପସ୍ଥିତ ଅଛନ୍ତି I

ସୂଚନାନୁସାରେ,ରାଜଧାନୀରେ ବଢୁଥିଵା ସିରିଜ ଲୁଟକୁ ମୁକାବିଲା କରିବା ପାଇଁ ବୈଠକରେ ଚାଲିଛି ଆଲୋଚନା I ବୈଠକରେ ସବୁ ଥାନାର ଅଧିକାରୀଙ୍କ ସହ ବରିଷ୍ଠ ଅଧିକାରୀ ମାନେ ସାମିଲ ହୋଇଛନ୍ତି I ବୈଠକ ପରେ ପୋଲିସ କମିଶନର ସଂଜୀବ ପଣ୍ଡାଙ୍କ କହିଛନ୍ତି,ସମସ୍ତ ଥାନାର ଆଇଆଇସି,ଏସିପି ଓ ମାମଲା ପରିଚାଳନା କରୁଥିବା ଆଇ ଓ ସହ ଆଲୋଚନା ହୋଇଛି । ସିସିଟିଭି ଗୁଡିକୁ ତର୍ଜମା ପରେ ଅନେକ କ୍ଲୁ ମିଳିଛି,କମନ ଗ୍ୟାଙ୍ଗକୁ ଚି଼ହ୍ନଟ କରାଯାଇଛି ତଦନ୍ତରେ ମଧ୍ୟ ଅଗ୍ରଗତି ହୋଇଛି, ଖୁବ ଶୀଘ୍ର ଭଲ ରେଜଲ୍ଟ ମିଳିବ ବେଲି କହିଛନ୍ତି I