ଆପାର୍ଟମେଣ୍ଟରେ ଲାଗିଲା ନିଆଁ

ବରଗଡ଼,୨୦ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ବଦ୍ରିପ୍ରସାଦ ଆପାର୍ଟମେଣ୍ଟରେ ଗୁରୁବାର ମଧ୍ୟାହ୍ନରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଆପାର୍ଟମେଣ୍ଟର ବ୍ଲକ ‘ଇ’ର ଫ୍ଲାଟ୍‌ ନମ୍ବର- ୩୦୬ରେ କୌଣସି କାରଣ ବଶତଃ ନିଆଁ ଲାଗିଯାଇଥିଲା। ଏହା ପରେ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇପଡ଼ିଥିଲା। ଆପାର୍ଟମେଣ୍ଟର ବହୁ ଲୋକେ ଭୟରେ ଘରୁ ବାହାରି ଆସିଥିବା ବେଳେ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଏହି ଅଗ୍ନିକାଣ୍ଡରେ କୌଣସି ଜନଜୀବନ ହାନି ହୋଇ ନ ଥିବା ଜଣାପଡ଼ିଛି। The post ଆପାର୍ଟମେଣ୍ଟରେ ଲାଗିଲା ନିଆଁ appeared first on Dharitri Odia News.

ଆପାର୍ଟମେଣ୍ଟରେ ଲାଗିଲା ନିଆଁ

ବରଗଡ଼,୨୦ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ବଦ୍ରିପ୍ରସାଦ ଆପାର୍ଟମେଣ୍ଟରେ ଗୁରୁବାର ମଧ୍ୟାହ୍ନରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଆପାର୍ଟମେଣ୍ଟର ବ୍ଲକ ‘ଇ’ର ଫ୍ଲାଟ୍‌ ନମ୍ବର- ୩୦୬ରେ କୌଣସି କାରଣ ବଶତଃ ନିଆଁ ଲାଗିଯାଇଥିଲା। ଏହା ପରେ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇପଡ଼ିଥିଲା। ଆପାର୍ଟମେଣ୍ଟର ବହୁ ଲୋକେ ଭୟରେ ଘରୁ ବାହାରି ଆସିଥିବା ବେଳେ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଏହି ଅଗ୍ନିକାଣ୍ଡରେ କୌଣସି ଜନଜୀବନ ହାନି ହୋଇ ନ ଥିବା ଜଣାପଡ଼ିଛି।

The post ଆପାର୍ଟମେଣ୍ଟରେ ଲାଗିଲା ନିଆଁ appeared first on Dharitri Odia News.