‘ଆଫଗାନ କ୍ୱାଡ’ରେ ଯୋଗ ଦେବ କି ଭାରତ, ଜାଣନ୍ତୁ କ’ଣ କହୁଛି ଋଷିଆ?

ନୂଆଦିଲ୍ଲୀ ୧୫।୧: ଋଷିଆ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ‘ଆଫଗାନ କ୍ୱାଡ’ରେ ଭାରତକୁ ଯୋଗଦେବା ପାଇଁ ଆହ୍ୱାନ କରିଛନ୍ତି। ଏହି ସମୂହକୁ ଔପଚାରିକ ରୂପେ ‘ଆଫଗାନିସ୍ତାନର ଚତୁର୍ଭୁଜ ସମୂହ’ କୁହାଯାଉଛି, ଯେଉଁଥିରେ ଋଷିଆ, ଚୀନ, ପାକିସ୍ତାନ ଓ ଇରାନ ସାମିଲ ଅଛନ୍ତି। ଏହି ସମୂହ ଆଫଗାନିସ୍ତାନ ଓ ଏହାର ତାଲିବାନ ଶାସନ ସମ୍ପର୍କିତ ସୁରକ୍ଷା, ଆର୍ଥିକ ଓ ରାଜନୈତିକ ପ୍ରଶ୍ନକୁ ମିଳିତ ରୂପେ ସମ୍ବୋଧିତ କରିବା ପାଇଁ କେନ୍ଦ୍ରିତ। ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନର ଉତ୍ତର ଦେଇ ଲାଭରୋଭ କହିଛନ୍ତି ଯେ ଏଥିରେ ଭାରତ ସାମିଲ ହେବା ନା କେବଳ ଆଫଗାନିସ୍ତାନର ଆହ୍ୱାନ ସମାଧାନ କରିବାରେ ଲାଭଦାୟକ ହେବ ବରଂ ପାକିସ୍ତାନ ଓ ଚୀନ୍ ର ମୁକାବିଲା ନିମନ୍ତେ ଭାରତକୁ ଆଉ ଏକ ମଞ୍ଚ  ମିଳିବ। ସେ କହିଛନ୍ତି ଯେ ଆଫଗାନ କ୍ୱାଡରେ ଭାରତର ସଦସ୍ୟତା ଏକ ‘ଉପଯୁକ୍ତ ପଦକ୍ଷେପ’ ହେବ। ନିକଟ ଅତୀତରେ ଭାରତର ସୁରକ୍ଷା ପାଇଁ  ଚୀନ୍ ଏକ ବିପଦ ଭାବେ ଉଭା ହୋଇଛି। ଅନ୍ୟପଟେ ପାକିସ୍ତାନ ଏକ ପାରମ୍ପରିକ ବିରୋଧୀ ଓ ଭାରତ ସହିତ ପୂର୍ଣ୍ଣ ଯୁଦ୍ଧ ମଧ୍ୟ ଲଢିଛି। କାଶ୍ମୀରର ବିଛିନ୍ନତାବାଦ ଆନ୍ଦୋଳନକୁ ପାକିସ୍ତାନର ସମର୍ଥନ ଓ ଭାରତ ବିରୋଧୀ ଆତଙ୍କବାଦକୁ ସମର୍ଥନ ଯୋଗୁ ଭାରତ-ପାକିସ୍ତାନ ସମ୍ପର୍କ ଶୀତଳ  ହୋଇପଡିଛି। ଲାଭରୋଭ କହିଛନ୍ତି ଯେ ମୁଁ ଏଠାରେ କହିବାକୁ ଚାହୁଁଛି ଏହି ସଙ୍ଗଠନାତ୍ମକ ଉପାୟ ଗୁରୁତ୍ୱପୂର୍ଣ୍ଣ। ସେହିପରି ସଂଘାଇ ସହଯୋଗ ସଙ୍ଗଠନ (ଏସସିଓ)

‘ଆଫଗାନ କ୍ୱାଡ’ରେ ଯୋଗ ଦେବ କି ଭାରତ, ଜାଣନ୍ତୁ କ’ଣ କହୁଛି ଋଷିଆ?

ନୂଆଦିଲ୍ଲୀ ୧୫।୧: ଋଷିଆ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ‘ଆଫଗାନ କ୍ୱାଡ’ରେ ଭାରତକୁ ଯୋଗଦେବା ପାଇଁ ଆହ୍ୱାନ କରିଛନ୍ତି। ଏହି ସମୂହକୁ ଔପଚାରିକ ରୂପେ ‘ଆଫଗାନିସ୍ତାନର ଚତୁର୍ଭୁଜ ସମୂହ’ କୁହାଯାଉଛି, ଯେଉଁଥିରେ ଋଷିଆ, ଚୀନ, ପାକିସ୍ତାନ ଓ ଇରାନ ସାମିଲ ଅଛନ୍ତି। ଏହି ସମୂହ ଆଫଗାନିସ୍ତାନ ଓ ଏହାର ତାଲିବାନ ଶାସନ ସମ୍ପର୍କିତ ସୁରକ୍ଷା, ଆର୍ଥିକ ଓ ରାଜନୈତିକ ପ୍ରଶ୍ନକୁ ମିଳିତ ରୂପେ ସମ୍ବୋଧିତ କରିବା ପାଇଁ କେନ୍ଦ୍ରିତ। 

ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନର ଉତ୍ତର ଦେଇ ଲାଭରୋଭ କହିଛନ୍ତି ଯେ ଏଥିରେ ଭାରତ ସାମିଲ ହେବା ନା କେବଳ ଆଫଗାନିସ୍ତାନର ଆହ୍ୱାନ ସମାଧାନ କରିବାରେ ଲାଭଦାୟକ ହେବ ବରଂ ପାକିସ୍ତାନ ଓ ଚୀନ୍ ର ମୁକାବିଲା ନିମନ୍ତେ ଭାରତକୁ ଆଉ ଏକ ମଞ୍ଚ  ମିଳିବ। ସେ କହିଛନ୍ତି ଯେ ଆଫଗାନ କ୍ୱାଡରେ ଭାରତର ସଦସ୍ୟତା ଏକ ‘ଉପଯୁକ୍ତ ପଦକ୍ଷେପ’ ହେବ। ନିକଟ ଅତୀତରେ ଭାରତର ସୁରକ୍ଷା ପାଇଁ  ଚୀନ୍ ଏକ ବିପଦ ଭାବେ ଉଭା ହୋଇଛି। ଅନ୍ୟପଟେ ପାକିସ୍ତାନ ଏକ ପାରମ୍ପରିକ ବିରୋଧୀ ଓ ଭାରତ ସହିତ ପୂର୍ଣ୍ଣ ଯୁଦ୍ଧ ମଧ୍ୟ ଲଢିଛି। 

କାଶ୍ମୀରର ବିଛିନ୍ନତାବାଦ ଆନ୍ଦୋଳନକୁ ପାକିସ୍ତାନର ସମର୍ଥନ ଓ ଭାରତ ବିରୋଧୀ ଆତଙ୍କବାଦକୁ ସମର୍ଥନ ଯୋଗୁ ଭାରତ-ପାକିସ୍ତାନ ସମ୍ପର୍କ ଶୀତଳ  ହୋଇପଡିଛି। ଲାଭରୋଭ କହିଛନ୍ତି ଯେ ମୁଁ ଏଠାରେ କହିବାକୁ ଚାହୁଁଛି ଏହି ସଙ୍ଗଠନାତ୍ମକ ଉପାୟ ଗୁରୁତ୍ୱପୂର୍ଣ୍ଣ। ସେହିପରି ସଂଘାଇ ସହଯୋଗ ସଙ୍ଗଠନ (ଏସସିଓ)ରେ ମଧ୍ୟ ବିଶ୍ୱାସକୁ ମଜଭୁତ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ।   ଏବେ ଯେଉଁ ଫର୍ମାଟରେ ଆଫଗାନିସ୍ତାନରେ କାମ କରାଯାଉଛି ଏଥିରୁ ଆମକୁ ଲାଗୁଛି ଭାରତକୁ ସାମିଲ କରାଯିବା ଏକ ଉଚିତ ପଦକ୍ଷେପ ହେବ। 

ଏସସିଓ ଏବଂ ଆଫଗାନ ମାମଲା ଫର୍ମାଟର ଉଦାହରଣ ରୂପେ ଆଫଗାନିସ୍ତାନରେ ମସ୍କୋ ଫର୍ମାଟ ଏକ ଅତିରିକ୍ତ ମଞ୍ଚ ଯେଉଁଠି ପାକିସ୍ତାନ, ଭାରତ ଓ ଚୀନ୍ ଙ୍କୁ ଅଧିକ ବାର୍ତ୍ତା କରିବାକୁ ଓ ଜଣେ ଜଣକୁ ଭଲ ଭାବେ ବୁଝିବାକୁ ଏବଂ ସେହି ସବୁ ପ୍ରଶ୍ନ କରିବାକୁ ଅବସର ମିଳିବ ଯାହା ପ୍ରାୟତଃ ସେମାନଙ୍କୁ ଚିନ୍ତିତ କରୁଛି। ଆମେ ଏଥିରେ ସବୁ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ଲାଭରୋଭ କହିଛନ୍ତି। ଏହା ଆପଣଙ୍କ ଦେଶ, ଆମର କ୍ଷେତ୍ର ଏବଂ ଏସସିଓ ହୀତରେ ମଧ୍ୟ ରହିବ ବୋଲି ସେ କହିଛନ୍ତି।