ଆଫଗାନିସ୍ତାନ କାନ୍ଧାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨୧ ମୃତ, ୩୮ ଆହତ
କନ୍ଧାର ୧୭।୩: ଆଫଗାନିସ୍ତାନରେ ଏକ ଯାତ୍ରୀବାହୀ ବସ୍ ସଡକରେ ବାଇକ୍କୁ ଧକ୍କା ଦେବା ପରେ ଅନିୟନ୍ତ୍ରିତ ହୋଇ ବିପରୀତ ଦିଗରୁ ଆସୁଥିବା ଟ୍ୟାଙ୍କର ସହ ଧକ୍କା ଲାଗିଛି। ଫଳରେ ବସ୍ରେ ଯାତ୍ରା କରୁଥିବା ୨୧ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩୮ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ, ଦମକଳ ବିଭାଗ ଓ ପୋଲିସ ସହାୟତାରେ ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ଦକ୍ଷିଣ କନ୍ଧାରରେ ହୋଇଛି। ବସ୍ ଟି କନ୍ଧାରରୁ ହୈରତ ଯିବାରାସ୍ତାରେ ପ୍ରଥମେ ବାଇକ୍କୁ ଧକ୍କା ଦେବା ପରେ ଅନିୟନ୍ତ୍ରିତ ହୋଇଯାଇଥିଲା। ବାଇକ ଚାଳକ ଦୂରକୁ ଛିଟିକି ପଡି ବଞ୍ଚି ଯାଇଥିବା ବେଳେ ବସ୍ ଟି ବିପରୀତ ଦିଗରୁ ଦ୍ରୁତ ବେଗରେ ଆସୁଥିବା ଟ୍ୟାଙ୍କର ସହ ମୁହାଁ ମୁହିଁ ଧକ୍କା ଲାଗି ଜଳି ଯାଇଛି। ସ୍ଥାନୀୟ ଲୋକଙ୍କ ଅନୁସାରେ ବସ୍ରେ ଅନୁନ୍ୟ ୬୦ ଯାତ୍ରୀ ଥିଲେ। ଯାତ୍ରୀଙ୍କ ମଧ୍ୟରେ ମହିଳା, ଶିଶୁ ଓ ବୟଷ୍କ ଲୋକେ ମଧ୍ୟ ଅଛନ୍ତି। ପୋଲିସ ସୂଚନା ଅନୁସାରେ ଦୁର୍ଘଟଣାରେ ଆହତ ଲୋକଙ୍କ ମଧ୍ୟରୁ ୧୧ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଏଣୁ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ହସ୍ପିଟାଲରେ ଡାକ୍ତର କହିଛନ୍ତି। ଏବେ ପୋଲିସ ବସ୍ରେ ଯାତ୍ରୀଙ୍କ ସିଟିଂ କ୍ୟାପାସିଟିର ଯାଞ୍ଚ କରୁଛି। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍ ଖଣ୍ଡବିଖଣ୍ଡିତ ହୋଇ ଯାଇଛି। ହସ୍ପିଟାଲର
କନ୍ଧାର ୧୭।୩: ଆଫଗାନିସ୍ତାନରେ ଏକ ଯାତ୍ରୀବାହୀ ବସ୍ ସଡକରେ ବାଇକ୍କୁ ଧକ୍କା ଦେବା ପରେ ଅନିୟନ୍ତ୍ରିତ ହୋଇ ବିପରୀତ ଦିଗରୁ ଆସୁଥିବା ଟ୍ୟାଙ୍କର ସହ ଧକ୍କା ଲାଗିଛି। ଫଳରେ ବସ୍ରେ ଯାତ୍ରା କରୁଥିବା ୨୧ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩୮ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ, ଦମକଳ ବିଭାଗ ଓ ପୋଲିସ ସହାୟତାରେ ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏହି ଦୁର୍ଘଟଣା ଦକ୍ଷିଣ କନ୍ଧାରରେ ହୋଇଛି। ବସ୍ ଟି କନ୍ଧାରରୁ ହୈରତ ଯିବାରାସ୍ତାରେ ପ୍ରଥମେ ବାଇକ୍କୁ ଧକ୍କା ଦେବା ପରେ ଅନିୟନ୍ତ୍ରିତ ହୋଇଯାଇଥିଲା। ବାଇକ ଚାଳକ ଦୂରକୁ ଛିଟିକି ପଡି ବଞ୍ଚି ଯାଇଥିବା ବେଳେ ବସ୍ ଟି ବିପରୀତ ଦିଗରୁ ଦ୍ରୁତ ବେଗରେ ଆସୁଥିବା ଟ୍ୟାଙ୍କର ସହ ମୁହାଁ ମୁହିଁ ଧକ୍କା ଲାଗି ଜଳି ଯାଇଛି। ସ୍ଥାନୀୟ ଲୋକଙ୍କ ଅନୁସାରେ ବସ୍ରେ ଅନୁନ୍ୟ ୬୦ ଯାତ୍ରୀ ଥିଲେ। ଯାତ୍ରୀଙ୍କ ମଧ୍ୟରେ ମହିଳା, ଶିଶୁ ଓ ବୟଷ୍କ ଲୋକେ ମଧ୍ୟ ଅଛନ୍ତି।
ପୋଲିସ ସୂଚନା ଅନୁସାରେ ଦୁର୍ଘଟଣାରେ ଆହତ ଲୋକଙ୍କ ମଧ୍ୟରୁ ୧୧ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଏଣୁ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ହସ୍ପିଟାଲରେ ଡାକ୍ତର କହିଛନ୍ତି। ଏବେ ପୋଲିସ ବସ୍ରେ ଯାତ୍ରୀଙ୍କ ସିଟିଂ କ୍ୟାପାସିଟିର ଯାଞ୍ଚ କରୁଛି। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍ ଖଣ୍ଡବିଖଣ୍ଡିତ ହୋଇ ଯାଇଛି। ହସ୍ପିଟାଲରେ ମୃତକଙ୍କ ଶବ ପହଞ୍ଚା ଯାଇଥିବା ବେଳେ ପୋଲିସ ପୋଷ୍ଟମର୍ଟମ ନିମନ୍ତେ ସେଗୁଡିକୁ ସଂରକ୍ଷିତ କରିଛି।