ଆଫଗାନିସ୍ତାନ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ରେ ଅବ୍ୟବସ୍ଥା ଚରମରେ, ଭଡ଼ାରେ ଅଣାଗଲା ପଙ୍ଖା ଓ କଭର

ନୂଆଦିଲ୍ଲୀ: ଗ୍ରେଟର ନୋଏଡାରେ ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଉଥିବା ଟେଷ୍ଟ ମ୍ୟାଚ୍‌ର ଦ୍ଵିତୀୟ ଦିନର ଖେଳି ବି  ହୋଇ ପାରି ନାହିଁ। ସୀମା ତ ତେବେ ଟପିଗଲା ଯେବେ ପଡ଼ିଆ ସୁଖାଇବା ପାଇଁ ଅନେକ ପ୍ରକାରର ଯୋଗାଡ଼ କରାଗଲା। ଏହା ସତ୍ତ୍ଵେ ବି ମ୍ୟାଚ୍ ଆରମ୍ଭ  ହୋଇ ପାରିଲା ନାହିଁ। ଚରମରେ ପହଞ୍ଚି ଯାଇଛି ଆୟୋଜକଙ୍କ ଅବ୍ୟବସ୍ଥା। ଦୁଇ ଦିନ ପରେ ବି ବଲ୍‌ଟିଏ ପଡ଼ି ପାରିଲା ନାହିଁ। ଗ୍ରେଟର ନୋଏଡ଼ାର ସହିଦ ବିଜୟ ସିଂ ପଥିକ ଷ୍ଟାଡିୟମରେ ନିମ୍ନମାନର ଜଳ ନିଷ୍କାସନ, ଓଦା ଆଉଟ୍‌ ଫିଲ୍ଡ ଏବଂ ଦୟନୀୟ ସୁବିଧା କାରଣରୁ ଐତିହାସିକ ଏକମାତ୍ର ଟେଷ୍ଟ ମ୍ୟାଚ୍‌ର ଦ୍ଵିତୀୟ ଦିନର ଖେଳ ବି ଆରମ୍ଭ  ହୋଇ ପାରି ନ ଥିଲା। ପ୍ରଥମ ଦିନର ଖେଳରେ ଗୋଟିଏ ବଲ୍ ପଡ଼ି ପାରି ନ ଥିଲା। ଆଶା କରାଯାଉଥିଲା ଦ୍ଵିତୀୟ ଦିନରେ ଖେଳ ଆରମ୍ଭ ହେବ। କିନ୍ତୁ ଷ୍ଟାଡିୟମରେ ଅତ୍ୟନ୍ତ ଦୟନୀୟ ପରିଚାଳନା କାରଣରୁ ଦ୍ଵିତୀୟ ଦିନରେ ବି ଖେଳ ଆରମ୍ଭ ହୋଇ ପାରିଲା ନାହିଁ। ଆଫଗାନିସ୍ତାନ ଖେଳାଳି ନିରାଶ ଥିବା ବେଳେ ନ୍ୟୁଜିଲାଣ୍ଡର ଖେଳାଳି ଷ୍ଟାଡିୟମର ଏମିତି ସ୍ଥିତି ଆଚମ୍ବିତ। ଆୟୋଜକ ଏକମାତ୍ର ଟେଷ୍ଟର ଆୟୋଜନ ପାଇଁ ମୌଳିକ ସୁବିଧା ମଧ୍ୟ ଯୋଗାଇ ପାରିଲେ ନାହିଁ। ଓଦା ଆଉଟ୍‌ଫିଲ୍ଡ କାରଣରୁ ପୁରା ଦିନର ଖେଳ ଧୋଇଯିବା ପରେ ଗ୍ରାଉଣ୍ଡ ଷ୍ଟାଫ ମିଡ୍ ଅନ ନିକଟରେ ତିନି ଫୁଟର ଗାତ ଖୋଳିଛନ୍ତି। ଓଦାଳିଆ  ଜାଗାରେ ସୁଖିଲା ମାଟି ଓ କୁତ୍ରିମ ଘାସ

ଆଫଗାନିସ୍ତାନ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ରେ ଅବ୍ୟବସ୍ଥା ଚରମରେ, ଭଡ଼ାରେ ଅଣାଗଲା ପଙ୍ଖା ଓ କଭର

ନୂଆଦିଲ୍ଲୀ: ଗ୍ରେଟର ନୋଏଡାରେ ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଉଥିବା ଟେଷ୍ଟ ମ୍ୟାଚ୍‌ର ଦ୍ଵିତୀୟ ଦିନର ଖେଳି ବି  ହୋଇ ପାରି ନାହିଁ। ସୀମା ତ ତେବେ ଟପିଗଲା ଯେବେ ପଡ଼ିଆ ସୁଖାଇବା ପାଇଁ ଅନେକ ପ୍ରକାରର ଯୋଗାଡ଼ କରାଗଲା। ଏହା ସତ୍ତ୍ଵେ ବି ମ୍ୟାଚ୍ ଆରମ୍ଭ  ହୋଇ ପାରିଲା ନାହିଁ। ଚରମରେ ପହଞ୍ଚି ଯାଇଛି ଆୟୋଜକଙ୍କ ଅବ୍ୟବସ୍ଥା। ଦୁଇ ଦିନ ପରେ ବି ବଲ୍‌ଟିଏ ପଡ଼ି ପାରିଲା ନାହିଁ। 

ଗ୍ରେଟର ନୋଏଡ଼ାର ସହିଦ ବିଜୟ ସିଂ ପଥିକ ଷ୍ଟାଡିୟମରେ ନିମ୍ନମାନର ଜଳ ନିଷ୍କାସନ, ଓଦା ଆଉଟ୍‌ ଫିଲ୍ଡ ଏବଂ ଦୟନୀୟ ସୁବିଧା କାରଣରୁ ଐତିହାସିକ ଏକମାତ୍ର ଟେଷ୍ଟ ମ୍ୟାଚ୍‌ର ଦ୍ଵିତୀୟ ଦିନର ଖେଳ ବି ଆରମ୍ଭ  ହୋଇ ପାରି ନ ଥିଲା। ପ୍ରଥମ ଦିନର ଖେଳରେ ଗୋଟିଏ ବଲ୍ ପଡ଼ି ପାରି ନ ଥିଲା। ଆଶା କରାଯାଉଥିଲା ଦ୍ଵିତୀୟ ଦିନରେ ଖେଳ ଆରମ୍ଭ ହେବ। କିନ୍ତୁ ଷ୍ଟାଡିୟମରେ ଅତ୍ୟନ୍ତ ଦୟନୀୟ ପରିଚାଳନା କାରଣରୁ ଦ୍ଵିତୀୟ ଦିନରେ ବି ଖେଳ ଆରମ୍ଭ ହୋଇ ପାରିଲା ନାହିଁ। ଆଫଗାନିସ୍ତାନ ଖେଳାଳି ନିରାଶ ଥିବା ବେଳେ ନ୍ୟୁଜିଲାଣ୍ଡର ଖେଳାଳି ଷ୍ଟାଡିୟମର ଏମିତି ସ୍ଥିତି ଆଚମ୍ବିତ। ଆୟୋଜକ ଏକମାତ୍ର ଟେଷ୍ଟର ଆୟୋଜନ ପାଇଁ ମୌଳିକ ସୁବିଧା ମଧ୍ୟ ଯୋଗାଇ ପାରିଲେ ନାହିଁ। 

ଓଦା ଆଉଟ୍‌ଫିଲ୍ଡ କାରଣରୁ ପୁରା ଦିନର ଖେଳ ଧୋଇଯିବା ପରେ ଗ୍ରାଉଣ୍ଡ ଷ୍ଟାଫ ମିଡ୍ ଅନ ନିକଟରେ ତିନି ଫୁଟର ଗାତ ଖୋଳିଛନ୍ତି। ଓଦାଳିଆ  ଜାଗାରେ ସୁଖିଲା ମାଟି ଓ କୁତ୍ରିମ ଘାସ ଲଗାଇବାକୁ ଚେଷ୍ଟା କରିଥିଲେ। ତଥାପି ଏହା ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ପାରିଲା ନାହିଁ। ପୁରା ଆଉଟଫିଲ୍ଡ ଅନ୍ତର୍ଜାତୀୟ କ୍ରିକେଟ୍ ଆୟୋଜନ ପାଇଁ ଉପଯୁକ୍ତ ନାହିଁ। ଏଠାରେ ଖେଳାଳିଙ୍କୁ ଆଘାତ ଲାଗିବାର ବିପଦ ରହିଛି। 




ଷ୍ଟାଡିୟମରେ ଗ୍ରାଉଣ୍ଡ ଷ୍ଟାଫରେ ୨୦ରୁ ୨୫ ସଦସ୍ୟ ଓ ୧୫ ଆଉଟ୍ ସୋର୍ସ ରହିଛନ୍ତି। ପଡ଼ିଆରେ ୫ ସୁପର ସୋପର ରହିଛି, ଯେଉଁଥିରେ ଦୁଇଟି ସ୍ଵଂୟଚାଳିତ ଓ ତିନୋଟି ସୁପରସୋପର ମାନୁଆଲ ରହିଛି। ଏପରିକି ପଡ଼ିଆ ସୁଖାଇବା ପାଇଁ କଭର ଓ ପଙ୍ଖା ଟେଣ୍ଟ ହାଉସରୁ ଭଡ଼ାରେ ନିଆଯାଇଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ଆୟୋଜକ ବର୍ଷା ପାଇଁ ପ୍ରସ୍ତୁତ ନ ଥିଲେ। ସେମାନଙ୍କ ପାଖରେ ପୁରା ମଇଦାନରେ କଭର ପାଇଁ ମୌଳିକ ସମ୍ବଳର ଅଭାବ ରହିଥିଲା। ଦୁଇ ଦଳର ଖେଳାଳି ପରିସ୍ଥିତିକୁ ଦେଖି ଏତିକି ସୁନିଶ୍ଚିତ ହୋଇ ଯାଇଥିଲେ ଯେ, ସେମାନେ  ହୋଟେଲ୍‌ରେ ରହିବାକୁ ଉଚିତ୍ ମନେ କରିଥିଲେ। 




ଏତେ ଅବହେଳା ମନୋଭାବ କାରଣରୁ ଆଇସିସି ଏହି ମଇଦାନକୁ ଅନ୍ତର୍ଜାତୀୟ କ୍ରିକେଟ୍ ପାଇଁ ଅଯୋଗ୍ୟ ଘୋଷିତ କରିପାରେ। ଷ୍ଟାଡିୟମରେ କର୍ମଚାରୀମାନଙ୍କୁ ନିଜର ଖାଇବା ଥାଳି ଧୋଇବା ଏବଂ ରୋଷେଇ ପାଇଁ ଓ୍ଵାସରୁମ୍‌ର ନଳ ପାଣି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଅନଭିଜ୍ଞ ପଡ଼ିଆ କର୍ମଚାରୀଙ୍କ ପାଇଁ ଏମିତି ସ୍ଥିତି ଦେଖିବାକୁ ମିଳିଥିବା କୁହାଯାଉଛି।