ଆଫଗାନିସ୍ତାନର ପ୍ରଳୟଙ୍କାରୀ ବନ୍ୟାରେ ୨୦୦ରୁ ଉର୍ଦ୍ଧ୍ୱ ମୃତ, ହଜାର ହଜାର ଘର କ୍ଷତିଗ୍ରସ୍ତ: ଜାତିସଂଘ
ନୂଆଦିଲ୍ଲୀ: ଉତ୍ତର ଆଫଗାନିସ୍ତାନରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ଗୋଟିଏ ପ୍ରଦେଶରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା କହିଛି ଜାତିସଂଘ। ମିଳିତ ଜାତିସଂଘର ଆନ୍ତର୍ଜାତୀୟ ସଂଗଠନ (ଆଇଓଏମ୍) AFPକୁ କହିଛି ଯେ ବାଗଲାନ୍ ପ୍ରଦେଶରେ ଶୁକ୍ରବାର ପ୍ରବଳ ବର୍ଷା ହେତୁ ୨୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ହଜାର ହଜାର ଘର କ୍ଷତିଗ୍ରସ୍ତ ହୋଇଛି କିମ୍ବା ଭାଙ୍ଗିଯାଇଛି।କେବଳ ବାଗଲାନି ଜାଦିଦ ଜିଲ୍ଲାରେ ୧୫୦୦ ଘର ଭାଙ୍ଗି ଯାଇଥିଲା କିମ୍ବା ନଷ୍ଟ ହୋଇଯାଇଥିଲା ଏବଂ ୧୦୦ ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ" ବୋଲି ଆଇଓଏମ୍ ଜରୁରୀକାଳୀନ ବିଭାଗର ଆଫଗାନିସ୍ତାନ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଦର୍ଶାଇ କହିଛି। ସେପଟେ ୬୨ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ କହିଛି ତାଲିବାନ।ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି ଯେ ଶନିବାର ଦିନ X ରେ ବିବୃତ୍ତିରେ କହିଛନ୍ତି ଯେ ଆମର ଶହ ଶହ ନାଗରିକ ଏହି ଭୟଙ୍କର ବନ୍ୟାରେ ପ୍ରାଣ ହରାଇଛନ୍ତି।ଆଫଗାନିସ୍ତାନର ବିଭିନ୍ନ ପ୍ରଦେଶରେ ଫ୍ଲାସ୍ ବନ୍ୟା ପରିସ୍ଥିତି ଦେଖାଦେଇଥିବା ବେଳେ ଉତ୍ତର ତାଖର ପ୍ରଦେଶରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି।ଉତ୍ତର-ପୂର୍ବ ବାଦାଖଶାନ ପ୍ରଦେଶ, କେନ୍ଦ୍ରୀୟ ଘୋର ପ୍ରଦେଶ ଏବଂ ପଶ୍ଚିମ ହେରାଟରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି ବୋଲି ଅଧିକାରୀମାନେ କହିଛନ୍ତି।
ନୂଆଦିଲ୍ଲୀ: ଉତ୍ତର ଆଫଗାନିସ୍ତାନରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ଗୋଟିଏ ପ୍ରଦେଶରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା କହିଛି ଜାତିସଂଘ। ମିଳିତ ଜାତିସଂଘର ଆନ୍ତର୍ଜାତୀୟ ସଂଗଠନ (ଆଇଓଏମ୍) AFPକୁ କହିଛି ଯେ ବାଗଲାନ୍ ପ୍ରଦେଶରେ ଶୁକ୍ରବାର ପ୍ରବଳ ବର୍ଷା ହେତୁ ୨୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ହଜାର ହଜାର ଘର କ୍ଷତିଗ୍ରସ୍ତ ହୋଇଛି କିମ୍ବା ଭାଙ୍ଗିଯାଇଛି।
କେବଳ ବାଗଲାନି ଜାଦିଦ ଜିଲ୍ଲାରେ ୧୫୦୦ ଘର ଭାଙ୍ଗି ଯାଇଥିଲା କିମ୍ବା ନଷ୍ଟ ହୋଇଯାଇଥିଲା ଏବଂ ୧୦୦ ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ" ବୋଲି ଆଇଓଏମ୍ ଜରୁରୀକାଳୀନ ବିଭାଗର ଆଫଗାନିସ୍ତାନ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଦର୍ଶାଇ କହିଛି। ସେପଟେ ୬୨ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ କହିଛି ତାଲିବାନ।
ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି ଯେ ଶନିବାର ଦିନ X ରେ ବିବୃତ୍ତିରେ କହିଛନ୍ତି ଯେ ଆମର ଶହ ଶହ ନାଗରିକ ଏହି ଭୟଙ୍କର ବନ୍ୟାରେ ପ୍ରାଣ ହରାଇଛନ୍ତି।
ଆଫଗାନିସ୍ତାନର ବିଭିନ୍ନ ପ୍ରଦେଶରେ ଫ୍ଲାସ୍ ବନ୍ୟା ପରିସ୍ଥିତି ଦେଖାଦେଇଥିବା ବେଳେ ଉତ୍ତର ତାଖର ପ୍ରଦେଶରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି।
ଉତ୍ତର-ପୂର୍ବ ବାଦାଖଶାନ ପ୍ରଦେଶ, କେନ୍ଦ୍ରୀୟ ଘୋର ପ୍ରଦେଶ ଏବଂ ପଶ୍ଚିମ ହେରାଟରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି ବୋଲି ଅଧିକାରୀମାନେ କହିଛନ୍ତି।