ଆଫଗାନିସ୍ତାନରେ କମୁନି ପ୍ରକୃତିର ପ୍ରକୋପ: ୫୦ ମୃତ, ଭାସିଗଲା ୨ ହଜାର ଘର

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ଅତିକମରେ ୫୦ ଜଣଙ୍କର ମୃତ୍ୟୁ ଘଟିଛି। କେନ୍ଦ୍ରୀୟ ଘୋର ପ୍ରଦେଶର ସୂଚନା ବିଭାଗର ମୁଖ୍ୟ ମଲୱି ଅବଦୁଲ ହ ଜେମ ରଏଟର୍ସକୁ କହିଛନ୍ତି ଯେ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ବର୍ଷାରେ କେତେ ଲୋକ ଆହତ ହୋଇଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ନାହିଁ କିନ୍ତୁ ମୃତାହକଙ୍କ ସଂଖ୍ୟା ବଢିବ। ବର୍ଷା ଯୋଗୁଁ ଯୋଗାଯୋଗ ବିଛିନ୍ନ ହୋଇଛି। ସେ ଆହୁରି କହିଛନ୍ତି ଯେ, ୨୦୦୦ ଘର ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ୪୦୦୦ ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି ଏବଂ ପ୍ରଦେଶର ରାଜଧାନୀ ଫରୋଜ-କୋହରେ ୨୦୦୦ ରୁ ଅଧିକ ଦୋକାନ ଜଳ ତଳେ ଥିଲା।ଗତ ସପ୍ତାହରେ ପ୍ରବଳ ବର୍ଷା ଯୋଗୁଁ ହଠାତ୍‌ ଆସିଥିବା ବନ୍ୟାରେ ଉତ୍ତର ଆଫଗାନିସ୍ତାନର ଅନେକ ଗ୍ରାମ ଭାସିଯାଇଥିଲା। ବନ୍ୟା ଜଳ ପ୍ରବେଶ କରିବା ଯୋଗୁଁ ୩୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୬୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।ବୁଧବାର ଆଫଗାନିସ୍ତାନ ବାୟୁସେନା ଦ୍ୱାରା ବ୍ୟବହୃତ ହେଲିକପ୍ଟରଟି ଘୋର ପ୍ରଦେଶର ଏକ ନଦୀରେ ପଡ଼ିଯାଇଥିବା ଲୋକଙ୍କ ମୃତଦେହ ଉଦ୍ଧାର ଉଦ୍ୟମ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି ବୋଲି ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି।

ଆଫଗାନିସ୍ତାନରେ କମୁନି ପ୍ରକୃତିର ପ୍ରକୋପ: ୫୦ ମୃତ, ଭାସିଗଲା ୨ ହଜାର ଘର

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ଅତିକମରେ ୫୦ ଜଣଙ୍କର ମୃତ୍ୟୁ ଘଟିଛି। କେନ୍ଦ୍ରୀୟ ଘୋର ପ୍ରଦେଶର ସୂଚନା ବିଭାଗର ମୁଖ୍ୟ ମଲୱି ଅବଦୁଲ ହ ଜେମ ରଏଟର୍ସକୁ କହିଛନ୍ତି ଯେ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ବର୍ଷାରେ କେତେ ଲୋକ ଆହତ ହୋଇଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ନାହିଁ କିନ୍ତୁ ମୃତାହକଙ୍କ ସଂଖ୍ୟା ବଢିବ। ବର୍ଷା ଯୋଗୁଁ ଯୋଗାଯୋଗ ବିଛିନ୍ନ ହୋଇଛି। 

ସେ ଆହୁରି କହିଛନ୍ତି ଯେ, ୨୦୦୦ ଘର ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ୪୦୦୦ ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି ଏବଂ ପ୍ରଦେଶର ରାଜଧାନୀ ଫରୋଜ-କୋହରେ ୨୦୦୦ ରୁ ଅଧିକ ଦୋକାନ ଜଳ ତଳେ ଥିଲା।

ଗତ ସପ୍ତାହରେ ପ୍ରବଳ ବର୍ଷା ଯୋଗୁଁ ହଠାତ୍‌ ଆସିଥିବା ବନ୍ୟାରେ ଉତ୍ତର ଆଫଗାନିସ୍ତାନର ଅନେକ ଗ୍ରାମ ଭାସିଯାଇଥିଲା। ବନ୍ୟା ଜଳ ପ୍ରବେଶ କରିବା ଯୋଗୁଁ ୩୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୬୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।

ବୁଧବାର ଆଫଗାନିସ୍ତାନ ବାୟୁସେନା ଦ୍ୱାରା ବ୍ୟବହୃତ ହେଲିକପ୍ଟରଟି ଘୋର ପ୍ରଦେଶର ଏକ ନଦୀରେ ପଡ଼ିଯାଇଥିବା ଲୋକଙ୍କ ମୃତଦେହ ଉଦ୍ଧାର ଉଦ୍ୟମ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି ବୋଲି ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି।