ଆଫଗାନିସ୍ତାନରେ ଭୟଙ୍କର ବିସ୍ଫୋରଣ; ପୁରୁଣା ବାରୁଦ ସୁଡଙ୍ଗରେ ବ୍ଲାଷ୍ଟ, ୯ ଶିଶୁ ମୃତ

ନୂଆଦିଲ୍ଲୀ ୦୨।୦୪: ଆଫଗାନିସ୍ତାନରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାର ଶିକାର ହୋଇଥିଲେ ପିଲାମାନେ । ସୁଡଙ୍ଗ ପାଖରେ ପିଲାମାନେ ଖେଳୁଥିବା ସମୟରେ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ନଅ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ହଇଚଇ ଦେଖାଦେଇଥିଲା ଏବଂ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ। ତାଲିବାନ ମୁଖପାତ୍ର ସୋମବାର ଏହି ଦୁଃଖଦ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି।ପାଞ୍ଚ ପୁଅ ଏବଂ ଚାରି ଝିଅଙ୍କର ମୃତ୍ୟୁ ଘଟିଛିଗଜନୀର ତାଲିବାନର ସୂଚନା ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ହମିଦୁଲ୍ଲା ନିସାର କହିଛନ୍ତି ଯେ ଗଜନି ପ୍ରଦେଶର ଏକ ଗାଁରେ ଖେଳୁଥିବାବେଳେ ପିଲାମାନେ ଏକ ଦଶନ୍ଧି ପୁରୁଣା ବାରୁଦ ସୁଡଙ୍ଗ ପାଇଥିଲେ। ସେ କହିଛନ୍ତି ଯେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପାଞ୍ଚରୁ ଦଶ ବର୍ଷ ବୟସର ପାଞ୍ଚ ପୁଅ ଏବଂ ଚାରି ଝିଅଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ ଯେ ଆଫଗାନିସ୍ତାନରେ ଦଶନ୍ଧି ଧରି ଯୁଦ୍ଧ ଚାଲିଥିଲା। ଯୁଦ୍ଧ ସମୟରେ ଆଫଗାନିସ୍ତାନର ଅନେକ ସ୍ଥାନରେ ଗ୍ରେନେଡ ଏବଂ ମୋର୍ଟାରକୁ ଭୂମିରେ ପୋତି ଦିଆଯାଇଥିଲା। ଯାହାକି ଏପର୍ଯ୍ୟନ୍ତ ଅଛି। ଏପରି ଏକ ବିସ୍ଫୋରଣରେ ପିଲାମାନେ ଆହତ ହୋଇ ମୃତ୍ୟୁ ବରଣ କରିଥିଲେ।  

ଆଫଗାନିସ୍ତାନରେ ଭୟଙ୍କର ବିସ୍ଫୋରଣ; ପୁରୁଣା ବାରୁଦ ସୁଡଙ୍ଗରେ ବ୍ଲାଷ୍ଟ, ୯ ଶିଶୁ ମୃତ

ନୂଆଦିଲ୍ଲୀ ୦୨।୦୪: ଆଫଗାନିସ୍ତାନରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାର ଶିକାର ହୋଇଥିଲେ ପିଲାମାନେ । ସୁଡଙ୍ଗ ପାଖରେ ପିଲାମାନେ ଖେଳୁଥିବା ସମୟରେ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ନଅ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ହଇଚଇ ଦେଖାଦେଇଥିଲା ଏବଂ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ। ତାଲିବାନ ମୁଖପାତ୍ର ସୋମବାର ଏହି ଦୁଃଖଦ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି।

ପାଞ୍ଚ ପୁଅ ଏବଂ ଚାରି ଝିଅଙ୍କର ମୃତ୍ୟୁ ଘଟିଛି

ଗଜନୀର ତାଲିବାନର ସୂଚନା ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ହମିଦୁଲ୍ଲା ନିସାର କହିଛନ୍ତି ଯେ ଗଜନି ପ୍ରଦେଶର ଏକ ଗାଁରେ ଖେଳୁଥିବାବେଳେ ପିଲାମାନେ ଏକ ଦଶନ୍ଧି ପୁରୁଣା ବାରୁଦ ସୁଡଙ୍ଗ ପାଇଥିଲେ। ସେ କହିଛନ୍ତି ଯେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପାଞ୍ଚରୁ ଦଶ ବର୍ଷ ବୟସର ପାଞ୍ଚ ପୁଅ ଏବଂ ଚାରି ଝିଅଙ୍କର ମୃତ୍ୟୁ ଘଟିଛି। 

ସୂଚନାଯୋଗ୍ୟ ଯେ ଆଫଗାନିସ୍ତାନରେ ଦଶନ୍ଧି ଧରି ଯୁଦ୍ଧ ଚାଲିଥିଲା। ଯୁଦ୍ଧ ସମୟରେ ଆଫଗାନିସ୍ତାନର ଅନେକ ସ୍ଥାନରେ ଗ୍ରେନେଡ ଏବଂ ମୋର୍ଟାରକୁ ଭୂମିରେ ପୋତି ଦିଆଯାଇଥିଲା। ଯାହାକି ଏପର୍ଯ୍ୟନ୍ତ ଅଛି। ଏପରି ଏକ ବିସ୍ଫୋରଣରେ ପିଲାମାନେ ଆହତ ହୋଇ ମୃତ୍ୟୁ ବରଣ କରିଥିଲେ।