ଆଫ୍ରିକୀୟ ଦେଶରୁ ଲିଥିୟମ ଆଣିବ NLC ଇଣ୍ଡିଆ, ରୁଷ କମ୍ପାନି ସହ କରୁଛି ଆଲୋଚନା

ନୂଆଦିଲ୍ଲୀ: ସରକାରୀ ମାଲିକାନାରେ ଥିବା କୋଇଲା ଉତ୍ତୋଳନକାରୀ କମ୍ପାନି ଏନଏଲସି ଇଣ୍ଡିଆ ଲିମିଟେଡ ରୁଷର ଏକ ସରକାରୀ କମ୍ପାନି ସହ ହାତ ମିଳାଇବାକୁ ଯାଉଛି। ଏହାର ଉଦ୍ଦେଶ୍ୟ ଆଫ୍ରିକାରେ ଥିବା ରୁଷ କମ୍ପାନିର ଲିଥିୟମ ଖଣିରୁ ଖଣିଜ ଆମଦାନୀ କରିବା। ଆଫ୍ରିକାର ମାଲିରେ ଥିବା ଏହି ଲିଥିୟମ ଖଣିରେ ସେୟାର ପାଇଁ ଏନଏଲସି ଇଣ୍ଡିଆ, ରୁଷ କମ୍ପାନି ସହ ଆଲୋଚନା ଜାରି ରହିଥିବା ସୂଚନା ମିଳିଛି।ଭାରତ ନିଜର ସ୍ବଚ୍ଛ ଉର୍ଜା ଲକ୍ଷ୍ୟକୁ ଧ୍ୟାନରେ ରଖି ଲିଥିୟମ ଭଳି ଗୁରୁତ୍ବପୂର୍ଣ୍ଣ ଧାତୁର ନିରବଚ୍ଛିନ୍ନ ଯୋଗାଣ ଉପରେ ଧ୍ୟାନ ଦେଉଥିବାବେଳେ ଏହି ପଦକ୍ଷେପ ଖୁବ୍ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି। ବର୍ତ୍ତମାନ ଦେଶରେ ଇଲେକ୍ଟ୍ରିକ ଗାଡ଼ି ଏବଂ ଏହାର ବ୍ୟାଟେରୀର ଚାହିଦା ବଢ଼ୁଛି ଫଳରେ ଲିଥିୟମର ଆବଶ୍ୟକତା ମଧ୍ୟ ଦ୍ରୁତ ଭାବରେ ବଢ଼ୁଛି।ସୂଚନାଥାଉକି, ଏନଏଲସି ଇଣ୍ଡିଆ ମୁଖ୍ୟତଃ କୋଇଲା ଏବଂ ଲିଗ୍‌ନାଇଟ ଖନନ ତଥା ବିଜୁଳି ଉତ୍ପାଦନ କରୁଛି। କମ୍ପାନି ଅକ୍ଷୟ ଶକ୍ତି ଏବଂ କୋଇଲା ଖନନ କ୍ଷେତ୍ରରେ ମଧ୍ୟ ଦେଶ ବିଦେଶରେ ନିଜର ଆଧିପତ୍ୟ ବିସ୍ତାର କରିଛି।ନିକଟରେ ଏନଏଲସି ଇଣ୍ଡିଆକୁ ପଞ୍ଚମ ପର୍ଯ୍ୟାୟ ଖଣିଜ ନିଲାମୀରେ ଦୁଇ ବଡ଼ ଖଣିଜ ବ୍ଲକ୍ ମିଳିଛି। ଛତିଶଗଡ଼ରେ ଫସ୍ଫୋରାଇଟ ଏବଂ ଚୂନ ପଥରର ଦୁଇଟି ବ୍ଲକ୍ ମିଳିଛି। ଏନଏଲସି ଇଣ୍ଡିଆର ଏହି ରଣନୀତିକ ପଦକ୍ଷେପରେ କେବଳ ଯେ, ଭାରତର ଲିଥିୟମ ଆପୂର୍ତ୍ତି ଶୃଙ୍ଖଳାକୁ ମଜଭୁତ କରିବ ତାହା ନ

ଆଫ୍ରିକୀୟ ଦେଶରୁ ଲିଥିୟମ ଆଣିବ NLC ଇଣ୍ଡିଆ, ରୁଷ କମ୍ପାନି ସହ କରୁଛି ଆଲୋଚନା

ନୂଆଦିଲ୍ଲୀ: ସରକାରୀ ମାଲିକାନାରେ ଥିବା କୋଇଲା ଉତ୍ତୋଳନକାରୀ କମ୍ପାନି ଏନଏଲସି ଇଣ୍ଡିଆ ଲିମିଟେଡ ରୁଷର ଏକ ସରକାରୀ କମ୍ପାନି ସହ ହାତ ମିଳାଇବାକୁ ଯାଉଛି। ଏହାର ଉଦ୍ଦେଶ୍ୟ ଆଫ୍ରିକାରେ ଥିବା ରୁଷ କମ୍ପାନିର ଲିଥିୟମ ଖଣିରୁ ଖଣିଜ ଆମଦାନୀ କରିବା। ଆଫ୍ରିକାର ମାଲିରେ ଥିବା ଏହି ଲିଥିୟମ ଖଣିରେ ସେୟାର ପାଇଁ ଏନଏଲସି ଇଣ୍ଡିଆ, ରୁଷ କମ୍ପାନି ସହ ଆଲୋଚନା ଜାରି ରହିଥିବା ସୂଚନା ମିଳିଛି।

ଭାରତ ନିଜର ସ୍ବଚ୍ଛ ଉର୍ଜା ଲକ୍ଷ୍ୟକୁ ଧ୍ୟାନରେ ରଖି ଲିଥିୟମ ଭଳି ଗୁରୁତ୍ବପୂର୍ଣ୍ଣ ଧାତୁର ନିରବଚ୍ଛିନ୍ନ ଯୋଗାଣ ଉପରେ ଧ୍ୟାନ ଦେଉଥିବାବେଳେ ଏହି ପଦକ୍ଷେପ ଖୁବ୍ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି। ବର୍ତ୍ତମାନ ଦେଶରେ ଇଲେକ୍ଟ୍ରିକ ଗାଡ଼ି ଏବଂ ଏହାର ବ୍ୟାଟେରୀର ଚାହିଦା ବଢ଼ୁଛି ଫଳରେ ଲିଥିୟମର ଆବଶ୍ୟକତା ମଧ୍ୟ ଦ୍ରୁତ ଭାବରେ ବଢ଼ୁଛି।

ସୂଚନାଥାଉକି, ଏନଏଲସି ଇଣ୍ଡିଆ ମୁଖ୍ୟତଃ କୋଇଲା ଏବଂ ଲିଗ୍‌ନାଇଟ ଖନନ ତଥା ବିଜୁଳି ଉତ୍ପାଦନ କରୁଛି। କମ୍ପାନି ଅକ୍ଷୟ ଶକ୍ତି ଏବଂ କୋଇଲା ଖନନ କ୍ଷେତ୍ରରେ ମଧ୍ୟ ଦେଶ ବିଦେଶରେ ନିଜର ଆଧିପତ୍ୟ ବିସ୍ତାର କରିଛି।

ନିକଟରେ ଏନଏଲସି ଇଣ୍ଡିଆକୁ ପଞ୍ଚମ ପର୍ଯ୍ୟାୟ ଖଣିଜ ନିଲାମୀରେ ଦୁଇ ବଡ଼ ଖଣିଜ ବ୍ଲକ୍ ମିଳିଛି। ଛତିଶଗଡ଼ରେ ଫସ୍ଫୋରାଇଟ ଏବଂ ଚୂନ ପଥରର ଦୁଇଟି ବ୍ଲକ୍ ମିଳିଛି। ଏନଏଲସି ଇଣ୍ଡିଆର ଏହି ରଣନୀତିକ ପଦକ୍ଷେପରେ କେବଳ ଯେ, ଭାରତର ଲିଥିୟମ ଆପୂର୍ତ୍ତି ଶୃଙ୍ଖଳାକୁ ମଜଭୁତ କରିବ ତାହା ନୁହେଁ, ବରଂ ଦେଶର ସ୍ବଚ୍ଛ ଶକ୍ତି ପ୍ରକଳ୍ପକୁ ମଧ୍ୟ ବଳ ଯୋଗାଇବ।