ଆବାସ ପାଇଁ ନୂଆ ଗାଇଡ୍‌ଲାଇନ: ଏଣିକି ନିଜ ପାଇଁ ନିଜେ କରିବେ ସର୍ଭେ

ଭୁବନେଶ୍ୱର ୨୮/୧୧: ଆବାସ ଘର ପାଇଁ ନିଜେ ନିଜ ପାଇଁ ସର୍ଭେ କରିବେ ଲୋକ । କେହି ଯୋଗ୍ୟ ହିତାଧିକାରୀ ଅଣଦେଖା ହେବେନି। ଖୋଜି ଖୋଜି ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯିବବ।ପ୍ରକୃତ ହିତାଧିକାରୀ ପାଇବେ ଘର। ନିଜେ ଯୋଗ୍ୟ କି ନୁହେଁ ନିଜେ କରିବେ ସର୍ଭେ ।ଏହା ସହ ଆସନ୍ତା ଡ଼ିସେମ୍ବର ମାସରେ ଗାଁ ଗାଁ ରେ କ୍ୟାମ୍ପ କରାଯିବ। ଲୋକ ଏହି କର୍ମଶାଳାରେ ଯୋଗ ଦେବେ। ଏହା ସହ ଦିବ୍ୟାଙ୍ଗ ଓ ବିଧବାମାନଙ୍କୁ ଅଗ୍ରାଧିକାର ଦିଆଯିବ। ୨ ମାସ ସମୟ ଭିତରେ ରି ସର୍ଭେ କରାଯିବ।ଏହି ଅବଧି ଭିତରେ  ତାଲିମ ସହ ଆବେଦନ ଓ ଅନଲାଇନ୍ ମାଧ୍ୟମରେ ଚେକ୍ କରିବେ। ଆବାସ ଘର ବଣ୍ଟାରେ ଏଣିକି ରାଜନୈତିକ ହସ୍ତକ୍ଷେପ କାଟୁ କରିବନି । କେହି ଚାହିଁଲେ ବି ଯୋଗ୍ୟ ହିତାଧିକାରୀକୁ ଆବାସ ଘର ଦେବାରୁ  ଅଟକାଇ ପାରିବେନି । ବ୍ଲକ୍‌ର କୌଣସି କର୍ମଚାରୀ,  ପଞ୍ଚାୟତ ନିର୍ବାହୀ ଅଧିକାରୀ କି ସରପଞ୍ଚଙ୍କ ଜରିଆରେ ଆଉ ଆବାସ ସର୍ଭେ ହେବନି । ଲୋକେ ନିଜେ ନିଜର  ସର୍ଭେ କରିବେ । ଆପସ୍‌ ଖୋଲି ଗୋଟି ଗୋଟି କରି ନିଜ ତଥ୍ୟ ଭରିବେ । ପୁରୁଣା ଘରର ଫଟୋ ଉଠାଇ ଅପଲୋଡ୍‌  କରିବେ । ସବୁ ତଥ୍ୟ ସିଧାସଳଖ ଆବାସ ପ୍ଲସ୍‌ ପୋର୍ଟାଲକୁ  ଚାଲିଯିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଘର ଦେବାକୁ ପଞ୍ଚାୟତିରାଜ ବିଭାଗ ପ୍ରସ୍ତୁତ କରିଥିବା ନୂଆ ଗାଇଡ୍‌ଲାଇନରେ ଏଭଳି ବ୍ୟବସ୍ଥା ଯୋଡ଼ିଛନ୍ତି ।ପୂର୍ବରୁ ବାଇକ୍‌, ଫ୍ରିଜ୍‌ ଓ ଲ୍ୟାଣ୍ଡଲାଇନ ଫୋନ୍‌ ଥିଲେ ଆବାସ ଘର ମିଳିବନି ବ

ଆବାସ ପାଇଁ ନୂଆ ଗାଇଡ୍‌ଲାଇନ: ଏଣିକି ନିଜ ପାଇଁ ନିଜେ କରିବେ ସର୍ଭେ

ଭୁବନେଶ୍ୱର ୨୮/୧୧: ଆବାସ ଘର ପାଇଁ ନିଜେ ନିଜ ପାଇଁ ସର୍ଭେ କରିବେ ଲୋକ । କେହି ଯୋଗ୍ୟ ହିତାଧିକାରୀ ଅଣଦେଖା ହେବେନି। ଖୋଜି ଖୋଜି ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯିବବ।ପ୍ରକୃତ ହିତାଧିକାରୀ ପାଇବେ ଘର। ନିଜେ ଯୋଗ୍ୟ କି ନୁହେଁ ନିଜେ କରିବେ ସର୍ଭେ ।ଏହା ସହ ଆସନ୍ତା ଡ଼ିସେମ୍ବର ମାସରେ ଗାଁ ଗାଁ ରେ କ୍ୟାମ୍ପ କରାଯିବ। ଲୋକ ଏହି କର୍ମଶାଳାରେ ଯୋଗ ଦେବେ। 

ଏହା ସହ ଦିବ୍ୟାଙ୍ଗ ଓ ବିଧବାମାନଙ୍କୁ ଅଗ୍ରାଧିକାର ଦିଆଯିବ। ୨ ମାସ ସମୟ ଭିତରେ ରି ସର୍ଭେ କରାଯିବ।ଏହି ଅବଧି ଭିତରେ  ତାଲିମ ସହ ଆବେଦନ ଓ ଅନଲାଇନ୍ ମାଧ୍ୟମରେ ଚେକ୍ କରିବେ। ଆବାସ ଘର ବଣ୍ଟାରେ ଏଣିକି ରାଜନୈତିକ ହସ୍ତକ୍ଷେପ କାଟୁ କରିବନି । କେହି ଚାହିଁଲେ ବି ଯୋଗ୍ୟ ହିତାଧିକାରୀକୁ ଆବାସ ଘର ଦେବାରୁ  ଅଟକାଇ ପାରିବେନି । ବ୍ଲକ୍‌ର କୌଣସି କର୍ମଚାରୀ,  ପଞ୍ଚାୟତ ନିର୍ବାହୀ ଅଧିକାରୀ କି ସରପଞ୍ଚଙ୍କ ଜରିଆରେ ଆଉ ଆବାସ ସର୍ଭେ ହେବନି । 

ଲୋକେ ନିଜେ ନିଜର  ସର୍ଭେ କରିବେ । ଆପସ୍‌ ଖୋଲି ଗୋଟି ଗୋଟି କରି ନିଜ ତଥ୍ୟ ଭରିବେ । ପୁରୁଣା ଘରର ଫଟୋ ଉଠାଇ ଅପଲୋଡ୍‌  କରିବେ । ସବୁ ତଥ୍ୟ ସିଧାସଳଖ ଆବାସ ପ୍ଲସ୍‌ ପୋର୍ଟାଲକୁ  ଚାଲିଯିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଘର ଦେବାକୁ ପଞ୍ଚାୟତିରାଜ ବିଭାଗ ପ୍ରସ୍ତୁତ କରିଥିବା ନୂଆ ଗାଇଡ୍‌ଲାଇନରେ ଏଭଳି ବ୍ୟବସ୍ଥା ଯୋଡ଼ିଛନ୍ତି ।


ପୂର୍ବରୁ ବାଇକ୍‌, ଫ୍ରିଜ୍‌ ଓ ଲ୍ୟାଣ୍ଡଲାଇନ ଫୋନ୍‌ ଥିଲେ ଆବାସ ଘର ମିଳିବନି ବୋଲି ନିୟମ ଥିଲା । କିନ୍ତୁ ଏହାକୁ  ବଦଳା ଯାଇଛି । ଏ ସବୁ ଥିଲେ ବି ଆବାସ ଘର ଦିଆଯିବ । ପୂର୍ବରୁ ପରିବାରର ମାସିକ ଆୟ ସୀମା ସର୍ବାଧିକ ୧୦ ହଜାର  ରହିଥିଲା । ଏହାକୁ ୧୫ ହଜାର କରାଯାଇଛି ।  

ଲୋକେ କିଭଳି ନିଜେ ନିଜର ସର୍ଭେ କରିବେ, ତାହା  ଶିଖାଇବାକୁ ପଞ୍ଚାୟତସ୍ତରରେ କର୍ମଶାଳା ହେବ । ୧୫ ବା  ୧୫ରୁ କମ୍‌ ସଂଖ୍ୟକ ପଞ୍ଚାୟତ ଥିବା ବ୍ଲକ୍‌ରେ ଡିସେମ୍ବର ୨  ତାରିଖରେ କର୍ମଶାଳା ହେବ । ୧୬ରୁ ୨୫ଟି ପଞ୍ଚାୟତ ଥିବା  ବ୍ଲକ୍‌ରେ ୨ ଓ ୩ ତାରିଖରେ କର୍ମଶାଳା ହେବ । ୨୫ରୁ ଅଧିକ ପଞ୍ଚାୟତ ଥିବା ବ୍ଲକ୍‌ରେ ୨, ୩ ଓ ୪ ତାରିଖରେ କର୍ମଶାଳା  ହେବ । ସ୍ଥାନୀୟ ଲୋକେ ଯେଭଳି ଏହି ଆବାସ କର୍ମଶାଳା  ହେଉଛି ବୋଲି ଜାଣିପାରିବେ ସେଥିପାଇଁ ବ୍ୟାପକ ପ୍ରଚାର  ପ୍ରସାର କରିବାକୁ କୁହାଯାଇଛି ।