ଆବାସିକ କୋଠାକୁ ଇସ୍ରାଏଲର ଟାର୍ଗେଟ୍: ୬ ପିଲାଙ୍କ ସମେତ ୯ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ

ସୁଧୁରୁନି ମଧ୍ୟପ୍ରାଚ୍ୟର ସ୍ଥିତି। କ୍ରମାଗତ ଉତ୍ତେଜନା ବୃଦ୍ଧି ପାଉଛି। ମାସ ମାସ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଏଭଳି ସମୟରେ ଦକ୍ଷିଣ ଗାଜା ସହରର ଏକ ଘର ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଛି। ଏହି ହମ୍ଲାରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ଗାଜା ହସ୍ପିଟାଲର ଅଧିକାରୀମାନେ ଏହା ଦାବି କରିଛନ୍ତି।ଗାଜା ସିଭିଲ ଡିଫେନ୍ସ ଅଧିକାରୀଙ୍କ ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ରାଫା ସହରର ପଶ୍ଚିମୀ ତେଲ ସୁଲତାନ ଅଞ୍ଚଳରେ ଏକ ଆବାସିକ ଘରକୁ ଟାର୍ଗେଟ କରାଯାଇଥିଲା।ମିଶର ସୀମାରେ ଅବସ୍ଥିତ ରାଫା ସହରରେ ଗାଜାରୁ ପ୍ରାୟ 2.3 ନିୟୁତ ଲୋକଙ୍କୁ ଆଶ୍ରୟ ଦିଆଯାଇଛି। ଏହି ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଯେଉଁମାନେ ହାମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଯୋଗୁଁ ବିସ୍ଥାପିତ ହୋଇଥିଲେ। ଗାଜା ହସ୍ପିଟାଲର ଅଧିକାରୀମାନେ ଅଭିଯୋଗ କରିଛନ୍ତି ଯେ ଇସ୍ରାଏଲ୍ ଏହି ସ୍ଥାନରେ ଏୟାର ଷ୍ଟ୍ରାଇକ୍ କରିଛି।ଅଧିକାରୀମାନେ ଦାବି କରିଛନ୍ତି ଯେ ଏହି ଆକ୍ରମଣରେ ନିହତ ହୋଇଥିବା ୬ ଜଣ ଶିଶୁ, ଦୁଇ ମହିଳା ଏବଂ ଜଣେ ପୁରୁଷଙ୍କ ମୃତଦେହକୁ ରାଫାର ଆବୁ ୟୋସେଫ ଅଲ-ନଜର ଡାକ୍ତରଖାନାକୁ ନିଆଯାଇଥିଲା। ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲର ଷ୍ଟ୍ରାଇକରେ ପ୍ରାଣ ହରାଇଥିବା 37 ଜଣଙ୍କ ମୃତଦେହକୁ ଗାଜା ଡାକ୍ତରଖାନାକୁ ଅଣାଯାଇଛି।

ଆବାସିକ କୋଠାକୁ ଇସ୍ରାଏଲର ଟାର୍ଗେଟ୍: ୬ ପିଲାଙ୍କ ସମେତ ୯ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ

ସୁଧୁରୁନି ମଧ୍ୟପ୍ରାଚ୍ୟର ସ୍ଥିତି। କ୍ରମାଗତ ଉତ୍ତେଜନା ବୃଦ୍ଧି ପାଉଛି। ମାସ ମାସ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଏଭଳି ସମୟରେ ଦକ୍ଷିଣ ଗାଜା ସହରର ଏକ ଘର ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଛି। ଏହି ହମ୍ଲାରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ଗାଜା ହସ୍ପିଟାଲର ଅଧିକାରୀମାନେ ଏହା ଦାବି କରିଛନ୍ତି।

ଗାଜା ସିଭିଲ ଡିଫେନ୍ସ ଅଧିକାରୀଙ୍କ ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ରାଫା ସହରର ପଶ୍ଚିମୀ ତେଲ ସୁଲତାନ ଅଞ୍ଚଳରେ ଏକ ଆବାସିକ ଘରକୁ ଟାର୍ଗେଟ କରାଯାଇଥିଲା।

ମିଶର ସୀମାରେ ଅବସ୍ଥିତ ରାଫା ସହରରେ ଗାଜାରୁ ପ୍ରାୟ 2.3 ନିୟୁତ ଲୋକଙ୍କୁ ଆଶ୍ରୟ ଦିଆଯାଇଛି। ଏହି ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଯେଉଁମାନେ ହାମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଯୋଗୁଁ ବିସ୍ଥାପିତ ହୋଇଥିଲେ। ଗାଜା ହସ୍ପିଟାଲର ଅଧିକାରୀମାନେ ଅଭିଯୋଗ କରିଛନ୍ତି ଯେ ଇସ୍ରାଏଲ୍ ଏହି ସ୍ଥାନରେ ଏୟାର ଷ୍ଟ୍ରାଇକ୍ କରିଛି।

ଅଧିକାରୀମାନେ ଦାବି କରିଛନ୍ତି ଯେ ଏହି ଆକ୍ରମଣରେ ନିହତ ହୋଇଥିବା ୬ ଜଣ ଶିଶୁ, ଦୁଇ ମହିଳା ଏବଂ ଜଣେ ପୁରୁଷଙ୍କ ମୃତଦେହକୁ ରାଫାର ଆବୁ ୟୋସେଫ ଅଲ-ନଜର ଡାକ୍ତରଖାନାକୁ ନିଆଯାଇଥିଲା। ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲର ଷ୍ଟ୍ରାଇକରେ ପ୍ରାଣ ହରାଇଥିବା 37 ଜଣଙ୍କ ମୃତଦେହକୁ ଗାଜା ଡାକ୍ତରଖାନାକୁ ଅଣାଯାଇଛି।