ଆବେଦନ ସତ୍ତ୍ବେ ମିଳିନି ଭତ୍ତା, ଜିଲାପାଳଙ୍କୁ ଫେରାଦ
ବରଗଡ଼,୨ା୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗାଇସିଲାଟ ବ୍ଲକ ଜଡ଼ାଗଞ୍ଜା ଗ୍ରାମର ବହୁସଂଖ୍ୟକ ବୃଦ୍ଧାବୃଦ୍ଧ ଏବଂ ଦିବ୍ୟାଙ୍ଗ ଭତ୍ତା ପାଉ ନଥିବା ଅଭିଯୋଗ ହୋଇଛି। ଏ ନେଇ ମଙ୍ଗଳବାର ସେମାନେ ଜିଲାପାଳଙ୍କୁ ଫେରାଦ ହୋଇଥିଲେ। ସେମାନଙ୍କୁ ତୁରନ୍ତ ଭତ୍ତା ପ୍ରଦାନ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ସେମାନେ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସ୍ମାରକପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି, ଭତ୍ତା ପ୍ରଦାନ ପାଇଁ ବାରମ୍ବାର ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ନିବେଦନ କରିଛନ୍ତି। ମାତ୍ର କିଛି ସୁଫଳ ମିଳି […] The post ଆବେଦନ ସତ୍ତ୍ବେ ମିଳିନି ଭତ୍ତା, ଜିଲାପାଳଙ୍କୁ ଫେରାଦ appeared first on Dharitri Odia News.
ବରଗଡ଼,୨ା୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗାଇସିଲାଟ ବ୍ଲକ ଜଡ଼ାଗଞ୍ଜା ଗ୍ରାମର ବହୁସଂଖ୍ୟକ ବୃଦ୍ଧାବୃଦ୍ଧ ଏବଂ ଦିବ୍ୟାଙ୍ଗ ଭତ୍ତା ପାଉ ନଥିବା ଅଭିଯୋଗ ହୋଇଛି। ଏ ନେଇ ମଙ୍ଗଳବାର ସେମାନେ ଜିଲାପାଳଙ୍କୁ ଫେରାଦ ହୋଇଥିଲେ। ସେମାନଙ୍କୁ ତୁରନ୍ତ ଭତ୍ତା ପ୍ରଦାନ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ସେମାନେ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସ୍ମାରକପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି, ଭତ୍ତା ପ୍ରଦାନ ପାଇଁ ବାରମ୍ବାର ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ନିବେଦନ କରିଛନ୍ତି। ମାତ୍ର କିଛି ସୁଫଳ ମିଳି ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଭତ୍ତା ମିଳି ନଥିବା ଯୋଗୁ ସରକାରଙ୍କ ବହୁବିଧ ଯୋଜନାରୁ ସେମାନେ ବଞ୍ଚିତ ହେଉଥିବା କହିଛନ୍ତି । ଗତ ୨ବର୍ଷ ହେଲା, ସେମାନେ ଭତ୍ତା ପାଇଁ ଆବେଦନ କରିଥିବା ସତ୍ତ୍ବେ ସେମାନଙ୍କୁ ଏପର୍ଯ୍ୟନ୍ତ ଭତ୍ତା ମିଳି ନଥିବାରୁ ବୃଦ୍ଧା, ବୃଦ୍ଧ ଏବଂ ଦିବ୍ୟାଙ୍ଗଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଫଳରେ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ସେମାନେ ଜିଲାପାଳଙ୍କୁ ନିବେଦନ କରିଛନ୍ତି।
The post ଆବେଦନ ସତ୍ତ୍ବେ ମିଳିନି ଭତ୍ତା, ଜିଲାପାଳଙ୍କୁ ଫେରାଦ appeared first on Dharitri Odia News.