ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ବିଧାୟକ ହଟହଟା
ରଣପୁର,୨୭ା୨(ସୁକାନ୍ତ କିଶୋର ଡାକୁଆ):ନୟାଗଡ଼ ଜିଲା ରଣପୁରସ୍ଥିତ ଗୋପାଳପୁର ପଞ୍ଚାୟତ କାର୍ଯ୍ୟାଳୟଠାରେ ରାଜ୍ୟ ସରକାରଙ୍କ ତରଫରୁ ଚାଲିଥିବା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଧାୟକ ଅତିଥି ଥିଲେ। ହେଲେ ସେ ଗୋପାଳପୁର ପଞ୍ଚାୟତର ବିଜେଡି ସଭାପତିଙ୍କୁ ଅତିଥି ଭାବେ ମଞ୍ଚରେ ବସାଇବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହାକୁ ନେଇ ବିଧାୟକଙ୍କୁ ହଟହଟା ହେବାକୁ ପଡିଥିଲା। ମଞ୍ଚ ସମ୍ମୁଖରେ ବସିଥିବା ଲୋକମାନଙ୍କ ସହିତ ଜିଲା ପରିଷଦ ସଭ୍ୟାମାନେ ହୋହାଲ୍ଲା କରି ଏହାକୁ […] The post ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ବିଧାୟକ ହଟହଟା appeared first on Dharitri Odia News.
ରଣପୁର,୨୭ା୨(ସୁକାନ୍ତ କିଶୋର ଡାକୁଆ):ନୟାଗଡ଼ ଜିଲା ରଣପୁରସ୍ଥିତ ଗୋପାଳପୁର ପଞ୍ଚାୟତ କାର୍ଯ୍ୟାଳୟଠାରେ ରାଜ୍ୟ ସରକାରଙ୍କ ତରଫରୁ ଚାଲିଥିବା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଧାୟକ ଅତିଥି ଥିଲେ। ହେଲେ ସେ ଗୋପାଳପୁର ପଞ୍ଚାୟତର ବିଜେଡି ସଭାପତିଙ୍କୁ ଅତିଥି ଭାବେ ମଞ୍ଚରେ ବସାଇବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହାକୁ ନେଇ ବିଧାୟକଙ୍କୁ ହଟହଟା ହେବାକୁ ପଡିଥିଲା। ମଞ୍ଚ ସମ୍ମୁଖରେ ବସିଥିବା ଲୋକମାନଙ୍କ ସହିତ ଜିଲା ପରିଷଦ ସଭ୍ୟାମାନେ ହୋହାଲ୍ଲା କରି ଏହାକୁ ବିରୋଧ କରିଥିଲେ। ଏହାପରେ ସଭାପତିଙ୍କୁ ମଞ୍ଚ ଉପରୁ ହଟାଇ ଦିଆଯାଇଥିଲା। ଏହାକୁ ନେଇ ସେଠାରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ପୋଲିସ ପହଞ୍ଚତ୍ ଲୋକମାନଙ୍କୁ ବୁଝାଶୁଝା କରିବା ପରେ ସଭାକାର୍ଯ୍ୟ ପୁଣି ଥରେ ଆରମ୍ଭ ହୋଇଥିଲା।
ସୂଚନା ଅନୁଯାୟୀ, ରବିବାର ଗୋପାଳପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ମନୋରଞ୍ଜନ ମହାପାତ୍ର, ସରପଞ୍ଚ ସୁଜାତା ସେଠୀ ଓ ସମସ୍ତ ୱାର୍ଡସଭ୍ୟଙ୍କ ମିଳିତ ଉଦ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ବ୍ଲକ ଉପାଧ୍ୟକ୍ଷ ପ୍ରଭାତ କୁମାର ଦଳବେହେରା ଉପସ୍ଥିତ ଥିଲେ। ଏହା ଏକ ସରକାରୀ କାର୍ଯ୍ୟକ୍ରମ ଥିଲା। ହେଲେ ଗୋପାଳପୁର ବିଜେଡି ସଭାପତି ସଦାଶିବ ନନ୍ଦଙ୍କୁ ବିଧାୟକ ଅତିଥି ଭାବେ ଡାକି ମଞ୍ଚରେ ବସାଇଥିଲେ। ଏହାକୁ ଦେଖି ଗୋପାଳପୁର ଜିଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ତାରାଇଙ୍କ ସହିତ ମଞ୍ଚ ସମ୍ମୁଖରେ ଥିବା ଲୋକମାନେ ବିରୋଧ କରିଥିଲେ। ତାଙ୍କୁ କାହିଁକି ମଞ୍ଚରେ ବସା ଯାଇଛି ବୋଲି ପ୍ରଶ୍ନ କରିଥିଲେ। ଏହା ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ କାହିଁକି ଜଣେ ଦଳୀୟ ନେତାଙ୍କୁ ମଞ୍ଚାସୀନ କରାଗଲା ବୋଲି ସେମାନେ କହିବା ସହ ପାଟିତୁଣ୍ଡ କରିଥିଲେ। ଏହାକୁ ନେଇ ସେଠାରେ ଚାପା ଉତ୍ତେଜନା ଦେଖା ଦେଇଥିଲା।ସେ ମଞ୍ଚରୁ ଓହ୍ଲାଇଲେ ସଭା କାର୍ଯ୍ୟ ଚାଲିବ ବୋଲି ଲୋକମାନେ କହିଥିଲେ। ସ୍ଥାନୀୟ ସରପଞ୍ଚ ମଧ୍ୟ ଏହି ଦାବିକୁ ସମର୍ଥନ କରିଥିଲେ। ଏହାକୁ ନେଇ ସ୍ଥାନୀୟ ବିଧାୟକଙ୍କୁ ହଟହଟା ହେବାକୁ ପଡିଥିଲା। ବିଧାୟକ କହିବା ପରେ ପଞ୍ଚାୟତ ସଭାପତି ମଞ୍ଚରୁ ଓହ୍ଲାଇଥିଲେ। ଏହାପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏ ସଂକ୍ରାନ୍ତରେ ବିଧାୟକ ପ୍ରଧାନଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ। ଏ ନେଇ ଗୋପାଳପୁର ଜିଲା ପରିଷଦ ସଭ୍ୟା ତାରାଇଙ୍କୁ ପଚାରିବାରୁ ସେ କୁହନ୍ତି, ଏହା ଏକ ସରକାରୀ କାର୍ଯ୍ୟକ୍ରମ। ବିଧାୟକ ସବୁ ଜାଣିଶୁଣି ତାଙ୍କ ଦଳର ଜଣେ ନେତାଙ୍କୁ ଆଣି ଅତିଥି କରି ମଞ୍ଚରେ ବସାଇଥିଲେ। ସେଥିପାଇଁ ଏପରି ପରିସ୍ଥିତି ସୃଷ୍ଟି ହେଲା।
The post ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ବିଧାୟକ ହଟହଟା appeared first on Dharitri Odia News.