ଆମ କଳିକା କେନ୍ଦ୍ର ଉଦ୍ଘାଟିତ: ଶିଶୁମାନଙ୍କ ଲାଳନପାଳନରେ ହେବ ସହାୟକ
କେନ୍ଦୁଝର,୨୩ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକେ ଆମ କଳିକା କେନ୍ଦ୍ର (କ୍ରେଚ୍) କେନ୍ଦୁଝର ଏମ୍ପି ଅନନ୍ତ ନାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ଉକ୍ତ ଉଦ୍ଘାଟନୀ ସମାରୋହରେ ମାନ୍ୟବର ଜିଲାପାଳ ବିଶାଲ ସିଂ, ଅରକ୍ଷୀ ଅଧିକାରୀ, ନୀତିନ କୁଶଲକର, ଜିଲା ବନଖଣ୍ଡ ଅଧିକାରୀ, ଧନରାଜ ଏଚ୍ ଜିଲା ସମାଜ କଲ୍ୟାଣ ଅଧିକାରୀ ମିତା ନାଏକ ଓ ମହିଳା ଶିଶୁ ବିକାଶ ବିଭାଗର ଅଧିକାରୀଗଣ ଉପସ୍ଥିତ ରହିଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସମସ୍ତ ବିଭାଗରେ […] The post ଆମ କଳିକା କେନ୍ଦ୍ର ଉଦ୍ଘାଟିତ: ଶିଶୁମାନଙ୍କ ଲାଳନପାଳନରେ ହେବ ସହାୟକ appeared first on Dharitri Odia News.
କେନ୍ଦୁଝର,୨୩ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକେ ଆମ କଳିକା କେନ୍ଦ୍ର (କ୍ରେଚ୍) କେନ୍ଦୁଝର ଏମ୍ପି ଅନନ୍ତ ନାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ଉକ୍ତ ଉଦ୍ଘାଟନୀ ସମାରୋହରେ ମାନ୍ୟବର ଜିଲାପାଳ ବିଶାଲ ସିଂ, ଅରକ୍ଷୀ ଅଧିକାରୀ, ନୀତିନ କୁଶଲକର, ଜିଲା ବନଖଣ୍ଡ ଅଧିକାରୀ, ଧନରାଜ ଏଚ୍ ଜିଲା ସମାଜ କଲ୍ୟାଣ ଅଧିକାରୀ ମିତା ନାଏକ ଓ ମହିଳା ଶିଶୁ ବିକାଶ ବିଭାଗର ଅଧିକାରୀଗଣ ଉପସ୍ଥିତ ରହିଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସମସ୍ତ ବିଭାଗରେ କାର୍ଯ୍ୟରତ ମହିଳା କର୍ମଚାରୀମାନେ ସେମାନଙ୍କ ଶିଶୁମାନଙ୍କର ଉପଯୁକ୍ତ ଯତ୍ନ ଓ ଲାଳନ ପାଳନ ଦିଗରେ ଏହି କ୍ରେଚ ସହାୟକ ହେବ ବୋଲି ଅତିଥିମାନେ ଆଶାବ୍ୟକ୍ତ କରିଥିଲେ। ମହିଳା କର୍ମଚାରୀମାନେ ନିର୍ଦ୍ୱନ୍ଦ୍ୱରେ ସେମାନଙ୍କର ଶିଶୁମାନଙ୍କୁ ଉପଯୁକ୍ତ ଯତ୍ନ ଓ ସେବା ନିମନ୍ତେ ଛାଡିପାରିବେ ଓ ଉଭୟ ମା ଓ କର୍ମଚାରୀର ଦାୟିତ୍ୱ ସୁଚାରୁରୂପେ ନିର୍ବାହ କରିପାରିବେ। ଉକ୍ତ କ୍ରେଚରେ ୧୦ରୁ ଅଧିକ ଶିଶୁ ଲାଭବାନ ହେବ ସହିତ ସେମାନଙ୍କର ଉପଯୁକ୍ତ ସେବା ଓ ଯତ୍ନ ନିଆଯିବାର ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି। ଉକ୍ତ କଳିକା କେନ୍ଦ୍ରରେ ୬ ମାସରୁ ୬ ବର୍ଷର ଶିଶୁମାନେ ନିର୍ଦ୍ୱନ୍ଦ୍ୱରେ ରହିବା ସହିତ ସେମାନଙ୍କର ଶାରୀରିକ, ମାନସିକ, ବୌଦ୍ଧିକ ବିକାଶକୁ ସୁନିଶ୍ଚିତ କରିବା ନିମନ୍ତେ ସତନ୍ତ୍ର ତାଲିମପ୍ରାପ୍ତ ଦିଦିମାନଙ୍କୁ ନିୟୋଜିତ କରାଯାଇଛି। ଉକ୍ତ କେନ୍ଦ୍ରରେ ପିଲାମାନଙ୍କ ମନୋରଞ୍ଜନ ନିମନ୍ତେ ଉନ୍ନତମାନର ଖେଳଣା ଉପଳବ୍ଧ କରାଯାଇଛି। ଉକ୍ତ କେନ୍ଦ୍ର ସମସ୍ତ କାର୍ଯ୍ୟ ଦିବସରେ ସକାଳ ୯:୩୦ ମିନିଟରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଥିବା ସମସ୍ତ ବିଭାଗର ମହିଳାମାନେ ଉକ୍ତ ସୁବିଧାକୁ ନେଇ ପାରିବେ। ଏହା ଜିଲା ସମାଜ କଲ୍ୟାଣ ବିଭାଗ ଅଧୀନରେ ପରିଚାଳିତ ହେବ। ଇଚ୍ଛୁକ କର୍ମଚାରୀମାନେ ଜିଲା ସମାଜ କଲ୍ୟାଣ ବିଭାଗରୁ ସମ୍ପୂର୍ଣ୍ଣ ଓ ଅଧିକ ତଥ୍ୟ ପାଇଁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।
The post ଆମ କଳିକା କେନ୍ଦ୍ର ଉଦ୍ଘାଟିତ: ଶିଶୁମାନଙ୍କ ଲାଳନପାଳନରେ ହେବ ସହାୟକ appeared first on Dharitri Odia News.