‘ଆମ ବିଧାୟକଙ୍କୁ ବିଜେପି ୫୦-୫୦ କୋଟି ଟଙ୍କା ଅଫର୍ ଦେଉଛି’, ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଅଭିଯୋଗ
ନୂଆଦିଲ୍ଲୀ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ବୁଧବାର ବିଜେପି ବିରୋଧରେ ସଙ୍ଗୀନ ଅଭିଯୋଗ କରିଛନ୍ତି । କର୍ଣ୍ଣାଟକ ସିଏମ୍ ଅଭିଯୋଗ କରିଛନ୍ତି ଯେ ମୁଖ୍ୟ ବିରୋଧୀ ଦଳ ବିଜେପି ତାଙ୍କ ସରକାର ଭାଙ୍ଗିବା ପାଇଁ ୫୦ କଂଗ୍ରେସ ବିଧାୟକଙ୍କୁ ୫୦-୫୦ କୋଟି ଟଙ୍କା ଅଫର୍ କରୁଛି । କିନ୍ତୁ ଜଣେ ବି କଂଗ୍ରେସ ବିଧାୟକ ବିଜେପିର ଏହି ପ୍ରଲୋଭନରେ ଫସି ନାହାନ୍ତି । ମହୀଶୂର ଜିଲ୍ଲାର ଟି.ନରସିପୁରା ବିଧାନସଭା କ୍ଷେତ୍ରରେ ୪୭୦ କୋଟି ଟଙ୍କା ସରକାରୀ ପ୍ରକଳ୍ପ ଉଦଘାଟନ କରିବା ପରେ ସିଏମ୍ ସିଦ୍ଦରମୈୟା ଏହି ଅଭିଯୋଗ କରିଛନ୍ତି ।କର୍ଣ୍ଣାଟକ ସିଏମ୍ ପ୍ରଶ୍ନ କରିଛନ୍ତି, ‘ସିଦ୍ଦରମୈୟ ସରକାରକୁ ଭାଙ୍ଗିବା ପାଇଁ ସେମାନେ (ବିଜେପି) ୫୦ ବିଧାୟକଙ୍କୁ ୫୦ କୋଟି ଟଙ୍କ ଲେଖାଏ ଅଫର୍ କରିଛି । ସେମାନଙ୍କ ପାଖରେ ଏତେ ଟଙ୍କା ଆସିଲା କେଉଁଠୁ ? ପୂର୍ବତନ ମୁଖ୍ୟମନ୍ତ୍ରି ବିଏସ୍ ୟେଦିୟୁରପ୍ପା, ବସଭରାଜ ବୋମ୍ମଇ, ବିରୋଧୀ ଦଳ ନେତା ଆର୍ ଅଶୋକ ନା ବିଜେପି ପ୍ରଦେଶ ଅଧ୍ୟକ୍ଷ ବିୱାଇ ବିଜୟେନ୍ଦ୍ର ଏହି ଟଙ୍କା ଛାପିଛନ୍ତି ?’ ସେ କହିଛନ୍ତି ଯେ ଏହି ସବୁ ଲାଞ୍ଚର ଟଙ୍କା । ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି, 'ବିଜେପି ଲାଞ୍ଚ ନେଇ କୋଟି କୋଟି ଟଙ୍କା ରଖିଛି । ଏବେ ସେହି ଟଙ୍କା ବଳରେ ବିଧାୟକଙ୍କୁ କିଣିବାକୁ ଚାହୁଁଛି । ସେମାନେ ପ୍ରତ୍ୟେକ ବିଧାୟକଙ୍କୁ ୫୦ କୋଟି ଟଙ୍କାର ଅଫର୍ ଦେଇଛନ୍ତି । ଏବେ ସେମାନେ ଯେକୌଣସି ଉପାୟରେ ଏହି ସରକାରକୁ ହଟାଇବା
ନୂଆଦିଲ୍ଲୀ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ବୁଧବାର ବିଜେପି ବିରୋଧରେ ସଙ୍ଗୀନ ଅଭିଯୋଗ କରିଛନ୍ତି । କର୍ଣ୍ଣାଟକ ସିଏମ୍ ଅଭିଯୋଗ କରିଛନ୍ତି ଯେ ମୁଖ୍ୟ ବିରୋଧୀ ଦଳ ବିଜେପି ତାଙ୍କ ସରକାର ଭାଙ୍ଗିବା ପାଇଁ ୫୦ କଂଗ୍ରେସ ବିଧାୟକଙ୍କୁ ୫୦-୫୦ କୋଟି ଟଙ୍କା ଅଫର୍ କରୁଛି । କିନ୍ତୁ ଜଣେ ବି କଂଗ୍ରେସ ବିଧାୟକ ବିଜେପିର ଏହି ପ୍ରଲୋଭନରେ ଫସି ନାହାନ୍ତି । ମହୀଶୂର ଜିଲ୍ଲାର ଟି.ନରସିପୁରା ବିଧାନସଭା କ୍ଷେତ୍ରରେ ୪୭୦ କୋଟି ଟଙ୍କା ସରକାରୀ ପ୍ରକଳ୍ପ ଉଦଘାଟନ କରିବା ପରେ ସିଏମ୍ ସିଦ୍ଦରମୈୟା ଏହି ଅଭିଯୋଗ କରିଛନ୍ତି ।
କର୍ଣ୍ଣାଟକ ସିଏମ୍ ପ୍ରଶ୍ନ କରିଛନ୍ତି, ‘ସିଦ୍ଦରମୈୟ ସରକାରକୁ ଭାଙ୍ଗିବା ପାଇଁ ସେମାନେ (ବିଜେପି) ୫୦ ବିଧାୟକଙ୍କୁ ୫୦ କୋଟି ଟଙ୍କ ଲେଖାଏ ଅଫର୍ କରିଛି । ସେମାନଙ୍କ ପାଖରେ ଏତେ ଟଙ୍କା ଆସିଲା କେଉଁଠୁ ? ପୂର୍ବତନ ମୁଖ୍ୟମନ୍ତ୍ରି ବିଏସ୍ ୟେଦିୟୁରପ୍ପା, ବସଭରାଜ ବୋମ୍ମଇ, ବିରୋଧୀ ଦଳ ନେତା ଆର୍ ଅଶୋକ ନା ବିଜେପି ପ୍ରଦେଶ ଅଧ୍ୟକ୍ଷ ବିୱାଇ ବିଜୟେନ୍ଦ୍ର ଏହି ଟଙ୍କା ଛାପିଛନ୍ତି ?’ ସେ କହିଛନ୍ତି ଯେ ଏହି ସବୁ ଲାଞ୍ଚର ଟଙ୍କା ।
ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି, 'ବିଜେପି ଲାଞ୍ଚ ନେଇ କୋଟି କୋଟି ଟଙ୍କା ରଖିଛି । ଏବେ ସେହି ଟଙ୍କା ବଳରେ ବିଧାୟକଙ୍କୁ କିଣିବାକୁ ଚାହୁଁଛି । ସେମାନେ ପ୍ରତ୍ୟେକ ବିଧାୟକଙ୍କୁ ୫୦ କୋଟି ଟଙ୍କାର ଅଫର୍ ଦେଇଛନ୍ତି । ଏବେ ସେମାନେ ଯେକୌଣସି ଉପାୟରେ ଏହି ସରକାରକୁ ହଟାଇବା ପାଇଁ ଅଭିଯାନ ଚଲାଇଛନ୍ତି । ଏଥିପାଇଁ ଏବେ ସେମାନେ ମିଛ ମାମଲା ରୁଜୁ କରୁଛନ୍ତି ।'
ତେବେ ଏହା ପ୍ରଥମ ଥର ନୁହେଁ, ଯେତେବେଳେ କଂଗ୍ରେସ ଏଭଳି ଅଭିଯୋଗ କରିଛି । ଗତ ମାସରେ ବି ସିଦ୍ଦରମୈୟା ଅଭିଯୋଗ କରି ରାଜ୍ୟରେ ଅପରେସନ କମଲ ପାଇଁ ପ୍ରସ୍ତୁତି ଚାଲିଥିବା କହିଥିଲେ । ସେତେବେଳେ କିନ୍ତୁ ସେ ବିଜେପିର ନାଁ ନେଇ ନଥିଲେ । ଉଲ୍ଲେଖଯୋଗ୍ୟ ଯେ ୨୦୧୯ରେ କଂଗ୍ରେସ-ଜେଡିଏସ ସରକାର ୧୭ ବିଧାୟକ ଦଳବଦଳ କରିବା କାରଣରୁ ୧୪ରେ ଭାଙ୍ଗି ଯାଇଥିଲା ।