‘ଆମ ରୁଚି ଆମ ଖାଦ୍ୟ’ ସମାରୋହ ପିଠାପଣା ଆମ ସଂସ୍କୃତିର ଏକ ଅଙ୍ଗ
ନୂଆପଡ଼ା,୧୪ା୪ (ମକାରୁ ବେମାଲ): ଖାଦ୍ୟ ପରମ୍ପରା ହେଉଛି ଆମ ଓଡ଼ିଆ ସଂସ୍କୃତିର ଅବିଚ୍ଛେଦ୍ୟ ଅଂଶ। ଏହି ପରମ୍ପରାକୁ ବଜାୟ ରଖିବା ପାଇଁ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ୍ରମେ ରବିବାର ନୂଆପଡା ଏନ୍ଏସି କାର୍ଯ୍ୟାଳୟଠାରେ ‘ଆମ ରୁଚି ଆମ ଖାଦ୍ୟ’ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ କୁରୁକ୍ଷେତ୍ର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଓ ନୂଆପଡା ବରିଷ୍ଠ ନାଗରିକ ମଞ୍ଚର ମହିଳା ସଭାନେତ୍ରୀ ତଥା କବୟିତ୍ରୀ […] The post ‘ଆମ ରୁଚି ଆମ ଖାଦ୍ୟ’ ସମାରୋହ ପିଠାପଣା ଆମ ସଂସ୍କୃତିର ଏକ ଅଙ୍ଗ appeared first on Dharitri Odia News.
ନୂଆପଡ଼ା,୧୪ା୪ (ମକାରୁ ବେମାଲ): ଖାଦ୍ୟ ପରମ୍ପରା ହେଉଛି ଆମ ଓଡ଼ିଆ ସଂସ୍କୃତିର ଅବିଚ୍ଛେଦ୍ୟ ଅଂଶ। ଏହି ପରମ୍ପରାକୁ ବଜାୟ ରଖିବା ପାଇଁ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ୍ରମେ ରବିବାର ନୂଆପଡା ଏନ୍ଏସି କାର୍ଯ୍ୟାଳୟଠାରେ ‘ଆମ ରୁଚି ଆମ ଖାଦ୍ୟ’ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ କୁରୁକ୍ଷେତ୍ର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଓ ନୂଆପଡା ବରିଷ୍ଠ ନାଗରିକ ମଞ୍ଚର ମହିଳା ସଭାନେତ୍ରୀ ତଥା କବୟିତ୍ରୀ ପ୍ରମୋଦିନୀ ପଣ୍ଡା, କାଉନସିଲର ଶିବାନନ୍ଦ ପାତ୍ର ଓ ଧରମ ରାଜ ଶବର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ସମାରୋହରେ ନୂଆପଡ଼ା ସହରାଞ୍ଚଳର ୧୪ ସ୍ବୟଂସହାୟକ ଗୋଷ୍ଠୀ ମହିଳା ପାରମ୍ପରିକ ଖାଦ୍ୟ ଚାଉଳ ପୋଡ ପିଠା, ଆରିସା ପିଠା, ଚକୁଳି, ସିଝା ମଣ୍ଡା, ମୁଗ, ଚାଉଳ, ସୁଜି ମଣ୍ଡା, ମୁଗ ବରା, ଫେଣି, କାକରା, ଦୁଦୁରା, ମାଣ୍ଡିଆ ପିଠା ଇତ୍ୟାଦି ପ୍ରଦର୍ଶନ କରିଥିଲେ। ଜିଲାପାଳ ତାଙ୍କ ଭାଷଣରେ ପିଠା ପଣା ହେଉଛି ଆମ ଓଡ଼ିଆ ସଂସ୍କୃତିର ଏକ ଅଙ୍ଗ। ଆମର ବାର ମାସରେ ତେର ପର୍ବ ପାଳିତ ହୁଏ। ଏସବୁରେ ବିଭିନ୍ନ ପିଠାପଣା ପ୍ରସ୍ତୁତ ହୋଇଥାଏ। ସୁସ୍ବାଦୁ ପିଠା ପ୍ରସ୍ତୁତ କରିଥିବା ମା’ ଭଉଣୀମାନଙ୍କୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ଜିଲା ସଂସ୍କୃତି ଅଧିକାରୀ ରମେଶ କୁମାର ମହରା, ନୂଆପଡା ବିଡ଼ିଓ ରୋହିତ ଭୋଇ, ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ସ୍ବଂୟସହାୟିକା ଗୋଷ୍ଠୀ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟର ସ୍ବାଦ ପରଖି ଥିଲେ। ପରେ ସମସ୍ତ ଗ୍ରୁପ ସଦସ୍ୟାଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ପରିଚାଳନା କରିଥିଲେ। ଶେଷରେ ଯାଜ୍ଞସେନି ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲ।
The post ‘ଆମ ରୁଚି ଆମ ଖାଦ୍ୟ’ ସମାରୋହ ପିଠାପଣା ଆମ ସଂସ୍କୃତିର ଏକ ଅଙ୍ଗ appeared first on Dharitri Odia News.