ଆମ ହସ୍ପିଟାଲ ଯୋଜନାରେ ନୂଆ ରୂପ ପାଇଲା ବାରିପଦା ଜିଲ୍ଲା ମୁଖ୍ୟ ହସ୍ପିଟାଲ
ବାରିପଦା: ସ୍ଵାସ୍ଥ୍ୟସେବାରେ ନୂଆ ଫର୍ଦ୍ଦ ଯୋଡିଲେ ରାଜ୍ୟ ସରକାର। ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ହସ୍ପିଟାଲ ରୂପାନ୍ତରିତ ହୋଇ ନୂଆ ରୂପ ପାଇଲା। ‘ଆମ ହସ୍ପିଟାଲ’ ଯୋଜନାରେ ରୂପାନ୍ତରିତ ଜିଲ୍ଲା ମୁଖ୍ୟ ହସ୍ପିଟାଲର ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଲୋକାର୍ପଣ ହୋଇଯାଇଛି। ହସ୍ପିଟାଲ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନସିଂ ଜରିଆରେ ଯୋଡି ହୋଇ ଲୋକାର୍ପିତ କରିଛନ୍ତି। Also read- ପାଟକୁରାରେ ବିଜେପି-ବିଜେଡି ବାହାଘର କରାଇଲା କଂଗ୍ରେସ, ବରଯାତ୍ରୀ ସହ ଜମିଲା ଭୋଜିଭାତର ଆସର ଏହି ଅବସରରେ ହସ୍ପିଟାଲରେ ନୂତନ ରୋଗୀ ପଞ୍ଜିକରଣ କେନ୍ଦ୍ର, ନିରାମୟ ଔଷଧ ବିତରଣ କେନ୍ଦ୍ର ଓ ମିଶନ ଶକ୍ତି କାଫେ ଆଦିର ଲୋକାର୍ପଣ କରିଥିଲେ। ୫-ଟି ଉପକ୍ରମରେ ରୂପାନ୍ତରିତ ସରକାରୀ ହସ୍ପିଟାଲକୁ ଜନସାଧାରଣଙ୍କ ଉଦ୍ଧେଶ୍ୟରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ଏଥି ସହିତ ଆଇଭିଆର ପଦ୍ଧତିରେ ରୋଗୀଙ୍କର ମତାମତ ସଂଗ୍ରହ ବ୍ୟବସ୍ଥା ଏବଂ କର୍ମଚାରୀଙ୍କ ମୁହଁ ଚିହ୍ନଟ କରି ବାୟୋମେଟ୍ରିକ ଉପସ୍ଥାପନ ବ୍ଯବସ୍ଥାର ବି ଶୁଭାରମ୍ଭ କରିଛନ୍ତି। ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆମ ହସ୍ପିଟାଲ ବ୍ୟବସ୍ଥାରେ ନୂଆ ଇତିହାସ ସୃଷ୍ଟି ହୋଇଛି। ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମଡେଲ ସାଜିଥିବା
ବାରିପଦା: ସ୍ଵାସ୍ଥ୍ୟସେବାରେ ନୂଆ ଫର୍ଦ୍ଦ ଯୋଡିଲେ ରାଜ୍ୟ ସରକାର। ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ହସ୍ପିଟାଲ ରୂପାନ୍ତରିତ ହୋଇ ନୂଆ ରୂପ ପାଇଲା। ‘ଆମ ହସ୍ପିଟାଲ’ ଯୋଜନାରେ ରୂପାନ୍ତରିତ ଜିଲ୍ଲା ମୁଖ୍ୟ ହସ୍ପିଟାଲର ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଲୋକାର୍ପଣ ହୋଇଯାଇଛି। ହସ୍ପିଟାଲ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନସିଂ ଜରିଆରେ ଯୋଡି ହୋଇ ଲୋକାର୍ପିତ କରିଛନ୍ତି।
Also read- ପାଟକୁରାରେ ବିଜେପି-ବିଜେଡି ବାହାଘର କରାଇଲା କଂଗ୍ରେସ, ବରଯାତ୍ରୀ ସହ ଜମିଲା ଭୋଜିଭାତର ଆସର
ଏହି ଅବସରରେ ହସ୍ପିଟାଲରେ ନୂତନ ରୋଗୀ ପଞ୍ଜିକରଣ କେନ୍ଦ୍ର, ନିରାମୟ ଔଷଧ ବିତରଣ କେନ୍ଦ୍ର ଓ ମିଶନ ଶକ୍ତି କାଫେ ଆଦିର ଲୋକାର୍ପଣ କରିଥିଲେ। ୫-ଟି ଉପକ୍ରମରେ ରୂପାନ୍ତରିତ ସରକାରୀ ହସ୍ପିଟାଲକୁ ଜନସାଧାରଣଙ୍କ ଉଦ୍ଧେଶ୍ୟରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ଏଥି ସହିତ ଆଇଭିଆର ପଦ୍ଧତିରେ ରୋଗୀଙ୍କର ମତାମତ ସଂଗ୍ରହ ବ୍ୟବସ୍ଥା ଏବଂ କର୍ମଚାରୀଙ୍କ ମୁହଁ ଚିହ୍ନଟ କରି ବାୟୋମେଟ୍ରିକ ଉପସ୍ଥାପନ ବ୍ଯବସ୍ଥାର ବି ଶୁଭାରମ୍ଭ କରିଛନ୍ତି।

ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆମ ହସ୍ପିଟାଲ ବ୍ୟବସ୍ଥାରେ ନୂଆ ଇତିହାସ ସୃଷ୍ଟି ହୋଇଛି। ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମଡେଲ ସାଜିଥିବା ବେଳେ ନୂତନ ରୂପାନ୍ତରଣ ହସ୍ପିଟାଲ ଚିକିତ୍ସା କ୍ଷେତ୍ରରେ ଇତିହାସ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।
The post ଆମ ହସ୍ପିଟାଲ ଯୋଜନାରେ ନୂଆ ରୂପ ପାଇଲା ବାରିପଦା ଜିଲ୍ଲା ମୁଖ୍ୟ ହସ୍ପିଟାଲ appeared first on Prameya News7.