‘ଆମେ ଘରେ ପଶି ମାରିବୁ ଆଉ ବଞ୍ଚିବାର ସୁଯୋଗ ବି ଦେବୁନି’, ଆଦମପୁରରେ ପ୍ରଧାନମନ୍ତ୍ରୀଙ୍କ ହୁଂକାର
ନୂଆଦିଲ୍ଲୀ: ଭାରତୀୟ ସୈନିକ ଯେତେବେଳେ ମାଆ ଭାରତୀଙ୍କ ଜୟ ଜୟକାର ଦିଅନ୍ତୁ, ସେତେବେଳେ ଶତ୍ରୁଙ୍କ ଛାତି ଥରିଉଠେ । ଯେବେ ଆମ ମିସାଇଲ୍ ଅଗ୍ନିବର୍ଷା କରି ଲକ୍ଷ୍ୟରେ ପହଞ୍ଚେ, ସେତେବେଳେ ଶତ୍ରୁକୁ ବି ଶୁଣାଯାଏ ଭାରତ ମାତା କି ଜୟ । ଯେତେବେଳେ ଆମ ଯବାନ ନ୍ୟୁକ୍ଲିୟର ବ୍ଲାକମେଲ୍ ଧମକର ଧୂଆଁ ବାହାର କଲେ, ସେତେବେଳେ ଆକାଶରୁ ପାତାଳ ଯାଏ ଗୋଟିଏ କଥା ଗୁଞ୍ଜରିତ ହେଲା-ଭାରତ ମାତା କି ଜୟ । ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦୀ ଆଦମପୁର ଏୟାରବେସ୍ ଗସ୍ତ କରି ଭାରତୀୟ ଯବାନଙ୍କୁ ସମ୍ୱୋଧନ କରି ଏହା କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, 'ଆମ ମିସାଇଲରେ ଶତ୍ରୁ ଥରହର । ଦଶନ୍ଧି ଯାଏ ଯେବେବି ଅପରେସନ ସିନ୍ଦୂର କଥା ଉଠିବ, ଆପଣଙ୍କ ପରାକ୍ରମକୁ ନମନ କରାଯିବ ।' ପ୍ରଧାନମନ୍ତ୍ରୀ କହିଛନ୍ତି, 'ଶତ୍ରୁ ପଛପଟୁ ଆକ୍ରମଣ କରିଥିଲା, କିନ୍ତୁ ଆପଣ ସାମନାରୁ ମାରିଲେ । ଆପଣଙ୍କ ପରାକ୍ରମରେ ୯ରୁ ଅଧିକ ଆତଙ୍କୀ ଠିକଣାରୁ ଧ୍ୱଂସ ହୋଇଛି ଓ ୧୦୦ ଆତଙ୍କବାଦୀ ନିପାତ ହୋଇଛନ୍ତି । ଆପଣ ଦୁନିଆକୁ ଜଣାଇ ଦେଲେ ଯେ ଆମେ ଘରେ ପଶି ମାରିବୁ । ପାକିସ୍ତାନୀ ସେନା ବି ଜାଣିଗଲା ଯେ ଆତଙ୍କୀଙ୍କ ପାଇଁ ପାକିସ୍ତାନରେ କୌଣସି ବି ସ୍ଥାନ ସୁରକ୍ଷିତ ନୁହେଁ । ଆମେ ସ୍ପଷ୍ଟ କରିଛୁ ଯେ ନିର୍ଦ୍ଦୋଷ ଲୋକଙ୍କ ରକ୍ତ ବୁହାଇଲେ ଗୋଟିଏ ହିଁ ପରିଣତି ହେବ-ବିନାଶ-ମହାବିନାଶ । #WATCH | At the Adampur Air Base, PM Narendra Modi says "...Hum ghar mein
ନୂଆଦିଲ୍ଲୀ: ଭାରତୀୟ ସୈନିକ ଯେତେବେଳେ ମାଆ ଭାରତୀଙ୍କ ଜୟ ଜୟକାର ଦିଅନ୍ତୁ, ସେତେବେଳେ ଶତ୍ରୁଙ୍କ ଛାତି ଥରିଉଠେ । ଯେବେ ଆମ ମିସାଇଲ୍ ଅଗ୍ନିବର୍ଷା କରି ଲକ୍ଷ୍ୟରେ ପହଞ୍ଚେ, ସେତେବେଳେ ଶତ୍ରୁକୁ ବି ଶୁଣାଯାଏ ଭାରତ ମାତା କି ଜୟ । ଯେତେବେଳେ ଆମ ଯବାନ ନ୍ୟୁକ୍ଲିୟର ବ୍ଲାକମେଲ୍ ଧମକର ଧୂଆଁ ବାହାର କଲେ, ସେତେବେଳେ ଆକାଶରୁ ପାତାଳ ଯାଏ ଗୋଟିଏ କଥା ଗୁଞ୍ଜରିତ ହେଲା-ଭାରତ ମାତା କି ଜୟ । ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦୀ ଆଦମପୁର ଏୟାରବେସ୍ ଗସ୍ତ କରି ଭାରତୀୟ ଯବାନଙ୍କୁ ସମ୍ୱୋଧନ କରି ଏହା କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, 'ଆମ ମିସାଇଲରେ ଶତ୍ରୁ ଥରହର । ଦଶନ୍ଧି ଯାଏ ଯେବେବି ଅପରେସନ ସିନ୍ଦୂର କଥା ଉଠିବ, ଆପଣଙ୍କ ପରାକ୍ରମକୁ ନମନ କରାଯିବ ।'
ପ୍ରଧାନମନ୍ତ୍ରୀ କହିଛନ୍ତି, 'ଶତ୍ରୁ ପଛପଟୁ ଆକ୍ରମଣ କରିଥିଲା, କିନ୍ତୁ ଆପଣ ସାମନାରୁ ମାରିଲେ । ଆପଣଙ୍କ ପରାକ୍ରମରେ ୯ରୁ ଅଧିକ ଆତଙ୍କୀ ଠିକଣାରୁ ଧ୍ୱଂସ ହୋଇଛି ଓ ୧୦୦ ଆତଙ୍କବାଦୀ ନିପାତ ହୋଇଛନ୍ତି । ଆପଣ ଦୁନିଆକୁ ଜଣାଇ ଦେଲେ ଯେ ଆମେ ଘରେ ପଶି ମାରିବୁ । ପାକିସ୍ତାନୀ ସେନା ବି ଜାଣିଗଲା ଯେ ଆତଙ୍କୀଙ୍କ ପାଇଁ ପାକିସ୍ତାନରେ କୌଣସି ବି ସ୍ଥାନ ସୁରକ୍ଷିତ ନୁହେଁ । ଆମେ ସ୍ପଷ୍ଟ କରିଛୁ ଯେ ନିର୍ଦ୍ଦୋଷ ଲୋକଙ୍କ ରକ୍ତ ବୁହାଇଲେ ଗୋଟିଏ ହିଁ ପରିଣତି ହେବ-ବିନାଶ-ମହାବିନାଶ ।
#WATCH | At the Adampur Air Base, PM Narendra Modi says "...Hum ghar mein ghus kar maarenge aur bachne ka ek mauka tak nahi denge..."
He says "The Indian Army, Indian Air Force and Indian Navy have defeated the Pakistani Army on which these terrorists were relying. There is no… pic.twitter.com/4vgoTAfX27— ANI (@ANI) May 13, 2025
ଆଦମପୁର ଏୟାରବେସରେ ପ୍ରଧାନମନ୍ତ୍ରୀ କହିଛନ୍ତି, 'ଆମ ଏୟାରଫୋର୍ସ ୨୦ରୁ ୨୫ ମିନିଟ୍ ଭିତରେ ହିଁ ସୀମା ଆରପଟେ ଲକ୍ଷ୍ୟଭେଦ କରିଥିଲା । ଏକଦମ ସଠିକ୍ ଟାର୍ଗେଟ୍ ହିଟ୍ କରିବା ଓ ଆତଙ୍କୀଙ୍କୁ ନିପାତ କରିବା ଏକ ଦକ୍ଷ ସେନା ହିଁ କରିପାରିବ ।' ସେ କହିଛନ୍ତି ଯେ ଶତ୍ରୁ ଛାତି ରକ୍ତାକ୍ତ ହୋଇଗଲା, ସେ (ପାକିସ୍ତାନ) ମଧ୍ୟ ଜାଣିପାରିଲା ନାହିଁ । ପିଏମ୍ ମୋଦୀ କହିଛନ୍ତି, 'ଆମ ଲକ୍ଷ୍ୟ ପାକିସ୍ତାନ ଭିତରେ ଥିବା ଆତଙ୍କୀଙ୍କୁ ଟାର୍ଗେଟ୍ କରିବା । କିନ୍ତୁ ପାକିସ୍ତାନ ନିଜ ଯାତ୍ରୀ ବିମାନଙ୍କୁ ଢାଲ କରି ଷଡ଼ଯନ୍ତ୍ର କରିଥିଲା । ଥରେ ଚିନ୍ତା କରନ୍ତୁ କେତେ କଠିନ ଥିଲା ଆମ ସେନା ପାଇଁ । କିନ୍ତୁ ଆପଣ ସାଧାରଣ ଲୋକଙ୍କୁ କୌଣସି କ୍ଷତି ନପହଞ୍ଚାଇ ଆତଙ୍କୀଙ୍କୁ ନିପାତ କରି କୀର୍ତ୍ତିମାନ ସ୍ଥାପନ କରିଛନ୍ତି ।'
ଉଲ୍ଲେଖଯୋଗ୍ୟ ଯେ ମଙ୍ଗଳବାର ସକାଳେ ପ୍ରଧାନମନ୍ତ୍ରୀ ମୋଦୀ ହଠାତ୍ ପଞ୍ଜାବର ଆଦମପୁର ଏୟାରବେସ ପହଞ୍ଚିଥିଲେ । ଏଠାରେ ସେ ସେନାର ଯବାନଙ୍କୁ ଭେଟିବା ସହ ପାକିସ୍ତାନର ମିଛର ପର୍ଦ୍ଦାଫାସ୍ ହୋଇଥିଲ । ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଫଟୋ ମଧ୍ୟ ସାମନାକୁ ଆସିଲା, ଏଥିରେ ତାଙ୍କ ପଛରେ ମିଗ୍-୨୯ ଜେଟ୍ ଓ ଏସ୍-୪୦୦ ଏୟାର ଡିଫେନ୍ସ ସିଷ୍ଟମ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଦେଖିବାକୁ ମିଳିଥିଲା । ଏହି ଫଟୋରୁ ଦୁଇଟି ସନ୍ଦେଶ ଥିଲା- ପାକିସ୍ତାନର ସେହି ଦାବି ମିଛ ପ୍ରମାଣିତ ହେଲା, ଯେଉଁଥିରେ ସେ କହିଥିଲା ଯେ ତାର ଜେଏଫ୍-୧୭ ବିମାନ ଆଦମପୁରରେ ଏସ୍-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ନଷ୍ଟ କରି ଦେଇଛି । ଅନ୍ୟଟି ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅତୁଟ ପ୍ରତିବଦ୍ଧତାର ସଂକେତ ବି ଦେଇଛି ।