‘ଆମେ ଥିଲୁ ଦୁଇ ଧୋତି ପିନ୍ଧା ନେତା, ଲୋକେ ତାଙ୍କୁ ବେଳେ ବେଳେ ପ୍ରଫୁଲ୍ଲ ଆଉ ମତେ ଦାମ ଡାକୁଥିଲେ’

ଦାମ ରାଉତଙ୍କ ଦେହାନ୍ତରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। ବିଭିନ୍ନ ରାଜନୈତିକ ଦଳର ବିଶିଷ୍ଟ ନେତାମାନେ ଶୋକ ପ୍ରକାଶ କରିଛନ୍ତି।

‘ଆମେ ଥିଲୁ ଦୁଇ ଧୋତି ପିନ୍ଧା ନେତା, ଲୋକେ ତାଙ୍କୁ ବେଳେ ବେଳେ ପ୍ରଫୁଲ୍ଲ ଆଉ ମତେ ଦାମ ଡାକୁଥିଲେ’

ଆରପାରିରେ ଓଡ଼ିଶା ରାଜନୀତିର ମହାଦ୍ରୁମ ତଥା ବାକ୍ୟ ବାଣ ଭାବେ ପରିଚିତ ଡାକ୍ତର ଦାମୋଦର ରାଉତ। ୮୩ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ଆଜି ଭୋର ୫ଟା ୨୩ ମିନିଟରେ ପରଲୋକ ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

ଦାମ ରାଉତଙ୍କ ଦେହାନ୍ତରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ କହିଛନ୍ତି, ଦାମ ରାଉତ ମୋର ପରମବନ୍ଧୁ ଥିଲେ। ଛାତ୍ର ରାଜନୀତିରୁ ସେ ମୋର ବନ୍ଧୁ ଥିଲେ। ସାଙ୍ଗ ହୋଇ ଆମେ ବିଧାୟକ ଓ ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଛୁ। ଆମେ ଦୁଇ ଥିଲୁ ଧୋତି ପିନ୍ଧା ନେତା। ତାଙ୍କ ବୟସ ୮୩ ମୋ ବୟସ ବି ୮୩। ଯୁଆଡ଼େ ଯାଉଥିଲୁ ମିଶିକି ଯାଉଥିଲୁ। ବେଳେ ବେଳେ କେହି କେହି ତାଙ୍କୁ ପ୍ରଫୁଲ୍ଲ ଭାଇ, ମତେ ଦାମ ଭାଇ ଡ଼ାକି ଦେଉଥିଲେ। ଆଜି ମୋ ଭାଇ ଚାଲିଗଲା। ଆମ ରାଜନୈତିକ ସମ୍ପର୍କ, ପରିବାର ସମ୍ପର୍କ ସବୁ ଛିନଛତ୍ର ହୋଇଗଲା। କୋହ ଭରା କଣ୍ଠରେ ପ୍ରଫୁଲ୍ଲ ଘଡେ଼ଇ ଏପରି କିଛି ପ୍ରତିକ୍ରିୟା ରଖିଛନ୍ତି।

ବିଭିନ୍ନ ରାଜନୈତିକ ଦଳର ବିଶିଷ୍ଟ ନେତାମାନେ ଶୋକ ପ୍ରକାଶ କରିଛନ୍ତି। ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ଆଦି ଶୋକ ପ୍ରକାଶ କରିଛନ୍ତି।

ଦାମଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି, ‘ଦାମୋଦର ରାଉତଙ୍କ ବିୟୋଗ ଖବର ଶୁଣି ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ପ୍ରିୟ ବନ୍ଧୁ ଏବଂ ବହୁବର୍ଷର ପୂର୍ବତନ ସହଯୋଗୀଙ୍କ ଦେହାନ୍ତରେ ମୁଁ ଦୁଃଖିତ। ଓଡ଼ିଶା ରାଜନୀତିର ଏକ ଲମ୍ବା ଓ ଚର୍ଚ୍ଚିତ ଅଧ୍ୟାୟର ଅନ୍ତ ଘଟିଛି। ଦିବଙ୍ଗତ ଆତ୍ମାର ସଦଗତି କାମନା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି’।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଦାମୋଦର ରାଉତଙ୍କ ଦେହାନ୍ତ ଖବର ଶୁଣି ଦୁଃଖିତ। ଓଡ଼ିଶା ରାଜନୀତିରେ ଏହା ଏକ ଅପୂରଣୀୟ କ୍ଷତି। ଲୋକଙ୍କ ସେବା ତଥା ଉନ୍ନତି ପାଇଁ ତାଙ୍କ କାର୍ଯ୍ୟ ସର୍ବଦା ସ୍ମରଣୀୟ। ଅମର ଆତ୍ମାର ସଦଗତି କାମନା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଉଛି।