ଆମେଠିରୁ ରାହୁଲଙ୍କୁ ହଟାଇଛୁ, ଓଡ଼ିଶାରୁ ବିଜେଡିକୁ ହଟାଇବୁ: ସ୍ମୃତି ଇରାନୀ

କୁଜଙ୍ଗ,୨୫।୫: ଓଡ଼ିଶାରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ଶନିବାର ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। ଏଠାରେ ସେ ବିଜେଡି ଉପରେ ବର୍ଷିଛନ୍ତି। ଏବେ ଲୋକେ ମୋଦିଙ୍କ ଗ୍ୟାରେଣ୍ଟି ଚାହୁଁଛନ୍ତି। ଆମେଠିରୁ ରାହୁଲଙ୍କୁ ହଟାଇଛୁ, ଏଠାରେ ଶାସନ କ୍ଷମତାକୁ ଆସିଲେ ବିଜେଡିକୁ ହଟାଇବୁ। ଜଗତସିଂହପୁର ଜିଲାର କୁଜଙ୍ଗରେ ଶନିବାର ଆୟୋଜିତ ବିଜେପିର ସଙ୍କଳ୍ପ ସମାବେଶରେ ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ସ୍ମୃତି । ସେ କହିଛନ୍ତି, ଓଡ଼ିଶାରେ ରିମୋଟ୍‌ କଣ୍ଟ୍ରୋଲରେ ସରକାର […] The post ଆମେଠିରୁ ରାହୁଲଙ୍କୁ ହଟାଇଛୁ, ଓଡ଼ିଶାରୁ ବିଜେଡିକୁ ହଟାଇବୁ: ସ୍ମୃତି ଇରାନୀ appeared first on Dharitri Odia News.

ଆମେଠିରୁ ରାହୁଲଙ୍କୁ ହଟାଇଛୁ, ଓଡ଼ିଶାରୁ ବିଜେଡିକୁ ହଟାଇବୁ: ସ୍ମୃତି ଇରାନୀ

କୁଜଙ୍ଗ,୨୫।୫: ଓଡ଼ିଶାରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ଶନିବାର ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। ଏଠାରେ ସେ ବିଜେଡି ଉପରେ ବର୍ଷିଛନ୍ତି। ଏବେ ଲୋକେ ମୋଦିଙ୍କ ଗ୍ୟାରେଣ୍ଟି ଚାହୁଁଛନ୍ତି। ଆମେଠିରୁ ରାହୁଲଙ୍କୁ ହଟାଇଛୁ, ଏଠାରେ ଶାସନ କ୍ଷମତାକୁ ଆସିଲେ ବିଜେଡିକୁ ହଟାଇବୁ। ଜଗତସିଂହପୁର ଜିଲାର କୁଜଙ୍ଗରେ ଶନିବାର ଆୟୋଜିତ ବିଜେପିର ସଙ୍କଳ୍ପ ସମାବେଶରେ ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ସ୍ମୃତି ।

ସେ କହିଛନ୍ତି, ଓଡ଼ିଶାରେ ରିମୋଟ୍‌ କଣ୍ଟ୍ରୋଲରେ ସରକାର ଚାଲିଛି। ରିମୋଟ ଧରି ତାମିଲ ବାବୁ ରାଜ୍ୟକୁ ଲୁଟୁଛନ୍ତି। ଓଡ଼ିଶାକୁ କବ୍‌ଜା କରି ରଖିଛନ୍ତି ତାମିଲ ବାବୁ। ସେ କାହିଁକି ରତ୍ନଭଣ୍ଡାର ତଦନ୍ତ ରିପୋର୍ଟକୁ ସାର୍ବଜନୀନ ନ କରି ଚାପି ଦେଲେ। ମୁଁ ତାମିଲ ବାବୁଙ୍କୁ ଚେତାବନୀ ଦେଉଛି, ଓଡ଼ିଶାରେ ଭାଜପା ସରକାର ଆସିଲେ, ରତ୍ନଭଣ୍ଡାର ଚାବି ରିପୋର୍ଟର ଯାଞ୍ଚ କରାଯିବ। ଯାଞ୍ଚ ପରେ ଦୋଷୀ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଓଡ଼ିଶାରେ ନବୀନ ବାବୁଙ୍କୁ କହିବାର ସ୍ବାଧୀନତା ନାହିଁ, କି କାହାକୁ ଭେଟିବାର ସ୍ବାଧୀନତା ନାହିଁ। ଭାଜପାକୁ ଭୋଟ ଦେଇ ତାମିଲ ବାବୁଙ୍କୁ ଓଡ଼ିଶାରୁ ହଟାଇବାକୁ କେନ୍ଦ୍ର ମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ଭାଜପା ସରକାର ଆସିଲେ, ସୁଭଦ୍ରା ଯୋଜନାରେ ଓଡ଼ିଶାରେ ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର୍‌ ଦିଆଯିବ ବୋଲି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ଗରିବ ଲୋକଙ୍କୁ ଘର ଦେଉଛନ୍ତି, ଚାଉଳ ଦେଉଛନ୍ତି, ଲକ୍ଷେ ୬୦ହଜାର ଘରକୁ ପାଣି ଯୋଗାଇଛନ୍ତି। ଏହାଛ କିଷାନ ସମ୍ମାନନିଧି ବାବଦରେ ପ୍ରତି କୃଷକଙ୍କ ଖାତାକୁ ସିଧାସଳଖ ୬ ହଜାର ଟଙ୍କା ପଠାଉଛନ୍ତି। ଏଣୁ ଭାଜପାକୁ ଭୋଟ ଦେଇ ବିଜୟୀ କରିବାକୁ ସ୍ମୃତି ଇରାନୀ ନିବେଦନ କରିଛନ୍ତି।

The post ଆମେଠିରୁ ରାହୁଲଙ୍କୁ ହଟାଇଛୁ, ଓଡ଼ିଶାରୁ ବିଜେଡିକୁ ହଟାଇବୁ: ସ୍ମୃତି ଇରାନୀ appeared first on Dharitri Odia News.