ଆମେରିକା ଅର୍ଥନୀତିକୁ ଲିପଷ୍ଟିକ୍ ଭୟ, ଅତ୍ୟଧିକ ବିକ୍ରି ଡାକିଆଣିବ କି ମାନ୍ଦାବସ୍ଥା?

ଓ୍ୱାଶିଂଟନ ୦୩/୦୯:  ନଭେମ୍ୱରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ । କିଏ ମାରିବ ବାଜି, କିଏ ହାତେଇବ ଶାସନ? ଶାସନ କ୍ଷମତାକୁ ଟେକି ଦେବେ ଆମେରିକାବାସୀ ତାହା ଅସ୍ପଷ୍ଟ । ଚର୍ଚ୍ଚା ଓ ଆଲୋଚନା ଢେର । ମୈଦାନରେ କଡ୍ଡା ଟକ୍କର । ଏହାରି ଭିତରେ ଶକ୍ତିଶାଳୀ ରାଷ୍ଟ୍ରକୁ ଘାରିଲାଣି ସଂକଟ । ଦେଶରେ ବାଜିଲାଣି ଆର୍ଥିକ ସଂକଟର ସ୍ଲୋ ସାଇରନ । ୟୁଏସଏରେ ମାନ୍ଦାବସ୍ଥା ଆସିବା ନେଇ ପଡିଲାଣି ଭାଳେଣି । କାରଣ ମାର୍କେଟରେ ବଢ଼ିଲାଣି ଲିପଷ୍ଟିକ୍ ବ୍ୟବସାୟ । ନିବେଶକ ବି ଜାଣି ଆଗୁଆ ସତର୍କ । ଆଉ ମହିଳା ବି କସମେଟିକ୍ସରେ ଆରମ୍ଭ କରିଦେଲେଣି ନିବେଶ । ମାନ୍ଦା ଆସିବା ପୂର୍ବରୁ ସୁରକ୍ଷିତ କରି ନେଲେଣି ପୁଞ୍ଜି । ତେବେ ଲିପଷ୍ଟିକ୍ ଓ ଆମେରିକୀୟ ବଜାର ମଧ୍ୟରେ ସମ୍ପର୍କ କଣ ? କାହିଁକି ଏବେ ଆମେରିକା ବଜାରରେ ଲିପଷ୍ଟିକ ଚର୍ଚ୍ଚା ?ଓ୍ୱାର୍କସାୟର ହାଥୱେ ର ମାଲିକ ୱାରେନ୍ ବଫେଟ୍ । ଯିଏକି ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଜଣାଶୁଣା । ପୁଞ୍ଜି ବିନିଯୋଗ କ୍ଷେତ୍ରରେ ତାଙ୍କର ରହିଛି ଦବ୍‌ଦବା । ଯଦି ସେ କୌଣସି କମ୍ପାନୀରେ ଟଙ୍କା ବିନିଯୋଗ କରନ୍ତି ସେଥିରୁ ଟଙ୍କା ବାହାର କରିବାର ଟେକ୍‌ନିକ୍ ବେଶ ଭଲଭାବେ ଜଣା । ଯେଉଁଥିରୁ ଜଣାପଡିଯାଏ ମାର୍କେଟର ସ୍ଥିତି କଣ । ଏପରି ସ୍ଥିତିରେ ୱାରେନ୍ ପ୍ରସାଧନ ସାମଗ୍ରୀ କମ୍ପାନୀରେ ବିନିଯୋଗ କରିଛନ୍ତି । କୁହାଯାଏ କି, ମାନ୍ଦାବସ୍ଥାରେ ସମୟରେ ଲିପଷ୍ଟିକ୍ ବିକ୍ରି ବୃଦ୍ଧି ପାଇଥାଏ ।

ଆମେରିକା ଅର୍ଥନୀତିକୁ ଲିପଷ୍ଟିକ୍ ଭୟ, ଅତ୍ୟଧିକ ବିକ୍ରି ଡାକିଆଣିବ କି ମାନ୍ଦାବସ୍ଥା?

ଓ୍ୱାଶିଂଟନ ୦୩/୦୯:  ନଭେମ୍ୱରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ । କିଏ ମାରିବ ବାଜିକିଏ ହାତେଇବ ଶାସନଶାସନ କ୍ଷମତାକୁ ଟେକି ଦେବେ ଆମେରିକାବାସୀ ତାହା ଅସ୍ପଷ୍ଟ  ଚର୍ଚ୍ଚା ଓ ଆଲୋଚନା ଢେର  ମୈଦାନରେ କଡ୍ଡା ଟକ୍କର  ଏହାରି ଭିତରେ ଶକ୍ତିଶାଳୀ ରାଷ୍ଟ୍ରକୁ ଘାରିଲାଣି ସଂକଟ  ଦେଶରେ ବାଜିଲାଣି ଆର୍ଥିକ ସଂକଟର ସ୍ଲୋ ସାଇରନ । ୟୁଏସଏରେ ମାନ୍ଦାବସ୍ଥା ଆସିବା ନେଇ ପଡିଲାଣି ଭାଳେଣି  

କାରଣ ମାର୍କେଟରେ ବଢ଼ିଲାଣି ଲିପଷ୍ଟିକ୍ ବ୍ୟବସାୟ । ନିବେଶକ ବି ଜାଣି ଆଗୁଆ ସତର୍କ  ଆଉ ମହିଳା ବି କସମେଟିକ୍ସରେ ଆରମ୍ଭ କରିଦେଲେଣି ନିବେଶ । ମାନ୍ଦା ଆସିବା ପୂର୍ବରୁ ସୁରକ୍ଷିତ କରି ନେଲେଣି ପୁଞ୍ଜି  ତେବେ ଲିପଷ୍ଟିକ୍ ଓ ଆମେରିକୀୟ ବଜାର ମଧ୍ୟରେ ସମ୍ପର୍କ କଣ ? କାହିଁକି ଏବେ ଆମେରିକା ବଜାରରେ ଲିପଷ୍ଟିକ ଚର୍ଚ୍ଚା ?

ଓ୍ୱାର୍କସାୟର ହାଥୱେ ର ମାଲିକ ୱାରେନ୍ ବଫେଟ୍  ଯିଏକି ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଜଣାଶୁଣା  ପୁଞ୍ଜି ବିନିଯୋଗ କ୍ଷେତ୍ରରେ ତାଙ୍କର ରହିଛି ଦବ୍ଦବା  ଯଦି ସେ କୌଣସି କମ୍ପାନୀରେ ଟଙ୍କା ବିନିଯୋଗ କରନ୍ତି ସେଥିରୁ ଟଙ୍କା ବାହାର କରିବାର ଟେକ୍ନିକ୍ ବେଶ ଭଲଭାବେ ଜଣା  

ଯେଉଁଥିରୁ ଜଣାପଡିଯାଏ ମାର୍କେଟର ସ୍ଥିତି କଣ  ଏପରି ସ୍ଥିତିରେ ୱାରେନ୍ ପ୍ରସାଧନ ସାମଗ୍ରୀ କମ୍ପାନୀରେ ବିନିଯୋଗ କରିଛନ୍ତି  କୁହାଯାଏ କିମାନ୍ଦାବସ୍ଥାରେ ସମୟରେ ଲିପଷ୍ଟିକ୍ ବିକ୍ରି ବୃଦ୍ଧି ପାଇଥାଏ  ଆଉ ସ୍ଥିତିର ଭରପୁର ସୁଯୋଗ ଉଠାଇଛନ୍ତି ୱାରେନ୍  କସମେଟିକ୍ସ ଭଳି ବ୍ରାଣ୍ଡରେ ଦୁଇ ପଇସା ଲାଭରେ ବିନିଯୋଗ କରିଛନ୍ତି ସେ  

ବହୁ ବର୍ଷ ତଳେ ଲିପଷ୍ଟିକ୍ ଇଣ୍ଡେକ୍ସ ଆରମ୍ଭ କରିଥିଲେ ଏସଟି ଲାଉଡରର ଚେୟାରମ୍ୟାନ୍ ଲିଓନାର୍ଡ ଲାଉଡର  ଲିଓନାର୍ଡ ଲାଉଡର୍ ଜଣେ ବଡ ଆମେରିକୀୟ ପୁଞ୍ଜିପତି ୨୦୦୦ର ମାନ୍ଦାବସ୍ଥା ବେଳେ ଦ୍ରୁତ ଗତିରେ ବଢିଥିଲା ଲିପଷ୍ଟିକ୍ ବିକ୍ରି  ୧୯୨୯ ରୁ ୩୩ ମଧ୍ୟରେ ଆମେରିକାରେ ଦେଖାଦେଇଥିବା ବୃହତ୍ତର ମାନ୍ଦାବସ୍ଥାରେ ବଢିଥିଲା କସ୍ମେଟିକ୍ ସାମଗ୍ରୀର ଉତ୍ପାଦନ  ପରେ ୨୦୦୮ରେ ବି ଦେଖାଦେଇଥିଲା ସମାନ ଅବସ୍ଥା  

ଏହା ପଛର ବି ରହିଛି ରହସ୍ୟ  କାରଣ ଆର୍ଥିକ ଅବସ୍ଥା ଭଲ ଥିଲେ ମହିଳା କିଣିଥାନ୍ତି ଅଧିକ ସଂଖ୍ୟାରେ  ଆଉ ଯେତେବେଳେ ଖରାପ ସମୟରେ ମହିଳା ଅଧିକରୁ ଅଧିକ ସଂଖ୍ୟାରେ କିଣିଥାନ୍ତି ଲିପ୍ଷ୍ଟିକ୍  ଏହାର ଜ୍ୱଳନ୍ତ ଉଦାହରଣ ୨୦୧୧ ଆତଙ୍କବାଦୀ ଆକ୍ରମଣ  ଗଭୀର ଆର୍ଥିକ ସଂକଟ ଭିତରେ ଲିପଷ୍ଟିକ ବିକ୍ରି ଦୁଇଗୁଣା ବଢିଥିଲା  ଯାହାକି ଦେଶକୁ ଅନେକ ମାତ୍ରାରେ ହୋଇଥିଲା ସହାୟକ  ଏବେ ସେଠାରେ ଲିପଷ୍ଟିକ ବିକ୍ରି ଦେଶ ପାଇଁ ମାଡିଆସୁଥିବା ଆର୍ଥିକ ସଂକଟକୁ ଦର୍ଶାଇଛି