ଆମେରିକା ଉପରାଷ୍ଟ୍ରପତିଙ୍କ ପୁଅ ଜନ୍ମଦିନରେ ସାମିଲ ହେଲେ ମୋଦି, ଧନ୍ୟବାଦ ଦେଲେ ଜେଡି ଭାନ୍ସ

ମୁମ୍ଵାଇ ୧୨।୦୨; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପ୍ୟାରିସରେ ଏଆଇ ଆକ୍ସନ ସମ୍ମିଳନୀରେ ସାମିଲ ହୋଇଥିଲେ । ପରେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ପୁଅ ବିବେକଙ୍କ ଜନ୍ମଦିନ ଉତ୍ସବରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ଭାନ୍ସଙ୍କ ଉଭୟ ପୁଅଙ୍କୁ ଉପହାର ମଧ୍ୟ ଦେଇଥିଲେ। ତାଙ୍କ ଭାରତୀୟ ବଂଶୋଦ୍ଭବ ପତ୍ନୀ ଉଷାଙ୍କୁ ମଧ୍ୟ ଭେଟିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟରରେ ଭାନ୍ସ ପରିବାର ସହିତ ତାଙ୍କର ସାକ୍ଷାତର ଫଟୋ ସେୟାର କରିଛନ୍ତି। ଯେଉଁଥିରେ ପ୍ରଧାନମନ୍ତ୍ରୀ ଭାନ୍ସଙ୍କ ପୁଅ ଇଭାନ ଏବଂ ବିବେକଙ୍କ ସହିତ ଠିଆ ହୋଇଥିବାର ନଜର ଆସିଥିଲେ।Had a wonderful meeting with US @VP @JDVance and his family. We had a great conversation on various subjects. Delighted to join them in celebrating the joyous birthday of their son, Vivek! pic.twitter.com/gZpmt1jg5M— Narendra Modi (@narendramodi) February 11, 2025ପ୍ରଧାନମନ୍ତ୍ରୀ ମୋଦି X ରେ ପୋଷ୍ଟ କରି ଲେଖିଛନ୍ତି, “ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ତାଙ୍କ ପରିବାର ସହିତ ଏକ ସୁନ୍ଦର ସାକ୍ଷାତ କଲି। ଆମେ ବିଭିନ୍ନ ବିଷୟରେ ବହୁତ ଆଲୋଚନା କଲୁ। ତାଙ୍କ ପୁଅ ବିବେକର ଜନ୍ମଦିନ ପାର୍ଟିରେ ଯୋଗଦେଇ ବହୁତ ଖୁସି ଲାଗିଲା।  ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ର

ଆମେରିକା ଉପରାଷ୍ଟ୍ରପତିଙ୍କ ପୁଅ ଜନ୍ମଦିନରେ ସାମିଲ ହେଲେ ମୋଦି, ଧନ୍ୟବାଦ ଦେଲେ ଜେଡି ଭାନ୍ସ

ମୁମ୍ଵାଇ ୧୨।୦୨; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପ୍ୟାରିସରେ ଏଆଇ ଆକ୍ସନ ସମ୍ମିଳନୀରେ ସାମିଲ ହୋଇଥିଲେ । ପରେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ପୁଅ ବିବେକଙ୍କ ଜନ୍ମଦିନ ଉତ୍ସବରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ଭାନ୍ସଙ୍କ ଉଭୟ ପୁଅଙ୍କୁ ଉପହାର ମଧ୍ୟ ଦେଇଥିଲେ। ତାଙ୍କ ଭାରତୀୟ ବଂଶୋଦ୍ଭବ ପତ୍ନୀ ଉଷାଙ୍କୁ ମଧ୍ୟ ଭେଟିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟରରେ ଭାନ୍ସ ପରିବାର ସହିତ ତାଙ୍କର ସାକ୍ଷାତର ଫଟୋ ସେୟାର କରିଛନ୍ତି। ଯେଉଁଥିରେ ପ୍ରଧାନମନ୍ତ୍ରୀ ଭାନ୍ସଙ୍କ ପୁଅ ଇଭାନ ଏବଂ ବିବେକଙ୍କ ସହିତ ଠିଆ ହୋଇଥିବାର ନଜର ଆସିଥିଲେ।

ପ୍ରଧାନମନ୍ତ୍ରୀ ମୋଦି X ରେ ପୋଷ୍ଟ କରି ଲେଖିଛନ୍ତି, “ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ତାଙ୍କ ପରିବାର ସହିତ ଏକ ସୁନ୍ଦର ସାକ୍ଷାତ କଲି। ଆମେ ବିଭିନ୍ନ ବିଷୟରେ ବହୁତ ଆଲୋଚନା କଲୁ। ତାଙ୍କ ପୁଅ ବିବେକର ଜନ୍ମଦିନ ପାର୍ଟିରେ ଯୋଗଦେଇ ବହୁତ ଖୁସି ଲାଗିଲା।  ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି। ଜେଡି ଭାନ୍ସ X ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉତ୍ତର ଦେଇ ଲେଖିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦି ବହୁତ ଦୟାଳୁ ଏବଂ ଆମର ପିଲାମାନେ ଉପହାର ଗୁଡ଼ିକୁ ବହୁତ ଉପଭୋଗ କରିଛନ୍ତି। ଏହି ସୁନ୍ଦର ଆଲୋଚନା ପାଇଁ ମୁଁ ତାଙ୍କ ନିକଟରେ କୃତଜ୍ଞ। ଭାନ୍ସ କହିଥିଲେ, 'ପ୍ରଧାନମନ୍ତ୍ରୀ ମୋଦି ଯାହା କହିଛନ୍ତି ମୁଁ ତାହା ପ୍ରଶଂସା କରୁଛି।' AI ଲୋକଙ୍କୁ ସୁବିଧା ଯୋଗାଇବ ଏବଂ ସେମାନଙ୍କୁ ଅଧିକ ଉତ୍ପାଦନକ୍ଷମ କରିବ। ଏହା ମଣିଷକୁ ବଦଳାଇବ ନାହିଁ।

ପୂର୍ବରୁ ପିଏମଓ ଇଣ୍ଡିଆ ଦ୍ୱାରା ସେୟାର କରାଯାଇଥିବା ଏକ ଭିଡିଓରେ, ପ୍ରଧାନମନ୍ତ୍ରୀ ଭାନ୍ସଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରୁଥିବାର ଦେଖାଯାଇଥିଲା ଏବଂ ତାଙ୍କ ପତ୍ନୀ ଉଷା ମଧ୍ୟ ଏହା ଦେଖୁଥିଲେ। ଶିଖର ସମ୍ମିଳନୀରେ ଭାନ୍ସଙ୍କ ଅଭିଭାଷଣ ପରେ ମୋଦି ଏବଂ ଆମେରିକାର ଉପରାଷ୍ଟ୍ରପତିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଯେଉଁଥିରେ ସେ ଫ୍ରାନ୍ସ ସହିତ ସମ୍ମିଳନୀର ସହ-ଅଧ୍ୟକ୍ଷ ଭାବରେ ପ୍ରଧାନମନ୍ତ୍ରୀଙ୍କ AI ପ୍ରତି ସକାରାତ୍ମକ ମନୋଭାବକୁ ସ୍ୱାଗତ କରିଥିଲେ।