ଆମେରିକା ଏବଂ ଫ୍ରାନ୍ସ ଚାପରେ ନଇଁଲା ଇସ୍ରାଏଲ୍, ଗୋଟିଏ ମାର୍ଚ୍ଚୋରେ ଯୁଦ୍ଧବିରତି ଆଶା ବଢିଲା
ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହେଜବୁଲ୍ଲା ମଧ୍ୟରେ ୧୪ ମାସ ଧରି ଚାଲିଥିବା ସଂଘର୍ଷ ଶେଷ ହେବା ଆଶା ବଢିଛି । ରିପୋର୍ଟ ଅନୁସାରେ ଇସ୍ରାଏଲର ସୁରକ୍ଷା କ୍ୟାବିନେଟ୍ ଆମେରିକା ଦ୍ୱାରା ପ୍ରସ୍ତାବିତ ଯୁଦ୍ଧବିରତି ଯୋଜନା ଉପରେ ଚର୍ଚ୍ଚା କରିଛି, ଯେଉଁଥିରେ ଇରାନ ସମର୍ଥିତ ହେଜବୁଲ୍ଲା ସହ ସଂଘର୍ଷ ଶେଷ କରିବା ରୂପରେଖ ପ୍ରସ୍ତୁତ କରାଯାଇଛି । ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏହି ପ୍ରସ୍ତାବକୁ ମଞ୍ଜୁରି ଦେବାର ସମ୍ଭାବନା ଅଧିକ ରହିଛି । କୁହାଯାଉଛି ଯେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ନେତୃତ୍ୱରେ ଯୁଦ୍ଧବିରତି ପାଇଁ କୂଟନୀତିକ ପ୍ରୟାସ କରାଯାଇଛି ।ରିପୋର୍ଟ ଅନୁସାରେ, ପ୍ରସ୍ତାବରେ ଇସ୍ରାଏଲୀ ସୈନିକ ଦକ୍ଷିଣ ଲେବାନନରୁ ପଛକୁ ହଟିବେ ଏବଂ ସେଠାରେ ଲେବାନନ ସେନାକୁ ନିୟୋଜିତ କରାଯିବ । ଏହାସହ ହେଜବୁଲ୍ଲାକୁ ଲିତାନୀ ନଦୀ ଦକ୍ଷିଣରେ ନିଜ ସଶସ୍ତ୍ର ଉପସ୍ଥିତିକୁ ଶେଷ କରିବାକୁ ପଡ଼ିବ । ଏହା ଉପରେ ଇସ୍ରାଏଲ କଡ଼ା ସର୍ତ୍ତ ରଖି କହିଛି, ଯୁଦ୍ଧବିରତି ଲାଗୁ ହେବା ପରେ ଯେକୌଣସି ଉଲ୍ଲଂଘନ ଉପରେ ଜିରୋ ଟଲରାନ୍ସ ନୀତି ଆପଣାଇବ । ଅନ୍ୟପଟେ ଲେବାନନର ଉପସଂସଦ ଅଧ୍ୟକ୍ଷ ଏସିୟାସ ବୁ ସାବନ କହିଛନ୍ତି ଯେ ନେତାନ୍ୟାହୁ ନୀତି ନବଦଳାଇବା ଯାଏ ଯୋଜନାର କାର୍ଯ୍ୟକାରୀତାରେ କୌଣସି ବାଧା ଆସିବ ନାହିଁ । ଅନ୍ୟପଟେ, ଏହି କୂଟନୈତିକ ପ୍ରଗତି ଭିତରେ ବି ଉଭୟ ପକ୍ଷ ସୈନ୍ୟ ଗତିବିଧି
ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହେଜବୁଲ୍ଲା ମଧ୍ୟରେ ୧୪ ମାସ ଧରି ଚାଲିଥିବା ସଂଘର୍ଷ ଶେଷ ହେବା ଆଶା ବଢିଛି । ରିପୋର୍ଟ ଅନୁସାରେ ଇସ୍ରାଏଲର ସୁରକ୍ଷା କ୍ୟାବିନେଟ୍ ଆମେରିକା ଦ୍ୱାରା ପ୍ରସ୍ତାବିତ ଯୁଦ୍ଧବିରତି ଯୋଜନା ଉପରେ ଚର୍ଚ୍ଚା କରିଛି, ଯେଉଁଥିରେ ଇରାନ ସମର୍ଥିତ ହେଜବୁଲ୍ଲା ସହ ସଂଘର୍ଷ ଶେଷ କରିବା ରୂପରେଖ ପ୍ରସ୍ତୁତ କରାଯାଇଛି । ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏହି ପ୍ରସ୍ତାବକୁ ମଞ୍ଜୁରି ଦେବାର ସମ୍ଭାବନା ଅଧିକ ରହିଛି । କୁହାଯାଉଛି ଯେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ନେତୃତ୍ୱରେ ଯୁଦ୍ଧବିରତି ପାଇଁ କୂଟନୀତିକ ପ୍ରୟାସ କରାଯାଇଛି ।
ରିପୋର୍ଟ ଅନୁସାରେ, ପ୍ରସ୍ତାବରେ ଇସ୍ରାଏଲୀ ସୈନିକ ଦକ୍ଷିଣ ଲେବାନନରୁ ପଛକୁ ହଟିବେ ଏବଂ ସେଠାରେ ଲେବାନନ ସେନାକୁ ନିୟୋଜିତ କରାଯିବ । ଏହାସହ ହେଜବୁଲ୍ଲାକୁ ଲିତାନୀ ନଦୀ ଦକ୍ଷିଣରେ ନିଜ ସଶସ୍ତ୍ର ଉପସ୍ଥିତିକୁ ଶେଷ କରିବାକୁ ପଡ଼ିବ । ଏହା ଉପରେ ଇସ୍ରାଏଲ କଡ଼ା ସର୍ତ୍ତ ରଖି କହିଛି, ଯୁଦ୍ଧବିରତି ଲାଗୁ ହେବା ପରେ ଯେକୌଣସି ଉଲ୍ଲଂଘନ ଉପରେ ଜିରୋ ଟଲରାନ୍ସ ନୀତି ଆପଣାଇବ । ଅନ୍ୟପଟେ ଲେବାନନର ଉପସଂସଦ ଅଧ୍ୟକ୍ଷ ଏସିୟାସ ବୁ ସାବନ କହିଛନ୍ତି ଯେ ନେତାନ୍ୟାହୁ ନୀତି ନବଦଳାଇବା ଯାଏ ଯୋଜନାର କାର୍ଯ୍ୟକାରୀତାରେ କୌଣସି ବାଧା ଆସିବ ନାହିଁ ।
ଅନ୍ୟପଟେ, ଏହି କୂଟନୈତିକ ପ୍ରଗତି ଭିତରେ ବି ଉଭୟ ପକ୍ଷ ସୈନ୍ୟ ଗତିବିଧି ଜାରି ରଖିଛନ୍ତି । ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ବେରୁଟର ହେଜବୁଲ୍ଲା-ନିୟନ୍ତ୍ରିତ ଅଞ୍ଚଳକୁ ଟାର୍ଗେଟ୍ କରାଯାଇଛି । ଅନ୍ୟପଟେ ହେଜବୁଲ୍ଲା ମଧ୍ୟ ଇସ୍ରାଏଲ୍ ଉପରେ ରକେଟ୍ ମାଡ଼ କରିଛି । ଏହି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୩୭୫୦ରୁ ଅଧିକ ଲୋକଙ୍କ ମୃତ୍ୟ ହୋଇଛି । ଅନ୍ୟପଟେ ୧୦ ଲକ୍ଷରୁ ଅଧିକ ଲୋକ ବାସହରା ହୋଇଛନ୍ତି । ସେହିପରି ଇସ୍ରାଏଲରେ ୪୫ ସାଧାରଣ ନାଗରିକ ଏବଂ ୭୩ ସୈନିକଙ୍କ ମୃତ୍ୟୁ ହୋଇଛି ।