ଆମେରିକା ଟାର୍ଗେଟ୍ରେ ହୁତି ବିଦ୍ରୋହୀ ଗୋଷ୍ଠୀ; ୟେମେନ ଉପରେ ଲଗାତାର ବୋମା ବର୍ଷା
ୱାଶିଂଟନ,୧୨/୧: ୟେମେନ ରାଜଧାନୀ 'ସନା' ଉପରେ ଆମେରିକାର ଜୋରଦାର ହମଲା । ଶନିବାର ସକାଳୁ ପୁଣି ବମ୍ ବର୍ଷା କରିଛି ୟୁଏସ୍ । ୟେମେନର ହୁତି ବିଦ୍ରୋହୀ ଗୋଷ୍ଠୀ ଠିକଣାରେ ଏୟାରଷ୍ଟ୍ରଇକ୍ କରିଛି । ଏଥିରେ ଲଜିଷ୍ଟିକ୍ ଓ ଅସ୍ତ୍ରଶସ୍ତ୍ରଗାର ନଷ୍ଟ ହୋଇଛି । ଏହା ପୂର୍ବରୁ ଶୁକ୍ରବାର ଆମେରିକା ଓ ବ୍ରିଟେନର ମିଳିତ ସେନା ୟେମେନର ଭିନ୍ନ ଭିନ୍ନ ହୁତି ବିଦ୍ରୋହୀ ଗୋଷ୍ଠୀ ଠିକଣା ଡ୍ରୋନ୍ ଓ ମିସାଇଲ୍ ମାଡ଼ କରିଥିଲେ । ସେହିପରି ଆମେରିକା ଓ ବ୍ରିଟେନର ସେନା ମିଳିତ ଭାବେ ଗୁରୁବାର ୟେମେନରେ ହୁତି ବିଦ୍ରୋହୀଙ୍କ ନିୟନ୍ତ୍ରଣରେ ଥିବା ଅଞ୍ଚଳଗୁଡ଼ିକ ଉପରେ ସାଙ୍ଘାତିକ ଆକ୍ରମଣ କରିଛନ୍ତି । ୧୬ଟି ସ୍ଥାନରେ ମୋଟ୍ ୬୦ ଟାର୍ଗେଟ୍ ଉପରେ ହମଲା କରାଯାଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏଥିପାଇଁ ନିର୍ଦ୍ଦେଶ ଦେଇଥିଲେ । ଲୋହିତ ସାଗରରେ ବାରମ୍ବାର ହୁତି ବିଦ୍ରୋହୀ ଗୋଷ୍ଠୀଙ୍କ ଉତ୍ପାତ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତେବେ ଏହି ଜବାବୀ ଆକ୍ରମଣ ପାଇଁ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ହୁତି ବିଦ୍ରୋହୀମାନେ କହିଛନ୍ତି । https://www.prameyanews7.com/indian-navy-deploys-10-warships-in-arabian-sea/ ୨୦୧୬ ପରେ ପ୍ରଥମ ଥର ପାଇଁ ୟେମେନରେ ହୁତିମାନଙ୍କ ବିରୋଧରେ ଆମେରିକା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଜବାବରେ ଆମେରିକା ଓ ବ୍ରିଟେନ ସେନା ସହ ଅଷ୍ଟ୍ରେଲିଆ, ବାହାରିନ, କାନାଡା
ୱାଶିଂଟନ,୧୨/୧: ୟେମେନ ରାଜଧାନୀ 'ସନା' ଉପରେ ଆମେରିକାର ଜୋରଦାର ହମଲା । ଶନିବାର ସକାଳୁ ପୁଣି ବମ୍ ବର୍ଷା କରିଛି ୟୁଏସ୍ । ୟେମେନର ହୁତି ବିଦ୍ରୋହୀ ଗୋଷ୍ଠୀ ଠିକଣାରେ ଏୟାରଷ୍ଟ୍ରଇକ୍ କରିଛି । ଏଥିରେ ଲଜିଷ୍ଟିକ୍ ଓ ଅସ୍ତ୍ରଶସ୍ତ୍ରଗାର ନଷ୍ଟ ହୋଇଛି । ଏହା ପୂର୍ବରୁ ଶୁକ୍ରବାର ଆମେରିକା ଓ ବ୍ରିଟେନର ମିଳିତ ସେନା ୟେମେନର ଭିନ୍ନ ଭିନ୍ନ ହୁତି ବିଦ୍ରୋହୀ ଗୋଷ୍ଠୀ ଠିକଣା ଡ୍ରୋନ୍ ଓ ମିସାଇଲ୍ ମାଡ଼ କରିଥିଲେ ।
ସେହିପରି ଆମେରିକା ଓ ବ୍ରିଟେନର ସେନା ମିଳିତ ଭାବେ ଗୁରୁବାର ୟେମେନରେ ହୁତି ବିଦ୍ରୋହୀଙ୍କ ନିୟନ୍ତ୍ରଣରେ ଥିବା ଅଞ୍ଚଳଗୁଡ଼ିକ ଉପରେ ସାଙ୍ଘାତିକ ଆକ୍ରମଣ କରିଛନ୍ତି । ୧୬ଟି ସ୍ଥାନରେ ମୋଟ୍ ୬୦ ଟାର୍ଗେଟ୍ ଉପରେ ହମଲା କରାଯାଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏଥିପାଇଁ ନିର୍ଦ୍ଦେଶ ଦେଇଥିଲେ । ଲୋହିତ ସାଗରରେ ବାରମ୍ବାର ହୁତି ବିଦ୍ରୋହୀ ଗୋଷ୍ଠୀଙ୍କ ଉତ୍ପାତ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତେବେ ଏହି ଜବାବୀ ଆକ୍ରମଣ ପାଇଁ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ହୁତି ବିଦ୍ରୋହୀମାନେ କହିଛନ୍ତି ।
୨୦୧୬ ପରେ ପ୍ରଥମ ଥର ପାଇଁ ୟେମେନରେ ହୁତିମାନଙ୍କ ବିରୋଧରେ ଆମେରିକା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଜବାବରେ ଆମେରିକା ଓ ବ୍ରିଟେନ ସେନା ସହ ଅଷ୍ଟ୍ରେଲିଆ, ବାହାରିନ, କାନାଡା ଏବଂ ନେଦରଲାଣ୍ଡସ ମଧ୍ୟ ସାମିଲ ହୋଇଛନ୍ତି । ୟେମେନର ରାଜଧାନୀ ସନା, ସଦା ଏବଂ ଧମାର ସହର ସମେତ ହୋଦେଇଦାହ ପ୍ରଦେଶରେ ଏହି ଆକ୍ରମଣ କରାଯାଇଛି । ଏହି ଆକ୍ରମଣ ପରେ ଆଜି ରାଜଧାନୀ ସନା ଏବଂ ଅନ୍ୟ କେତେକ ସହରରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଫଳରେ ରାସ୍ତାଗୁଡ଼ିକ ଜନସମୁଦ୍ର ପାଲଟିଛି । ସେମାନେ ଆମେରିକା ଓ ବ୍ରିଟେନ୍ର ଏୟାର ଷ୍ଟ୍ରାଇକ୍କୁ ତୀବ୍ର ବିରୋଧ କରିଛନ୍ତି ।
The post ଆମେରିକା ଟାର୍ଗେଟ୍ରେ ହୁତି ବିଦ୍ରୋହୀ ଗୋଷ୍ଠୀ; ୟେମେନ ଉପରେ ଲଗାତାର ବୋମା ବର୍ଷା appeared first on Prameya News7.