ଆମେରିକା: ଟେକ୍ସାସ୍ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଭାରତୀୟଙ୍କ ମୃତ୍ୟୁ
ଆମେରିକାର ଟେକ୍ସାସ୍ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଭାରତୀୟଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ଆନ୍ଧ୍ର ପ୍ରଦେଶର ୩ ଜଣ ବ୍ୟକ୍ତି ଅଛନ୍ତି । ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଟେକ୍ସାସ୍ର ରାଣ୍ଡୋଲ୍ଫ ନିକଟରେ ଏହି ଦୁର୍ଘଟଣା ଘଟିଛି । ଟେକ୍ସାସ୍ର ପବ୍ଲିକ୍ ସେଫ୍ଟି ଅଧିକାରୀଙ୍କ ସୂଚନା ଅନୁସାରେ, ସାଉଥ୍ ବନହମ୍ଠାରୁ ୧୦ କିଲୋମିଟର ଦକ୍ଷିଣରେ ଦୁଇଟି ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣା ଆମେରିକୀୟ […] The post ଆମେରିକା: ଟେକ୍ସାସ୍ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଭାରତୀୟଙ୍କ ମୃତ୍ୟୁ appeared first on KNews Odisha.

ଆମେରିକାର ଟେକ୍ସାସ୍ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଭାରତୀୟଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ଆନ୍ଧ୍ର ପ୍ରଦେଶର ୩ ଜଣ ବ୍ୟକ୍ତି ଅଛନ୍ତି । ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଟେକ୍ସାସ୍ର ରାଣ୍ଡୋଲ୍ଫ ନିକଟରେ ଏହି ଦୁର୍ଘଟଣା ଘଟିଛି ।
ଟେକ୍ସାସ୍ର ପବ୍ଲିକ୍ ସେଫ୍ଟି ଅଧିକାରୀଙ୍କ ସୂଚନା ଅନୁସାରେ, ସାଉଥ୍ ବନହମ୍ଠାରୁ ୧୦ କିଲୋମିଟର ଦକ୍ଷିଣରେ ଦୁଇଟି ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣା ଆମେରିକୀୟ ସମୟ ଅନୁସାରେ ସନ୍ଧ୍ୟା ୬ଟା ୪୫ ମିିନିଟ୍ରେ ଘଟିଛି ।
ମୃତକଙ୍କ ମଧ୍ୟରେ ୩ ଜଣ ହେଉଛନ୍ତି ଆନ୍ଧ୍ର ଚିତୁର ଜିଲ୍ଲାର ମୂଳ ବାସିନ୍ଦା । ସେମାନଙ୍କର ଜଣେ ସମ୍ପର୍କୀୟ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ସମ୍ପର୍କରେ ଆନ୍ଧ୍ର ପ୍ରଦେଶ ବିଧାୟକ ତଥା ତେଲୁଗୁ ଦେଶମ୍ ପାର୍ଟିର ସଦସ୍ୟ କୋଣ୍ଡାପଲ୍ଲି ଶ୍ରୀନିବାସଙ୍କୁ ସୂଚିତ କରାଯାଇଛି ।
ସେପଟେ ଦୁର୍ଘଟଣାର ତଦନ୍ତ କରିବାକୁ ଆମେରିକାରେ ରହୁଥିବା ତେଲୁଗୁ ଲୋକମାନେ ଦାବି କରିଛନ୍ତି । ଦେଶର ତେଲୁଗୁ ସଙ୍ଗଠନଗୁଡ଼ିକ ଏହି ଦୁଃଖଦ ଦୁର୍ଘଟଣାରେ ୫ ଭାରତୀୟଙ୍କ ମୃତ୍ୟୁକୁ ନେଇ ଗଭୀର ଶୋକବ୍ୟକ୍ତ କରିଛନ୍ତି ।
The post ଆମେରିକା: ଟେକ୍ସାସ୍ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଭାରତୀୟଙ୍କ ମୃତ୍ୟୁ appeared first on KNews Odisha.