ଆମେରିକା ଠାରୁ ୩୧ ପ୍ରିଡେଟର ଡ୍ରୋନ କିଣିବ ଭାରତ: ଡିଲ୍ ଫାଇନାଲ୍
ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସ୍ଥଳ ସେନା ଓ ବାୟୁସେନା। ଆମେରିକା ଠାରୁ ଘାତକ ଏମ୍କ୍ୟୁ ୯ବି ପ୍ରିଡେଟର ଡ୍ରୋନ୍ କିଣିବ ଭାରତ। ଜେନେରାଲ ଆଟୋମିକ୍ସ ତିଆରି କରୁଥିବା ଏହି ଡ୍ରୋନ୍ କିଣିବାକୁ ଭାରତ ଓ ଆମେରିକା ମଧ୍ୟରେ ୩୨ ହଜାର କୋଟି ଟଙ୍କାର ଡିଲ୍ ହୋଇଛି। ଡ୍ରୋନ କିଣିବା ନେଇ ମାସକ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଦିଲାୱେରରେ କ୍ୱାଡ ଲିଡର ସମ୍ମିଳନୀର ଯୋଗ ଦେବାକୁ ଯାଇଥିବା ବେଳେ ବାଇଡେନଙ୍କ ସହ ଆଲୋଚନା କରିଥିଲେ ମୋଦୀ।୩୧ଟି ଡ୍ରୋନ୍ ପାଇଁ ଭାରତ ୩୨ ହଜାର କୋଟିର ଡିଲ୍ କରିଥିବା ବୁଧବାର ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଡ୍ରୋନ ଅଧିଗ୍ରହଣ ସହିତ ଭାରତରେ ଏହାର ମରାମତି, ଦେଖାରେଖା ଏବଂ ଓଭରହଲ ପାଇଁ ଭାରତରେ ପ୍ରତିଷ୍ଠାନ ତିଆରି ହେବ ବୋଲି ଚୁକ୍ତି ହୋଇଛି। ଡ୍ରୋନ ମିଳିଗଲେ ଭାରତୀୟ ସଶସ୍ତ୍ର ବାହିନୀର ସୀମାରେ ତନଖି କ୍ଷମତା ବଢ଼ିଯିବ। ରିପୋର୍ଟ ଅନୁସାରେ ଏହି ଡିଲ୍ ୩୪,୫୦୦ କୋଟିକୁ ବଢ଼ିପାରେ। ଗତ ସପ୍ତାହରେ ସୁରକ୍ଷା କ୍ୟାବିନେଟ୍ କମିଟି (ସିସିଏସ୍) ଦ୍ୱାରା ଏହି ପ୍ରକଳ୍ପ ଅନୁମୋଦନ ମିଳିଥିଲା। ଡ୍ରୋନ ଆସିଲେ ଭାରତୀୟ ନୌସେନା ୧୫ ସାମୁଦ୍ରିକ ପାଟ୍ରୋଲିଂ ଡ୍ରୋନ ସ୍ଥଳ ସେନା ଏବଂ ବାୟୁସେନା ଯଥାକ୍ରମେ ୮ ଟି ଲେଖାଏ ଡ୍ରୋନ ମିଳିବ। ମାନବ ରହିତ ଏହି ଶକ୍ତିଶାଳୀ ଡ୍ରୋନ ସହିତ ଏହି ଚୁକ୍ତିରେ ଆଉ କିଛି ଅଥ୍ୟାଧୁନିକ ଉନ୍ନତ ଅ
ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସ୍ଥଳ ସେନା ଓ ବାୟୁସେନା। ଆମେରିକା ଠାରୁ ଘାତକ ଏମ୍କ୍ୟୁ ୯ବି ପ୍ରିଡେଟର ଡ୍ରୋନ୍ କିଣିବ ଭାରତ। ଜେନେରାଲ ଆଟୋମିକ୍ସ ତିଆରି କରୁଥିବା ଏହି ଡ୍ରୋନ୍ କିଣିବାକୁ ଭାରତ ଓ ଆମେରିକା ମଧ୍ୟରେ ୩୨ ହଜାର କୋଟି ଟଙ୍କାର ଡିଲ୍ ହୋଇଛି। ଡ୍ରୋନ କିଣିବା ନେଇ ମାସକ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଦିଲାୱେରରେ କ୍ୱାଡ ଲିଡର ସମ୍ମିଳନୀର ଯୋଗ ଦେବାକୁ ଯାଇଥିବା ବେଳେ ବାଇଡେନଙ୍କ ସହ ଆଲୋଚନା କରିଥିଲେ ମୋଦୀ।
୩୧ଟି ଡ୍ରୋନ୍ ପାଇଁ ଭାରତ ୩୨ ହଜାର କୋଟିର ଡିଲ୍ କରିଥିବା ବୁଧବାର ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଡ୍ରୋନ ଅଧିଗ୍ରହଣ ସହିତ ଭାରତରେ ଏହାର ମରାମତି, ଦେଖାରେଖା ଏବଂ ଓଭରହଲ ପାଇଁ ଭାରତରେ ପ୍ରତିଷ୍ଠାନ ତିଆରି ହେବ ବୋଲି ଚୁକ୍ତି ହୋଇଛି। ଡ୍ରୋନ ମିଳିଗଲେ ଭାରତୀୟ ସଶସ୍ତ୍ର ବାହିନୀର ସୀମାରେ ତନଖି କ୍ଷମତା ବଢ଼ିଯିବ। ରିପୋର୍ଟ ଅନୁସାରେ ଏହି ଡିଲ୍ ୩୪,୫୦୦ କୋଟିକୁ ବଢ଼ିପାରେ।
ଗତ ସପ୍ତାହରେ ସୁରକ୍ଷା କ୍ୟାବିନେଟ୍ କମିଟି (ସିସିଏସ୍) ଦ୍ୱାରା ଏହି ପ୍ରକଳ୍ପ ଅନୁମୋଦନ ମିଳିଥିଲା। ଡ୍ରୋନ ଆସିଲେ ଭାରତୀୟ ନୌସେନା ୧୫ ସାମୁଦ୍ରିକ ପାଟ୍ରୋଲିଂ ଡ୍ରୋନ ସ୍ଥଳ ସେନା ଏବଂ ବାୟୁସେନା ଯଥାକ୍ରମେ ୮ ଟି ଲେଖାଏ ଡ୍ରୋନ ମିଳିବ। ମାନବ ରହିତ ଏହି ଶକ୍ତିଶାଳୀ ଡ୍ରୋନ ସହିତ ଏହି ଚୁକ୍ତିରେ ଆଉ କିଛି ଅଥ୍ୟାଧୁନିକ ଉନ୍ନତ ଅସ୍ତ୍ରଶସ୍ତ୍ରର ଆମଦାନୀ ମଧ୍ୟ ରହିଛି। ଯେପରିକି ୧୭୦ ଏଜିଏମ୍-୧୧୪ଆର ହେଲଫାୟାର ଟ୍ରେନିଂ ମିଶାଇଲ୍, ୧୬ ଏମ୩୬ଇ୯ ହେଲଫାୟାର ଟ୍ରେନିଂ ମିସାଇଲ୍, ୩୧୦ ଜିବିୟୁ-୩୯ବି / ବି ଲେଜର-ଗାଇଡ୍ ସ୍ମଲ ଡାଏମିଟର ବୋମା (SDB) ଏବଂ ଆଠ ଜିବିୟୁ-୩୯ବି / ବି ଏଲଏସଡିବି ଲାଇଭ୍ ଫ୍ୟୁଜ୍ ସହିତ ଗାଇଡ୍ ଟେଷ୍ଟ ଯୁଦ୍ଧ ଯାନ ଆମଦାନୀ କରାଯିବ।
ଭାରତ ଦୀର୍ଘ ବର୍ଷ ଧରି ଆମେରିକା ସହିତ ଏହି ଡିଲ୍ ଉପରେ ଆଲୋଚନା କରିଆସୁଥିଲା। କିନ୍ତୁ କିଛି ସପ୍ତାହ ପୂର୍ବରୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ଏ ନେଇ ଆର୍ଥିକ ବାଧାବିଘ୍ନ ଦୂର କରିବା ପରେ ଅକ୍ଟୋବର ୩୧ ତାରିଖ ସୁଦ୍ଧା ଭାରତ ଏହି ଡିଲ୍ ପାଇଛି। ଅକ୍ଟୋବର ୩୧ ପର୍ଯ୍ୟନ୍ତ ଆମେରିକା ସମୟ ଦେଇଥିଲା। ଯଦି ଏହି ସମୟ ମଧ୍ୟରେ ଡିଲ୍ ଫାଇନାଲ ହୋଇନଥାନ୍ତା ତେବେ ସମସ୍ୟା ହୋଇଥାନ୍ତା। ଭାରତ ଏହି ଡ୍ରୋନ୍ଗୁଡ଼ିକୁ ଚେନ୍ନାଇ ନିକଟସ୍ଥ ଆଇଏନଏସ୍ ରାଜଲି, ଗୁଜୁରାଟର ପୋରବନ୍ଦର, ଉତ୍ତର ପ୍ରଦେଶର ସରସ୍ୱା ଏବଂ ଗୋରଖପୁର ମୁତୟନ କରିପାରେ।
ଡ୍ରୋନ୍ର ବିଶେଷତ୍ୱ
ଚଳିତ ବର୍ଷ ଫେବ୍ରୁଆରୀରେ ଆମେରିକା ଭାରତୀୟ ସେନାକୁ ୩.୯୯ ବିଲିଅନ ଆମେରିକୀୟ ଡଲାର ଏମ୍କ୍ୟୁ-୯ବି ପ୍ରିଡେଟର ଡ୍ରୋନ୍ ଦେବାକୁ ଅନୁମୋଦନ ଦେଇଥିଲା। ଏମ୍କ୍ୟୁ-୯ବି ପ୍ରିଡେଟର ଡ୍ରୋନ୍ର ଖାସ କଥା ହେଲା ଅତି କ୍ଷୀଣ ଶବ୍ଦ କରି ଏହି ଡ୍ରୋନ୍ ଶତ୍ରୁ ଉପରେ ଆକ୍ରମଣ କରିପାରେ। ଏହି ଡ୍ରୋନ ଟି ମାଟିରୁ ମାତ୍ର ୨୫୦ ମିଟର ନିକଟରେ ଉଡ଼ି ଶତ୍ରୁକୁ ଆକ୍ରମଣ କରିପାରିବ। ହେଲେ ଶତ୍ରୁକୁ ଏହାର ସୁରାକ ବି ମିଳିବନି।
ଘଣ୍ଟା ପ୍ରତି ୪୪୨ କିମି ବେଗରେ ଉଡ଼ିପାରୁଥିବା ଏହି ଡ୍ରୋନ୍ ୫୦ ହଜାର ଫୁଟ ଉପରେ ଉଡ଼ିପାରେ। ଯେକୌଣ ପାଣିପାଗରେ ବି ଏହି ଡ୍ରୋନ୍କୁ ମିଶନରେ ପଠାଯାଇପାରେ। ସବୁଠାରୁ ବଡ଼ କଥା ହେଲା ଏହା ଆକାଶ ମାର୍ଗରୁ ଆକାଶ ମାର୍ଗେର ଓ ଭୂ ପୃଷ୍ଠରୁ ଭୂ ପୃଷ୍ଠକୁ ଆକ୍ରମଣ କରିପାରିବାର କ୍ଷମତା ରହିଛି।
ଏମ୍କ୍ୟୁ-୯ବି ପ୍ରିଡେଟର ଡ୍ରୋନ୍ ଥରେ ଇନ୍ଧନ ଭରିଲେ ୨ ହଜାର ମାଇଲ ଉଡ଼ିପାରେ ଏବଂ ୧୭୦୦ କେଜିର ସାମଗ୍ରୀ ନେଇଯାଇପାରେ। ଯଥା ମିଶାଇଲ ଓ ୪୫୦ କେଜିର ବୋମ। ଡ୍ରୋନର ନିର୍ମାତା ଜେନେରାଲ୍ ଆଟୋମିକ୍ସ ଏରୋନେଟିକାଲ୍ ସିଷ୍ଟମ୍ ଦାବି ଅନୁସାରେ ଏହି ଡ୍ରୋନ୍ ଟି ନ ଅଟକି ୩୫ ଘଣ୍ଟା ପର୍ଯ୍ୟନ୍ତ ନିରନ୍ତର ଉଡ଼଼ିପାରିବ।