ଆମେରିକା ଦୂତାବାସ ଉପରେ ଭୟଙ୍କର ଆକ୍ରମଣ କଲା ଇରାନ
ଦୁଇ ବଡ଼ ଦେଶ ଇରାନ ଓ ଇସ୍ରାଏଲ ମଧ୍ୟରେ ସଂଘର୍ଷକୁ ଅନେକ ଦିନ ହେଲାଣି । ଏପରି ସ୍ଥିତିରେ ଆବଶ୍ୟକ ସଂଜମତା ବଦଳରେ ଅଧିକ ଉଗ୍ର ହୋପଡ଼ିଛନ୍ତି ଦୁଇ ରାଷ୍ଟ୍ର । କ୍ଷେପଣାସ୍ତ୍ର ଓ ରକେଟ ମାଡ଼ କରି ପରସ୍ପରର ସାମରିକ ପ୍ରତିଷ୍ଠାନ ଓ ପରମାଣୁ କେନ୍ଦ୍ରକୁ ଟାର୍ଗେଟ କରୁଛନ୍ତି । ଇରାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରବିବାର କହିଛି ଯେ ଗତ ତିନି ଦିନ ମଧ୍ୟରେ ଇସ୍ରାଏଲୀ ଆକ୍ରମଣରେ ୨୨୪ ଜଣଙ୍କର ମୃତ୍ୟୁ ହୋଇଛି । ୧୨୦୦ […] The post ଆମେରିକା ଦୂତାବାସ ଉପରେ ଭୟଙ୍କର ଆକ୍ରମଣ କଲା ଇରାନ appeared first on Odisha.News.
ଦୁଇ ବଡ଼ ଦେଶ ଇରାନ ଓ ଇସ୍ରାଏଲ ମଧ୍ୟରେ ସଂଘର୍ଷକୁ ଅନେକ ଦିନ ହେଲାଣି । ଏପରି ସ୍ଥିତିରେ ଆବଶ୍ୟକ ସଂଜମତା ବଦଳରେ ଅଧିକ ଉଗ୍ର ହୋପଡ଼ିଛନ୍ତି ଦୁଇ ରାଷ୍ଟ୍ର । କ୍ଷେପଣାସ୍ତ୍ର ଓ ରକେଟ ମାଡ଼ କରି ପରସ୍ପରର ସାମରିକ ପ୍ରତିଷ୍ଠାନ ଓ ପରମାଣୁ କେନ୍ଦ୍ରକୁ ଟାର୍ଗେଟ କରୁଛନ୍ତି ।
ଇରାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରବିବାର କହିଛି ଯେ ଗତ ତିନି ଦିନ ମଧ୍ୟରେ ଇସ୍ରାଏଲୀ ଆକ୍ରମଣରେ ୨୨୪ ଜଣଙ୍କର ମୃତ୍ୟୁ ହୋଇଛି । ୧୨୦୦ ରୁ ଅଧିକ ଆହତ ହୋଇଛନ୍ତି। ମନ୍ତ୍ରଣାଳୟର ମୁଖପାତ୍ର ହୁସେନ କରମାନପୁର କହିଛନ୍ତି ଯେ ଇସ୍ରାଏଲୀ ବିସ୍ଫୋରଣର ୬୫ ଘଣ୍ଟା ପରେ ମୋଟ ୧୨୭୭ ଜଣ ଆହତ ହୋଇଛନ୍ତି । ୨୨୪ ଜଣଙ୍କ ମଧ୍ୟରେ ମହିଳା, ପୁରୁଷ ଏବଂ ଶିଶୁ ଅଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ମୃତକଙ୍କ ମଧ୍ୟରୁ ୯୦% ସାଧାରଣ ନାଗରିକ।
ଆଜି ଇରାନ କ୍ଷେପଣାସ୍ତ୍ର ମାଡ଼ରେ ତେଲ ଅଭିଭରେ ଥିବା ଆମେରିକୀୟ ଦୂତାବାସ କାର୍ଯ୍ୟାଳୟ କ୍ଷତିଗ୍ରସ୍ତ ହୋଇଛି। ତେବେ ଏଥିରେ କାହାରି ଆହତ ହେବାର କୌଣସି ଖବର ନାହିଁ। ଇସ୍ରାଏଲରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ମାଇକ୍ ହୁକାବି ‘ଏକ୍ସ’ରେ କହିଛନ୍ତି ଯେ ଦୂତାବାସ କାର୍ଯ୍ୟାଳୟ ନିକଟରେ ଏକ କ୍ଷେପଣାସ୍ତ୍ର ବିସ୍ଫୋରଣ ହୋଇଥିଲା।
ଯାହା ଫଳରେ ସାମାନ୍ୟ କ୍ଷତି ହୋଇଥିଲା। ସେ କହିଛନ୍ତି ଯେ ବିସ୍ଫୋରଣର ଶବ୍ଦ ଏବଂ କମ୍ପନ ଆଖପାଖ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଥିଲା, କିନ୍ତୁ କାହାରି କ୍ଷତି ହୋଇନାହିଁ। ବର୍ତ୍ତମାନ ପାଇଁ, ଆମେରିକୀୟ ଦୂତାବାସ ଏବଂ କନସୁଲେଟ୍ ବନ୍ଦ ରଖାଯାଇଛି। ସେଠାରେ ‘ଆଶ୍ରୟସ୍ଥଳ’ ନିର୍ଦ୍ଦେଶାବଳୀ ଅର୍ଥାତ୍ ସମସ୍ତ ଲୋକଙ୍କୁ ନିଜ ନିଜ ସ୍ଥାନରେ ସୁରକ୍ଷିତ ରହିବାକୁ କୁହାଯାଇଛି।
The post ଆମେରିକା ଦୂତାବାସ ଉପରେ ଭୟଙ୍କର ଆକ୍ରମଣ କଲା ଇରାନ appeared first on Odisha.News.