ଆମେରିକା ପହଞ୍ଚିବା ପରେ ରାହୁଲ ଗାନ୍ଧିଙ୍କ ବଡ଼ ବୟାନ, ଜାଣନ୍ତୁ କହିଲେ କ’ଣ?
ହ୍ୟୁଷ୍ଟନ ୮।୯: କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ୩ ଦିବସୀୟ ଯାତ୍ରାରେ ରବିବାର ଆମେରିକା ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ସାମ ପିତ୍ରୋଡାଙ୍କ ସମେତ ଅନ୍ୟ କଂଗ୍ରେସ ନେତା ଓ ସମର୍ଥକ ଭବ୍ୟ ସ୍ୱାଗତ କରିଛନ୍ତି। ବିଦେଶରେ ପ୍ରାୟତଃ ମୋଦି ସରକାରଙ୍କୁ ଟାର୍ଗେଟ୍ କରୁଥିବା ରାହୁଲ ଗାନ୍ଧି ଆମେରିକା ପହଞ୍ଚିବା ପରେ ବଡ଼ ବୟାନ ଦେଇଛନ୍ତି। ଏଥର ସେ ଭାରତ ଓ ଆମେରିକା ସମ୍ପର୍କକୁ ନେଇ ତାଙ୍କର ପ୍ରଥମ ବକ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି ଭାରତ ଓ ଆମେରିକା ସମ୍ପର୍କକୁ ଆହୁରି ମଜଭୁତ କରିବା ଲାଗି ‘ସାର୍ଥକ ଓ ଗହନ ଚର୍ଚା’ କରିବେ । ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଫେସବୁକ୍ ରେ ଏକ ପୋଷ୍ଟ କରିଛନ୍ତି। ଲେଖିଛନ୍ତି ଆମେରିକାର ଟେକ୍ସାସ ପ୍ରାନ୍ତର ଡଲାସରେ ପ୍ରବାସୀ ଭାରତୀୟ ଏବଂ ଓଭରସିଜ କଂଗ୍ରେସ ସଦସ୍ୟ ମୋର ଭବ୍ୟ ସ୍ୱାଗତ କରିଛନ୍ତି ଏହା ମୋତେ ଉତ୍ସାହିତ କରିଛି। ଆମେରିକା ଆଗମନର କିଛି ଫଟୋ ସେୟାର କରି ରାହୁଲ ଗାନ୍ଧି କହିଛନ୍ତି ଯେ ମୁଁ ଏହି ଯାତ୍ରା କାଳରେ ସାର୍ଥକ ଚର୍ଚ୍ଚା ଓ ଗହନ ଆଲୋଚନାରେ ସାମିଲ ହେବାକୁ ଉତ୍ସୁକ, ଯାହା ଦ୍ୱାରା ଦୁଇ ଦେଶଙ୍କ ସମ୍ପର୍କ ଆହୁରି ମଜଭୁତ ହୋଇପାରିବ।Shri @RahulGandhi received a warm welcome from the Indian Diaspora and members of the Indian Overseas Congress.????Dallas Fort Worth International Airport, Texas, USA pic.twitter.com/8cMeNqD
ହ୍ୟୁଷ୍ଟନ ୮।୯: କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ୩ ଦିବସୀୟ ଯାତ୍ରାରେ ରବିବାର ଆମେରିକା ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ସାମ ପିତ୍ରୋଡାଙ୍କ ସମେତ ଅନ୍ୟ କଂଗ୍ରେସ ନେତା ଓ ସମର୍ଥକ ଭବ୍ୟ ସ୍ୱାଗତ କରିଛନ୍ତି। ବିଦେଶରେ ପ୍ରାୟତଃ ମୋଦି ସରକାରଙ୍କୁ ଟାର୍ଗେଟ୍ କରୁଥିବା ରାହୁଲ ଗାନ୍ଧି ଆମେରିକା ପହଞ୍ଚିବା ପରେ ବଡ଼ ବୟାନ ଦେଇଛନ୍ତି। ଏଥର ସେ ଭାରତ ଓ ଆମେରିକା ସମ୍ପର୍କକୁ ନେଇ ତାଙ୍କର ପ୍ରଥମ ବକ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି ଭାରତ ଓ ଆମେରିକା ସମ୍ପର୍କକୁ ଆହୁରି ମଜଭୁତ କରିବା ଲାଗି ‘ସାର୍ଥକ ଓ ଗହନ ଚର୍ଚା’ କରିବେ ।
ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଫେସବୁକ୍ ରେ ଏକ ପୋଷ୍ଟ କରିଛନ୍ତି। ଲେଖିଛନ୍ତି ଆମେରିକାର ଟେକ୍ସାସ ପ୍ରାନ୍ତର ଡଲାସରେ ପ୍ରବାସୀ ଭାରତୀୟ ଏବଂ ଓଭରସିଜ କଂଗ୍ରେସ ସଦସ୍ୟ ମୋର ଭବ୍ୟ ସ୍ୱାଗତ କରିଛନ୍ତି ଏହା ମୋତେ ଉତ୍ସାହିତ କରିଛି। ଆମେରିକା ଆଗମନର କିଛି ଫଟୋ ସେୟାର କରି ରାହୁଲ ଗାନ୍ଧି କହିଛନ୍ତି ଯେ ମୁଁ ଏହି ଯାତ୍ରା କାଳରେ ସାର୍ଥକ ଚର୍ଚ୍ଚା ଓ ଗହନ ଆଲୋଚନାରେ ସାମିଲ ହେବାକୁ ଉତ୍ସୁକ, ଯାହା ଦ୍ୱାରା ଦୁଇ ଦେଶଙ୍କ ସମ୍ପର୍କ ଆହୁରି ମଜଭୁତ ହୋଇପାରିବ।
Shri @RahulGandhi received a warm welcome from the Indian Diaspora and members of the Indian Overseas Congress.
????Dallas Fort Worth International Airport, Texas, USA pic.twitter.com/8cMeNqDWoB— Congress (@INCIndia) September 8, 2024
କଂଗ୍ରେସ ପାର୍ଟି ଏ ନେଇ ଏକ୍ସ ରେ ଏକ ପୋଷ୍ଟ କରିଥିବା ବେଳେ ଡଲାସ ଫୋର୍ଟ ୱର୍ଥ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରାହୁଲ ଗାନ୍ଧିଙ୍କ ସ୍ୱାଗତ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଇଣ୍ଡିଆନ ଓଭରସିଜ୍ କଂଗ୍ରେସ ଅଧ୍ୟକ୍ଷ ସାମ ପିତ୍ରୋଡା ଗତ ସପ୍ତାହର ରାହୁଲଙ୍କ ଏହି ଯାତ୍ରା ଅଧିକାରୀକ ଯାତ୍ରା ନୁହେଁ ବୋଲି କହିଥିଲେ। ହେଲେ ଏହି ଯାତ୍ରା କାଳରେ ତାଙ୍କୁ କ୍ୟାପିଟଲ ହିଲରେ ବିଭିନ୍ନ ଲୋକଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିବାର ସୁଯୋଗ ମିଳିବ ବୋଲି କହିଥିଲେ।
ପିତ୍ରୋଡା କହିଥିଲେ ରାହୁଲ ଜାତୀୟ ପ୍ରେସ କ୍ଲବରେ ସାମ୍ବାଦିକଙ୍କ ସହ ଆଲୋଚନା କରିବେ। ସେ ଥିଙ୍କଟ୍ୟାଙ୍କ ଲୋକଙ୍କୁ ଭେଟିବେ ଓ ଜର୍ଜଟାଉନ ବିଶ୍ୱବିଦ୍ୟାଳୟ ଗସ୍ତ କରିବେ। ରାହୁଲ ୮ରୁ ୧୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଆମେରିକା ଗସ୍ତରେ ରହିବେ। ଲୋକସଭାରେ ବିରୋଧୀ ଦଳ ନେତା ହେବା ପରେ ରାହୁଲ ଗାନ୍ଧିଙ୍କର ଏହା ପ୍ରଥମ ଆମେରିକା ଗସ୍ତ କାର୍ଯ୍ୟକ୍ରମ। ଏହି ଗସ୍ତକାଳରେ ସେ ଜର୍ଜ ଟାଉନ ବିଶ୍ୱବିଦ୍ୟାଳୟ ଟେକ୍ସାସ ୟୁନିଭର୍ସିଟିରେ ଲୋକଙ୍କ ସହ ବାର୍ତ୍ତା କରିବେ। ଏହା ଛଡା ୱାସିଂଟନ ଓ ଡଲାସରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକ ମଧ୍ୟ କରିବେ।