ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଟୁଇଷ୍ଟ, ନିର୍ବାଚନ ଲଢିବେ ନାହିଁ ଜୋ ବାଇଡେନ

ନୂଆଦିଲ୍ଲୀ: ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଲଢିବେ ନାହିଁ ବର୍ତ୍ତମାନ ରାଷ୍ଟ୍ରପତି ଥିବା ଜୋ ବାଇଡେନ। ରବିବାର ଚିଠି ଲେଖି ଏହାର ଘୋଷଣା କରିଛନ୍ତି ଖୋଦ୍ ବାଇଡେନ। ଏହା ସହିତ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଆସିଛି ନାଟକୀୟ ମୋଡ଼। ବାଇଡେନ ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରୁ ଓହରି ଯାଇଛନ୍ତି। ସେ ଆସନ୍ତା ସପ୍ତାହରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଗତ ଅନେକ ଦିନ ଧରି ଏହି ଚର୍ଚ୍ଚା ଲାଗି ରହିଥିଲା ଯେ, ଜୋ ବାଇଡେନ ଚଳିତ ବର୍ଷ ରାଷ୍ଟ୍ରପତି ନିର୍ବାଚନ ଲଢିବେ […] The post ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଟୁଇଷ୍ଟ, ନିର୍ବାଚନ ଲଢିବେ ନାହିଁ ଜୋ ବାଇଡେନ appeared first on Odisha.News.

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଟୁଇଷ୍ଟ, ନିର୍ବାଚନ ଲଢିବେ ନାହିଁ ଜୋ ବାଇଡେନ

ନୂଆଦିଲ୍ଲୀ: ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଲଢିବେ ନାହିଁ ବର୍ତ୍ତମାନ ରାଷ୍ଟ୍ରପତି ଥିବା ଜୋ ବାଇଡେନ। ରବିବାର ଚିଠି ଲେଖି ଏହାର ଘୋଷଣା କରିଛନ୍ତି ଖୋଦ୍ ବାଇଡେନ। ଏହା ସହିତ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଆସିଛି ନାଟକୀୟ ମୋଡ଼। ବାଇଡେନ ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରୁ ଓହରି ଯାଇଛନ୍ତି। ସେ ଆସନ୍ତା ସପ୍ତାହରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ।

ଗତ ଅନେକ ଦିନ ଧରି ଏହି ଚର୍ଚ୍ଚା ଲାଗି ରହିଥିଲା ଯେ, ଜୋ ବାଇଡେନ ଚଳିତ ବର୍ଷ ରାଷ୍ଟ୍ରପତି ନିର୍ବାଚନ ଲଢିବେ ନାହିଁଇ । ତାଙ୍କର ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଥିଲା ଯେ, ବାଇଡେନ ଏଥର ନିର୍ବାଚନ ଲଢିବେ ନାହିଁ। ଆଉ ରବିବାର ଚର୍ଚ୍ଚା ଉପରେ ବିରାମ ଲଗାଇ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଲଢିବେ ନାହିଁ ବୋଲି ବାଇଡେନ ଖୋଦ୍ ଘୋଷଣା କରିଛନ୍ତି।

ଦେଶବାସୀଙ୍କ ଉଦ୍ଦେଶ୍ୟରେ ଜାରି ପତ୍ରରେ ବାଇଡେନ ନିଜ କାର୍ଯ୍ୟକାଳ ସମୟରେ ହୋଇଥିବା କାର‌୍ୟ୍ୟର ଉଲ୍ଲେଖ କରିଛନ୍ତି। ଏଥିସହ ସମର୍ଥନ କରିଥିବା ସମସ୍ତ ଆମେରିକୀବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବାଇଡେନ କହିଛନ୍ତି ସେ ଦେଶ ଏବଂ ପାର୍ଟିର ହିତ ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ, ଡୋନାଲ୍ଡ ଟ୍ରମ୍ପଙ୍କ ସହ ଲାଇଭ ଡିବେଟରେ ହାରିବା ପରେ ବାଇଡେନଙ୍କୁ ବେଶ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା। ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମ ସମେତ ଅନେକ ଡେମୋକ୍ରାଟିକ ସାଂସଦ ବାଇଡେନଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ପଦରୁ ଓହରି ଯିବାକୁ ପରାମର୍ଶ ଦେଇଥିଲେ। ସାଂସଦମାନେ ଆଶଙ୍କା ପ୍ରକାଶ କରିଥିଲେ ଯେ, ଯଦି ବାଇଡେନ ଟ୍ରମ୍ପଙ୍କ ବିରୋଧରେ ପ୍ରାର୍ଥୀ ହୁଅନ୍ତି ତେବେ ପାର୍ଟିର ପରାଜୟ ସୁନିଶ୍ଚିତ। କୁହାଯାଉଛି ଚାପର ବଶବର୍ତ୍ତୀ ହୋଇ ବାଇଡେନ ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରୁ ଓହରି ଯାଇଛନ୍ତି।

ବାଇଡେନ ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରୁ ଓହରିବା ପରେ ପ୍ରଶ୍ନ ଉଠୁଛି ଯେ, ରିପବ୍ଲିକନର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ବିପକ୍ଷରେ ଡେମୋକ୍ରାଟିକ ପାର୍ଟି ପକ୍ଷରୁ କିଏ ପ୍ରାର୍ଥୀ ହେବ ? ଏହାର କୌଣସି ଆନୁଷ୍ଠାନିକ ଘୋଷଣା ହୋଇ ନ ଥିଲେ ବି ଉପରାଷ୍ଟ୍ରପତି କମଳା ହ୍ୟାରିସ ଏହି ଦୌଡ଼ରେ ସର୍ବାଗ୍ରେ ଅଛନ୍ତି । ସମ୍ଭବତଃ ପାର୍ଟି ହ୍ୟାରିସଙ୍କ ନାଁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଶୀଘ୍ର ଘୋଷଣା କରିପାରେ।

The post ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଟୁଇଷ୍ଟ, ନିର୍ବାଚନ ଲଢିବେ ନାହିଁ ଜୋ ବାଇଡେନ appeared first on Odisha.News.