ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ ପୁଣି କରୋନା

ଓ୍ବାଶିଂଟନ୍‌,୧୮।୭: କରୋନାରେ ଆକ୍ରାନ୍ତ ହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ବାଇଡେନ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ହ୍ବାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି। ବାଇଡେନଙ୍କଠାରେ କୋଭିଡ-୧୯ର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଛି। ୨ ବର୍ଷ ପରେ ପୁଣି ଥରେ ବାଇଡେନ କରୋନାରେ ସଂକ୍ରମିତ ହୋଇଛନ୍ତି। ଲସ ଭେଗାସରେ ଏକ ସମ୍ମିଳନୀରେ ଭାଷଣ ଦେବା ପୂର୍ବରୁ ତାଙ୍କର କୋଭିଡ ଟେଷ୍ଟ କରାଯାଇଥିଲା। ଏହି ସମୟରେ ସେ କରୋନାରେ ସଂକ୍ରମିତ ଥିବା ଜଣାପଡିଛି। ଏହା ପରେ ବାଇଡେନ […] The post ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ ପୁଣି କରୋନା appeared first on Dharitri Odia News.

ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ ପୁଣି କରୋନା

ଓ୍ବାଶିଂଟନ୍‌,୧୮।୭: କରୋନାରେ ଆକ୍ରାନ୍ତ ହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ବାଇଡେନ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ହ୍ବାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି। ବାଇଡେନଙ୍କଠାରେ କୋଭିଡ-୧୯ର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଛି। ୨ ବର୍ଷ ପରେ ପୁଣି ଥରେ ବାଇଡେନ କରୋନାରେ ସଂକ୍ରମିତ ହୋଇଛନ୍ତି।

ଲସ ଭେଗାସରେ ଏକ ସମ୍ମିଳନୀରେ ଭାଷଣ ଦେବା ପୂର୍ବରୁ ତାଙ୍କର କୋଭିଡ ଟେଷ୍ଟ କରାଯାଇଥିଲା। ଏହି ସମୟରେ ସେ କରୋନାରେ ସଂକ୍ରମିତ ଥିବା ଜଣାପଡିଛି। ଏହା ପରେ ବାଇଡେନ ଆମେରିକାର ଡେଲାୱେର ଫେରିଆସି ସେଠାରେ କ୍ୱାରେଣ୍ଟାଇନରେ ରହିବେ। ଆମେରିକାରେ ଆଗକୁ ନିର୍ବାଚନ ଥିବାବେଳେ ଏହି ସମୟରେ ବାଇଡେନ କୋଭିଡ ପଜିଟିଭ ଚିହ୍ନଟ ହେବା, ତାଙ୍କର ନିର୍ବାଚନୀ ପ୍ରଚାର ଉପରେ ପ୍ରଭାବ ପକାଇପାରେ ବୋଲି ଆଶଙ୍କା କରାଯାଉଛି। ପୂର୍ବରୁ ଜୁଲାଇ ୨୦୨୨ରେ ବାଇଡେନ କୋଭିଡରେ ସଂକ୍ରମିତ ହୋଇଥିଲେ। ତେବେ ରାଷ୍ଟ୍ରପତି ପଦରେ ବସିବା ପୂର୍ବରୁ ସେ କୋଭିଡ ଟିକା ନେଇ ସାରିଥିଲେ।

The post ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ ପୁଣି କରୋନା appeared first on Dharitri Odia News.