ଆମେରିକା ରାଷ୍ଟ୍ରପତିଙ୍କ ସହ ଜେଲେନସ୍କିଙ୍କ ବିତର୍କ ଉପରେ ଆସିଲା ଋଷିଆର ପ୍ରତିକ୍ରିୟା, ଜାଣନ୍ତୁ କହିଛି କ’ଣ?

ମସ୍କୋ ୧।୩: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର  ଜେଲେନସ୍କି   ଆମେରିକା ରାଷ୍ଚ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉପରାଷ୍ଟ୍ରପତି ଜେ.ଡି.ଭେନ୍ସଙ୍କ ମଧ୍ୟରେ ହ୍ୱାଇଟହାଉସ୍ ଓଭାଲ ଅଫିସରେ ହୋଇଥିବା ବଚସା ଉପରେ ଋଷିଆ ଶନିବାର ପ୍ରତିକ୍ରିୟା ରଖିଛି। ଜେଲେନସ୍କିଙ୍କ ବ୍ୟବହାର ସମ୍ପୂର୍ଣ୍ଣ ଅନୁଚିତ ଥିଲା, ଏହା ସତ୍ତ୍ୱେ ଟ୍ରମ୍ପ ଓ ଭେନ୍ସ ଅତ୍ୟନ୍ତ ସଞ୍ଜମତା ପ୍ରଦର୍ଶନ କରିଛନ୍ତି ବୋଲି ଋଷିଆ କହିଛି। ଋଷିଆ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ମାରିୟା ଜଖାରୋଭା ଏହା ଉପରେ ଟିପ୍ପଣୀ କରି କହିଛନ୍ତି ଯେ ଜେଲେନସ୍କିଙ୍କୁ ଟ୍ରମ୍ପ ଓ ଭେନ୍ସ ଚାପୁଡ ମାରି ନାହାନ୍ତି ଯାହା । ଜଖାରୋଭା ତାଙ୍କ ଟେଲିଗ୍ରାମ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି ଯେ ‘ଜେଲେନସ୍କିଙ୍କ ଏହା ସବୁଠୁ ବଡ଼ ମିଛ ଥିଲା ଯେ ୨୦୨୨ ମସିହାରେ ୟୁକ୍ରେନ ଏକାକୀ ଥିଲା ଓ ତା ପ୍ରତି କାହାର ସମର୍ଥନ ନଥିଲା। ସେ ଗୋଟିଏ ପରେ ଗୋଟିଏ ମିଛ କଥା କହିଚାଲିଥିଲେ ଓ ଅତ୍ୟନ୍ତ ଖରାପ ଆଚରଣ କରିଛନ୍ତି। ମୁଁ ଆଶ୍ଚର୍ଯ୍ୟ ହେଉଛି ଟ୍ରମ୍ପ ଓ ଭେନ୍ସ ତାଙ୍କୁ ଚାପୁଡ଼ା ମାରି ନାହାନ୍ତି କିପରି? ଯାହା ସେମାନଙ୍କ ଅନୁଶାସନକୁ ଦର୍ଶାଉଛି, ସେମାନଙ୍କ ସଞ୍ଜମତା ବାସ୍ତବିକ୍ ଆଶ୍ଚର୍ଯ୍ୟଜନକ’। ଏହି ଘଟଣାକ୍ରମ ଶୁକ୍ରବାର ହୋଇଥିଲା, ଯେତେବେଳେ ଜେଲେନସ୍କି ଓଭାଲ ଅଫିସରେ ଆମେରିକୀୟ ନେତାମାନଙ୍କୁ ଭେଟିଥିଲେ। ୟୁକ୍ରେନକୁ ଯୁଦ୍ଧରେ ଅଧିକ ସମର୍ଥନ ଆଶା କରି ଜେଲେନସ୍କି ଋଷିଆ ସହ ଯୁଦ୍ଧ ଓ ଖଣିଜ ପ୍ରସଙ୍ଗରେ

ଆମେରିକା ରାଷ୍ଟ୍ରପତିଙ୍କ ସହ ଜେଲେନସ୍କିଙ୍କ ବିତର୍କ ଉପରେ ଆସିଲା ଋଷିଆର ପ୍ରତିକ୍ରିୟା, ଜାଣନ୍ତୁ କହିଛି କ’ଣ?

ମସ୍କୋ ୧।୩: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର  ଜେଲେନସ୍କି   ଆମେରିକା ରାଷ୍ଚ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉପରାଷ୍ଟ୍ରପତି ଜେ.ଡି.ଭେନ୍ସଙ୍କ ମଧ୍ୟରେ ହ୍ୱାଇଟହାଉସ୍ ଓଭାଲ ଅଫିସରେ ହୋଇଥିବା ବଚସା ଉପରେ ଋଷିଆ ଶନିବାର ପ୍ରତିକ୍ରିୟା ରଖିଛି। ଜେଲେନସ୍କିଙ୍କ ବ୍ୟବହାର ସମ୍ପୂର୍ଣ୍ଣ ଅନୁଚିତ ଥିଲା, ଏହା ସତ୍ତ୍ୱେ ଟ୍ରମ୍ପ ଓ ଭେନ୍ସ ଅତ୍ୟନ୍ତ ସଞ୍ଜମତା ପ୍ରଦର୍ଶନ କରିଛନ୍ତି ବୋଲି ଋଷିଆ କହିଛି। ଋଷିଆ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ମାରିୟା ଜଖାରୋଭା ଏହା ଉପରେ ଟିପ୍ପଣୀ କରି କହିଛନ୍ତି ଯେ ଜେଲେନସ୍କିଙ୍କୁ ଟ୍ରମ୍ପ ଓ ଭେନ୍ସ ଚାପୁଡ ମାରି ନାହାନ୍ତି ଯାହା । 

ଜଖାରୋଭା ତାଙ୍କ ଟେଲିଗ୍ରାମ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି ଯେ ‘ଜେଲେନସ୍କିଙ୍କ ଏହା ସବୁଠୁ ବଡ଼ ମିଛ ଥିଲା ଯେ ୨୦୨୨ ମସିହାରେ ୟୁକ୍ରେନ ଏକାକୀ ଥିଲା ଓ ତା ପ୍ରତି କାହାର ସମର୍ଥନ ନଥିଲା। ସେ ଗୋଟିଏ ପରେ ଗୋଟିଏ ମିଛ କଥା କହିଚାଲିଥିଲେ ଓ ଅତ୍ୟନ୍ତ ଖରାପ ଆଚରଣ କରିଛନ୍ତି। ମୁଁ ଆଶ୍ଚର୍ଯ୍ୟ ହେଉଛି ଟ୍ରମ୍ପ ଓ ଭେନ୍ସ ତାଙ୍କୁ ଚାପୁଡ଼ା ମାରି ନାହାନ୍ତି କିପରି? ଯାହା ସେମାନଙ୍କ ଅନୁଶାସନକୁ ଦର୍ଶାଉଛି, ସେମାନଙ୍କ ସଞ୍ଜମତା ବାସ୍ତବିକ୍ ଆଶ୍ଚର୍ଯ୍ୟଜନକ’। 

ଏହି ଘଟଣାକ୍ରମ ଶୁକ୍ରବାର ହୋଇଥିଲା, ଯେତେବେଳେ ଜେଲେନସ୍କି ଓଭାଲ ଅଫିସରେ ଆମେରିକୀୟ ନେତାମାନଙ୍କୁ ଭେଟିଥିଲେ। ୟୁକ୍ରେନକୁ ଯୁଦ୍ଧରେ ଅଧିକ ସମର୍ଥନ ଆଶା କରି ଜେଲେନସ୍କି ଋଷିଆ ସହ ଯୁଦ୍ଧ ଓ ଖଣିଜ ପ୍ରସଙ୍ଗରେ ଆମେରିକୀୟ ନେତାଙ୍କ ସହ ଚର୍ଚ୍ଚା କରିଥିଲେ। ତେବେ ଜେଲେନସ୍କି ଉପରାଷ୍ଟ୍ରପତି ଭେନ୍ସଙ୍କୁ ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ କୁଟନୈତିକ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇବାରୁ   ସେମାନଙ୍କ ଆଲୋଚନା ଦେଖୁ ଦେଖୁ ବଚସାରେ ବଦଳି ଯାଇଥିଲା। 

ଋଷିଆ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ ମୁଖ୍ୟ କିରିଲ ଦିମିତ୍ରିଭ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ବୋଲି କହିଛନ୍ତି। ସେ କହିଛନ୍ତି ଏହି ବିତର୍କ ବିଶ୍ୱ ରାଜନୀତିକୁ ପ୍ରଭାବିତ କରିଛି। ଫେବୃଆରୀ ୧୮ ତାରିଖରେ ସାଉଦୀ ଆରବରେ ଅନୁଷ୍ଠିତ ଋଷିଆ-ଆମେରିକା ବାର୍ତ୍ତାରେ ସାମିଲ ଥିବା  କିରିଲ କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧ ସନ୍ଦର୍ଭରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼। ସେହିପରି ବୈଠକ କାଳରେ ଜେଲେନସ୍କିଙ୍କୁ ହ୍ୱାଇଟ ହାଉସ୍‌ ରୁ ଫେରାଇ ଦିଆଯିବା ଘଟଣାକୁ ଋଷିଆ ସୁରକ୍ଷା ପରିଷଦର ଉପମୁଖ୍ୟ ତଥା ପୂର୍ବତନ ରାଷ୍ଟ୍ରପତି ଦିମିତ୍ରୀ ମେଦଭେଦେଭ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ବୋଲି କହିଛନ୍ତି। 

ଏହି ବିବାଦ ଆହୁରି ବଢିପାରେ, କାରଣ ୟୁକ୍ରେନ ଲାଗି ଯୁଦ୍ଧରେ ଆମେରିକାର ସମର୍ଥନ ବହୁତ ଜରୁରି। ଆମେରିକା ବିନା ୟୁକ୍ରେନ ଏହି ଯୁଦ୍ଧରେ ଅଧିକ ସମୟ ତିଷ୍ଠି ରହିବା ଆସମ୍ଭବ।  ଟ୍ରମ୍ପ ଓ ଭେନସଙ୍କ ସହିତ ଜେଲେନସ୍କିଙ୍କ ବଚସାରୁ ଏହା ସ୍ପଷ୍ଟ ହେଉଛି ଯେ ଉଭୟ ଦେଶଙ୍କ ମଧ୍ୟରେ ସମ୍ପର୍କ ଆହୁରି ଉତ୍ତେଜନାପୂର୍ଣ୍ଣ ହୋଇପାରେ।