ଆମେରିକାକୁ ଚେତାବନୀ ଦେଲା ଇରାନ
ତେହରାନ,୧୪।୪: ଏପ୍ରିଲ ୧୩ ବିଳମ୍ବିତ ରାତିରେ ଇସ୍ରାଏଲ ଉପରେ ଇରାନ କ୍ଷେପଣାସ୍ତ୍ର ମାଡ କରିଛି। ଇରାନର ଏହି ଆକ୍ରମଣ ପରେ ପାଶ୍ଚାତ୍ୟ ଦେଶମାନଙ୍କ ରାଗ ବଢିଛି। ଆମେରିକା, ବ୍ରିଟେନ ଏବଂ ଜର୍ମାନୀ ସହିତ ମିଳିତ ଜାତିସଂଘ ମଧ୍ୟ ଏହି ଆକ୍ରମଣକୁ ନିନ୍ଦା କରିଛି। ଇରାନ ଇସ୍ରାଏଲ ଉପରେ ଅନେକ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା, ଏହା ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା। ଆମେରିକା, ବ୍ରିଟେନ, ଜର୍ମାନୀ ଏବଂ ମିଳିତ ଜାତିସଂଘ ମଧ୍ୟ ଏହି ଆକ୍ରମଣକୁ […] The post ଆମେରିକାକୁ ଚେତାବନୀ ଦେଲା ଇରାନ appeared first on Dharitri Odia News.
ତେହରାନ,୧୪।୪: ଏପ୍ରିଲ ୧୩ ବିଳମ୍ବିତ ରାତିରେ ଇସ୍ରାଏଲ ଉପରେ ଇରାନ କ୍ଷେପଣାସ୍ତ୍ର ମାଡ କରିଛି। ଇରାନର ଏହି ଆକ୍ରମଣ ପରେ ପାଶ୍ଚାତ୍ୟ ଦେଶମାନଙ୍କ ରାଗ ବଢିଛି। ଆମେରିକା, ବ୍ରିଟେନ ଏବଂ ଜର୍ମାନୀ ସହିତ ମିଳିତ ଜାତିସଂଘ ମଧ୍ୟ ଏହି ଆକ୍ରମଣକୁ ନିନ୍ଦା କରିଛି।
ଇରାନ ଇସ୍ରାଏଲ ଉପରେ ଅନେକ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା, ଏହା ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା। ଆମେରିକା, ବ୍ରିଟେନ, ଜର୍ମାନୀ ଏବଂ ମିଳିତ ଜାତିସଂଘ ମଧ୍ୟ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ଏହି ସମୟରେ ଇରାନ ଆମେରିକାକୁ ଚେତାବନୀ ଦେଇଛି ଯେ, ଯଦି ୱାଶିଂଟନ ଇସ୍ରାଏଲର ପ୍ରତିଶୋଧ ପରାୟଣ କାର୍ଯ୍ୟକୁ ସମର୍ଥନ କରେ, ତେବେ ଏହା ଆମେରିକାକୁ ମଧ୍ୟ ଟାର୍ଗେଟ କରିବ। ଆମେରିକାର ପ୍ରତିରକ୍ଷା ସଚିବ ଲଏଡ ଅଷ୍ଟିନ କହିଛନ୍ତି, ତାଙ୍କ ଦେଶ ଇରାନ ସହ ଯୁଦ୍ଧ ଚାହୁଁ ନାହିଁ, କିନ୍ତୁ ଏହା କୌଣସି ପରିସ୍ଥିତିରେ ଇସ୍ରାଏଲକୁ ସୁରକ୍ଷା ଦେବ।
ଇରାନ ରବିବାର ଇସ୍ରାଏଲ ଉପରେ ୩୦୦ରୁ ଅଧିକ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ଏହି ଆକ୍ରମଣ ଇରାନ ଦୂତାବାସ ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ କରାଯାଇଥିଲା।
The post ଆମେରିକାକୁ ଚେତାବନୀ ଦେଲା ଇରାନ appeared first on Dharitri Odia News.