ଆମେରିକାକୁ ନାଲି ଆଖି ଦେଖାଇଲା ପାକିସ୍ତାନ
ଇସଲାମାବାଦ,୨।୩: ଆମେରିକାକୁ ନାଲି ଆଖି ଦେଖାଇ ପାକିସ୍ତାନ ଏହାର ନିର୍ଦ୍ଦେଶ ଗ୍ରହଣ କରିବାକୁ ମନା କରିଦେଇଛି। ଘଟଣା ହେଲା, ଆମେରିକା ଏହାର ଏକ ବିବୃତ୍ତିରେ କହିଛି ଯେ ପାକିସ୍ତାନର ସାଧାରଣ ନିର୍ବାଚନରେ ହୋଇଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ନିରପେକ୍ଷତା ଏବଂ ସ୍ବଚ୍ଛତା ସହ ଅନୁସନ୍ଧାନ କରାଯିବା ଉଚିତ। ବର୍ତ୍ତମାନ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରିଛି ଏବଂ ଆମେରିକାର ନିର୍ଦ୍ଦେଶକୁ ଗ୍ରହଣ କରିବାକୁ ମନା କରିଦେଇଛି ଏବଂ କହିଛି ଯେ କୌଣସି ଦେଶ ପାକିସ୍ତାନକୁ ନିର୍ଦ୍ଦେଶ […] The post ଆମେରିକାକୁ ନାଲି ଆଖି ଦେଖାଇଲା ପାକିସ୍ତାନ appeared first on Dharitri Odia News.
ଇସଲାମାବାଦ,୨।୩: ଆମେରିକାକୁ ନାଲି ଆଖି ଦେଖାଇ ପାକିସ୍ତାନ ଏହାର ନିର୍ଦ୍ଦେଶ ଗ୍ରହଣ କରିବାକୁ ମନା କରିଦେଇଛି। ଘଟଣା ହେଲା, ଆମେରିକା ଏହାର ଏକ ବିବୃତ୍ତିରେ କହିଛି ଯେ ପାକିସ୍ତାନର ସାଧାରଣ ନିର୍ବାଚନରେ ହୋଇଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ନିରପେକ୍ଷତା ଏବଂ ସ୍ବଚ୍ଛତା ସହ ଅନୁସନ୍ଧାନ କରାଯିବା ଉଚିତ। ବର୍ତ୍ତମାନ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରିଛି ଏବଂ ଆମେରିକାର ନିର୍ଦ୍ଦେଶକୁ ଗ୍ରହଣ କରିବାକୁ ମନା କରିଦେଇଛି ଏବଂ କହିଛି ଯେ କୌଣସି ଦେଶ ପାକିସ୍ତାନକୁ ନିର୍ଦ୍ଦେଶ ଦେଇ ପାରିବେ ନାହିଁ।
ଶୁକ୍ରବାର ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମମତାଜ ଜାହରା ବାଲୋଚ କହିଛନ୍ତି ଯେ କୌଣସି ଦେଶ ପାକିସ୍ତାନକୁ ନିର୍ଦ୍ଦେଶ ଦେଇ ପାରିବେ ନାହିଁ। ପାକିସ୍ତାନ ଏକ ସ୍ବାଧୀନ ଏବଂ ସାର୍ବଭୌମ ରାଷ୍ଟ୍ର। ମମତାଜ ଜାହରା ବାଲୁଚ କହିଛନ୍ତି ଯେ ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାରରେ ନିଷ୍ପତ୍ତି ନେବାକୁ ଆମର ଅଧିକାର ଅଛି। ସୂଚନାଯୋଗ୍ୟ, ଫେବୃଆରୀ ୮ ରେ ପାକିସ୍ତାନରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଠକେଇ ଅଭିଯୋଗ ରହିଛି। ନିର୍ବାଚନରେ ଠକେଇ ଅଭିଯୋଗରେ ଇମ୍ରାନ ଖାନଙ୍କ ଦଳ ଗୁରୁତର ଅଭିଯୋଗ ଆଣିଛି। ନିକଟରେ ଯେତେବେଳେ ଆମେରିକାର ବୈଦେଶିକ ବିଭାଗକୁ ଏହି ବିଷୟରେ ଏକ ପ୍ରଶ୍ନ ପଚରାଗଲା, ସେତେବେଳେ ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ମ୍ୟାଟ ମିଲର କହିଛନ୍ତି ଯେ ନିର୍ବାଚନରେ କୌଣସି ଠକେଇର ସମ୍ପୂର୍ଣ୍ଣ ସ୍ବଚ୍ଛତା ଏବଂ ନିରପେକ୍ଷତା ସହିତ ଅନୁସନ୍ଧାନ କରାଯିବା ଉଚିତ। ଅନ୍ୟ ଏକ ବିବୃତ୍ତିରେ ମ୍ୟାଟ ମିଲର ଏହା ମଧ୍ୟ କହିଛନ୍ତି ଯେ ପାକିସ୍ତାନ ନିର୍ବାଚନରେ ହୋଇଥିବା ଅଭିଯୋଗକୁ ନେଇ ଆମେ ଚିନ୍ତିତ ଏବଂ ଏହି ଘଟଣାର ଶୀଘ୍ର ଏବଂ ସଠିକ ଭାବରେ ଅନୁସନ୍ଧାନ କରାଯାଉ ବୋଲି ଆମେ ଚାହୁଁ।
The post ଆମେରିକାକୁ ନାଲି ଆଖି ଦେଖାଇଲା ପାକିସ୍ତାନ appeared first on Dharitri Odia News.