ଆମେରିକାର କମେଡିଆନ ବବ ନ୍ୟୁହାର୍ଟଙ୍କ ୯୪ ବର୍ଷରେ ପରଲୋକ

ଡେସ୍କ: ଆମେରିକାର  ଅଭିନେତା ତଥା ହାସ୍ୟରସ କଳାକାର ବବ ନ୍ୟୁହାର୍ଟଙ୍କର ୯୪ ବର୍ଷ ବୟସରେ ପରଲୋକ ଘଟିଛି। ସେ ଗୁରୁବାର ନିଜ ବାସଭବନରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ଦ ନ୍ୟୁୟର୍କ ଟାଇମ୍ସର ରିପୋର୍ଟରେ ତାଙ୍କ ଜନସଂପର୍କ ଅଧିକାରୀ ଜେରୀ ଡିଗ୍ନୀ କହିଛନ୍ତି ଯେ, ବବ ନ୍ୟୁହାର୍ଟ ୧୯୬୦ରେ ଏକ ଚମତ୍କାର ଚରିତ୍ରରେ ହାସ୍ୟ ଜଗତରେ ପ୍ରବେଶ କରିଥିଲେ। ସେ ନିଜ ଲମ୍ବା କ୍ୟାରିୟରରେ ଟେଲିଭିଜନର ଦୁଇଟି ସବୁଠୁ ସ୍ମରଣୀୟ ଧାରାବାହିକରେ ସାମିଲ ହୋଇଥିଲେ। ତାଙ୍କ କମେଡି ଆଲବମ […]

ଆମେରିକାର କମେଡିଆନ ବବ ନ୍ୟୁହାର୍ଟଙ୍କ ୯୪ ବର୍ଷରେ ପରଲୋକ

ଡେସ୍କ: ଆମେରିକାର  ଅଭିନେତା ତଥା ହାସ୍ୟରସ କଳାକାର ବବ ନ୍ୟୁହାର୍ଟଙ୍କର ୯୪ ବର୍ଷ ବୟସରେ ପରଲୋକ ଘଟିଛି। ସେ ଗୁରୁବାର ନିଜ ବାସଭବନରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ଦ ନ୍ୟୁୟର୍କ ଟାଇମ୍ସର ରିପୋର୍ଟରେ ତାଙ୍କ ଜନସଂପର୍କ ଅଧିକାରୀ ଜେରୀ ଡିଗ୍ନୀ କହିଛନ୍ତି ଯେ, ବବ ନ୍ୟୁହାର୍ଟ ୧୯୬୦ରେ ଏକ ଚମତ୍କାର ଚରିତ୍ରରେ ହାସ୍ୟ ଜଗତରେ ପ୍ରବେଶ କରିଥିଲେ। ସେ ନିଜ ଲମ୍ବା କ୍ୟାରିୟରରେ ଟେଲିଭିଜନର ଦୁଇଟି ସବୁଠୁ ସ୍ମରଣୀୟ ଧାରାବାହିକରେ ସାମିଲ ହୋଇଥିଲେ। ତାଙ୍କ କମେଡି ଆଲବମ ‘ଦ ବଟନ-ଡାଉନ ମାଇଂଡ ଅଫ୍‌‌ ବବ ନ୍ୟୁହାର୍ଟ’କୁ ଲୋକେ କେବେ ଭୁଲିପାରିବେ ନାହିଁ। ଏହି ଆଲବମକୁ ୧୯୬୧ର ଗ୍ରାମୀ ପୁରସ୍କାର ମିଳିଥିଲା।