ଆମେରିକାର ‘ୱାନ୍ ବିଗ୍ ବ୍ୟୁଟିଫୁଲ ବିଲ୍’ କ’ଣ, ଭାରତ ଉପରେ ପଡିବ କିପରି ପ୍ରଭାବ?

ନୂଆଦିଲ୍ଲୀ ୭।୬: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ୱାନ ବିଗ ବ୍ୟୁଟିଫୁଲ ବିଲ୍’ ନିକଟରେ ଆମେରିକା ହାଉସ୍ ଅଫ ରିପ୍ରେଜେଣ୍ଟେଟିଭ୍ସ ରେ୨୧୫-୨୧୪ଭୋଟର ମାମୁଲି ଅନ୍ତରରେ ଗୃହୀତ ହୋଇଯାଇଛି। ଏହି ବିଧେୟକରେ ଏକ ଏପରି ପ୍ରାବଧାନ ରହିଛି ଯାହା ବୈଶ୍ୱିକ ରେମିଟାନ୍ସ (ବିଦେଶକୁ ପଠାଯାଉଥିବା ପଇସା) ସ୍ରୋତକୁ ବଦଳାଇ ଦେବ। ଏହାର ସବୁଠୁ ଅଧିକ ପ୍ରଭାବ ପଡୁଥିବା ଦେଶଙ୍କ ମଧ୍ୟରେ ଭାରତ ମଧ୍ୟ ରହିଛି। ତେବେ ସିନେଟରେ ଏହି ବିଲକୁ ତୀବ୍ର ବିରୋଧ କରାଯାଉଛି। ଏହି ବିଲକୁ ବିଶ୍ୱର ଶୀର୍ଷ ଧନୀକ ଏଲନ ମସ୍କ ମଧ୍ୟ ବିରୋଧ କରୁଛନ୍ତି। ଏଥିରେ ଟ୍ରମ୍ପ-ମସ୍କ ସମ୍ପର୍କ ଅଭୂତ ଭାବେ ବଦଳି ଯାଇଛି। ଉଭୟ ପରସ୍ପର ଉପରେ ଏବେ ଆରୋପ ପ୍ରତ୍ୟାରୋପ ଲଗାଉଛନ୍ତି। ମସ୍କ କହିଛନ୍ତି ଯେ କୌଣସି ବିଲ୍ ବଡ଼ ହୋଇପାରେ ଅଥବା ସୁନ୍ଦର ହୋଇପାରେ ହେଲେ ଏକ ସଙ୍ଗରେ ଉଭୟ ହେବା କଷ୍ଟକର। ତେବେ ଆମେରିକାର ଏହି ବିଧେୟକ ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି, କାରଣ ଭାରତକୁ ପ୍ରତି ବର୍ଷ ହଜାର ହଜାର କୋଟି ଡଲାର ରେମିଟାନ୍ସ ରୂପେ ମିଳିଥାଏ, ଯେଉଁଥିରୁ ଅଧିକାଂଶ ସିଧାଶଳଖ ଆମେରିକାରୁ ଆସିଥାଏ। ବିଲ୍ ରେ ବିଦେଶରେ କାମ କରୁଥିବା ପ୍ରଫେସନାଲ, ଗ୍ରୀନକାର୍ଡ ଧାରୀ ଓ ଏଚ-୧ ଭିସାଧାରୀ ଯେଉଁମାନେ ଆମେରିକାରୁ ବିଦେଶକୁ ପଇସା ପଠାଉଛନ୍ତି ସେମାନଙ୍କ ପଇସା ଉପରେ ୩.୫% ଟ୍ୟାକ୍ସ ଲଗାଇବାକୁ ପ୍ରସ୍ତାବ ରହିଛି। ପୂର୍ବରୁ ଏହି ଟ୍ୟାକ୍ସ ୫% ଥିଲା। ତେବେ ଚାପ ପଡିବା ପରେ ଏହା

ଆମେରିକାର ‘ୱାନ୍ ବିଗ୍ ବ୍ୟୁଟିଫୁଲ ବିଲ୍’ କ’ଣ, ଭାରତ ଉପରେ ପଡିବ କିପରି ପ୍ରଭାବ?

ନୂଆଦିଲ୍ଲୀ ୭।୬: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ୱାନ ବିଗ ବ୍ୟୁଟିଫୁଲ ବିଲ୍’ ନିକଟରେ ଆମେରିକା ହାଉସ୍ ଅଫ ରିପ୍ରେଜେଣ୍ଟେଟିଭ୍ସ ରେ୨୧୫-୨୧୪ଭୋଟର ମାମୁଲି ଅନ୍ତରରେ ଗୃହୀତ ହୋଇଯାଇଛି। ଏହି ବିଧେୟକରେ ଏକ ଏପରି ପ୍ରାବଧାନ ରହିଛି ଯାହା ବୈଶ୍ୱିକ ରେମିଟାନ୍ସ (ବିଦେଶକୁ ପଠାଯାଉଥିବା ପଇସା) ସ୍ରୋତକୁ ବଦଳାଇ ଦେବ। ଏହାର ସବୁଠୁ ଅଧିକ ପ୍ରଭାବ ପଡୁଥିବା ଦେଶଙ୍କ ମଧ୍ୟରେ ଭାରତ ମଧ୍ୟ ରହିଛି। ତେବେ ସିନେଟରେ ଏହି ବିଲକୁ ତୀବ୍ର ବିରୋଧ କରାଯାଉଛି। 

ଏହି ବିଲକୁ ବିଶ୍ୱର ଶୀର୍ଷ ଧନୀକ ଏଲନ ମସ୍କ ମଧ୍ୟ ବିରୋଧ କରୁଛନ୍ତି। ଏଥିରେ ଟ୍ରମ୍ପ-ମସ୍କ ସମ୍ପର୍କ ଅଭୂତ ଭାବେ ବଦଳି ଯାଇଛି। ଉଭୟ ପରସ୍ପର ଉପରେ ଏବେ ଆରୋପ ପ୍ରତ୍ୟାରୋପ ଲଗାଉଛନ୍ତି। ମସ୍କ କହିଛନ୍ତି ଯେ କୌଣସି ବିଲ୍ ବଡ଼ ହୋଇପାରେ ଅଥବା ସୁନ୍ଦର ହୋଇପାରେ ହେଲେ ଏକ ସଙ୍ଗରେ ଉଭୟ ହେବା କଷ୍ଟକର। 

ତେବେ ଆମେରିକାର ଏହି ବିଧେୟକ ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି, କାରଣ ଭାରତକୁ ପ୍ରତି ବର୍ଷ ହଜାର ହଜାର କୋଟି ଡଲାର ରେମିଟାନ୍ସ ରୂପେ ମିଳିଥାଏ, ଯେଉଁଥିରୁ ଅଧିକାଂଶ ସିଧାଶଳଖ ଆମେରିକାରୁ ଆସିଥାଏ। ବିଲ୍ ରେ ବିଦେଶରେ କାମ କରୁଥିବା ପ୍ରଫେସନାଲ, ଗ୍ରୀନକାର୍ଡ ଧାରୀ ଓ ଏଚ-୧ ଭିସାଧାରୀ ଯେଉଁମାନେ ଆମେରିକାରୁ ବିଦେଶକୁ ପଇସା ପଠାଉଛନ୍ତି ସେମାନଙ୍କ ପଇସା ଉପରେ ୩.୫% ଟ୍ୟାକ୍ସ ଲଗାଇବାକୁ ପ୍ରସ୍ତାବ ରହିଛି। ପୂର୍ବରୁ ଏହି ଟ୍ୟାକ୍ସ ୫% ଥିଲା। ତେବେ ଚାପ ପଡିବା ପରେ ଏହାକୁ ହ୍ରାସ କରାଯାଇଥିଲା। 

ବିଶ୍ୱବ୍ୟାଙ୍କ ଓ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ଅନୁସାରେ ୨୦୨୪ ମସିହାରେ ଭାରତକୁ ପାଖାପାଖି ୧୨୯ ବିଲିୟନ ଡଲାରର ରେମିଟାନ୍ସ ମିଳିଥିଲା। ଏହି ସମୟରେ ପାକିସ୍ତାନକୁ ୬୭ ବିଲିୟନ ଡଲାର ମିଳିଥିବା ବେଳେ ବାଂଲାଦେଶକୁ ୬୮ ବିଲିୟନ ଡଲାର ମିଳିଥିଲା, ଯାହା ଦୁଇ ଦେଶଙ୍କ ବାର୍ଷିକ ବଜେଟ୍ ଠାରୁ ମଧ୍ୟ ଅଧିକ ଥିଲା। ଏଥିରେ ଯଦି ୩.୫% ଶୁଳ୍କ ଲାଗୁ ହୁଏ ତେବେ ଭାରତକୁ ବିପୁଳ କ୍ଷତିର ସମ୍ମୁଖୀନ ହେବାକୁ ପଡିବ। ଏହି ରାଶି ଭାରତରେ ରହୁଥିବା ଲକ୍ଷଲକ୍ଷ ପରିବାରଙ୍କ ଜୀବିକାର ଆଧାର। 

ଗତ ୧୦ ବର୍ଷରେ ଭାରତର ରେମିଟାନ୍ସ ୫୭% ବଢିଛି। ୨୦୧୪ରୁ ୨୦୨୪ ମଧ୍ୟରେ ଭାରତକୁ ମୋଟ ୯୮୨ ବିଲିୟନ ଡଲାର ରେମିଟାନ୍ସ ମିଳିଛି। ଏହି ଟ୍ୟାକ୍ସର ସବୁଠୁ ବଡ଼ ପ୍ରଭାବ ସେହି ସବୁ ରାଜ୍ୟ ଉପରେ ପଡିବ ଯେଉଁଠି ଏହି ଅର୍ଥରେ ଲୋକଙ୍କ ଘର ଚଳେ, ଯେପରି ମହାରାଷ୍ଟ୍ର, କେରଳ, ଉତ୍ତରପ୍ରଦେଶ ଓ ବିହାର। ଏହି ରାଜ୍ୟଗୁଡିକ ରେମିଟାନ୍ସ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଭାରତର ଅନ୍ତର୍ଜାତୀୟ ପ୍ରବାସୀ ଜନସଂଖ୍ୟା ୧୯୯୦ ମସିହାରେ ୬୬ ଲକ୍ଷ ଥିଲା,ଏହା ୨୦୨୪ ବେଳକୁ ୧୮୫ଲକ୍ଷ ହୋଇଯାଇଛି। 

ଏହି ଭାରତୀୟ ପ୍ରଫେସନାଲମାନେ ଆଇଟି, ସ୍ୱାସ୍ଥ୍ୟ, ଅର୍ଥ ଓ ଇଞ୍ଜିନିୟରିଂ ଭଳି କ୍ଷେତ୍ରରେ କାମ କରନ୍ତି। ତଥ୍ୟ ମୁତାବକ ଆମରିକାରେ ୭୮% ଭାରତୀୟ ଉଚ୍ଚ ଆୟକାରୀ ପେଷାରେ ଅଛନ୍ତି। ଏଣୁ ରେମିଟାନ୍ସ ମଧ୍ୟ ସେହି ଅନୁସାରେ ବଢିଛି। ଏଥିରେ ଗ୍ଲୋବାଲ ଟ୍ରେଡ ରିସର୍ଚ୍ଚ ଇନିସିଏଟିଭ (ଜିଟିଆରଆଇ) ଚେତାବନୀ ଦେଇଛି ଯେ ଯଦି ଏହି ଶୁଳ୍କ ଲାଗୁ ହୁଏ ତେବେ ଭାରତକୁ ବିଦେଶୀ ମୁଦ୍ରା ପ୍ରବାହ ପ୍ରଭାବିତ ହେବ। ଭାରତ ପ୍ରତି ବର୍ଷ ହଜାର ହଜାର କୋଟି ଡଲାର ହରାଇବା ସହ ଅର୍ଥ ବ୍ୟବସ୍ଥାକୁ ଗୁତୁରତ ଝଟକା ଲାଗିବ।