ଆମେରିକାରୁ ଫେରିଲେ ୧୨ ଭାରତୀୟ

ନୂଆଦିଲ୍ଲୀ ; ଆମେରିକାରେ ବେଆଇନ ଭାବେ ରହୁଥିବା ଆଉ କେତେକ ଭାରତୀୟ ଦେଶକୁ ଫେରିଲେ। କିଛି ସମୟ ତଳେ ଏକ... The post ଆମେରିକାରୁ ଫେରିଲେ ୧୨ ଭାରତୀୟ appeared first on .

ଆମେରିକାରୁ ଫେରିଲେ ୧୨ ଭାରତୀୟ

ନୂଆଦିଲ୍ଲୀ ; ଆମେରିକାରେ ବେଆଇନ ଭାବେ ରହୁଥିବା ଆଉ କେତେକ ଭାରତୀୟ ଦେଶକୁ ଫେରିଲେ। କିଛି ସମୟ ତଳେ ଏକ ବିମାନ ଦିଲ୍ଲୀରେ ଏୟାରପୋର୍ଟରେ ପହଞ୍ଚିଛି। ସୂଚନା ଅନୁସାରେ ଏହି ବିମାନରେ ୧୨ ଜଣ ଫେରିଛନ୍ତି। ପ୍ରଥମେ ଏମାନଙ୍କୁ ଭୁଲରେ ପାନାମା ପଠାଇ ଦିଆଯାଇଥିଲା। ଆଜି ଫେରିଥିବା ୧୨ ଜଣଙ୍କ ମଧ୍ୟରୁ ୪ ଜଣ ପଂଜାବର ବୋଲି ଜଣାପଡ଼ିଛି। ଏପର୍ଯ୍ୟନ୍ତ ପ୍ରାୟ ୪ ଶହ ଭାରତୀୟ, ଯେଉଁମାନେ କି ବେଆଇନ ଭାବେ ଆମେରିକାରେ ରହୁଥିଲେ, ସେମାନେ ଦେଶକୁ ଫେରିଛନ୍ତି। ଫେବୃଆରୀ ୫ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୧୦୪ ଜଣ ଫେରିଥିଲେ। ଏହା ପରେ ଆଉ ଦୁଇଟି ବ୍ୟାଚ୍ ରେ ଅନେକ ଭାରତୀୟ ଫେରିଛନ୍ତି। ଡୋନାଲଡ ଟ୍ରମ୍ପ ଦ୍ଵିତୀୟ ଥର ଆମେରିକାର ରାଷ୍ଟ୍ରପତି ହେବା ପରେ ସେଠାରେ ବେଆଇନ ଭାବେ ରହୁଥିବା ବିଭିନ୍ନ ଦେଶର ନାଗରିକଙ୍କୁ ତଡୁଛନ୍ତି। ୨୦୨୨ର ଏକ ସର୍ଭେ ଅନୁସାରେ ଆମେରିକାର ମୋଟ ଜନସଂଖ୍ୟାର ୩ ଦଶମିକ ୩ ପ୍ରତିଶତ ଲୋକ ବେଆଇନ ଭାବେ ସେଠାରେ ରହୁଛନ୍ତି, ଯେଉଁମାନେ କି ଅନ୍ଯ ଦେଶର ନାଗରିକ ଅଟନ୍ତି। ଏପରିକି ୨୦୧୯ରୁ ମେକ୍ସିକୋ ସୀମା ଦେଇ ଆମେରିକାରେ ୬ ଲକ୍ଷ ଶିଶୁ ପ୍ରବେଶ କରିଛନ୍ତି, ଯେଉଁମାନଙ୍କ କାଗଜପତ୍ର ଠିକ୍ ନାହିଁ।

The post ଆମେରିକାରୁ ଫେରିଲେ ୧୨ ଭାରତୀୟ appeared first on .