ଆମେରିକାରେ ତୁଷାରଝଡ଼: ୩,୦୦୦ ବିମାନ ବାତିଲ
ଆଟଲାଣ୍ଟା,୧୨।୧: ଯୁକ୍ତରାଷ୍ଟ୍ର ଆମେରିକାର ଦକ୍ଷିଣ ଭାଗରେ ପ୍ରବଳ ବେଗରେ ପବନ ସାଙ୍ଗକୁ ଭୟାବହ ତୁଷାର ଝଡ଼ ଯୋଗୁ ଶୁକ୍ରବାର ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଫଳରେ ୩,୦୦୦ରୁ ଊର୍ଦ୍ଧ୍ୱ ବିମାନ ଉଡ଼ାଣ ବାତିଲ ହେବା ସହ ଅନେକ ହଜାର ବିମାନ ବିଳମ୍ବିତ ହୋଇଛି। ବିଶେଷକରି ଡେଲ୍ଟା ଏୟାରଲାଇନ୍ସ ସର୍ବାଧିକ ପ୍ରଭାବିତ ହୋଇଛି। ଆଟଲାଣ୍ଟା ଇଣ୍ଟରନ୍ୟାଶନାଲ ଏୟାରପୋର୍ଟର ୫ଟି ରନ୍ଓ୍ବେକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଟେକ୍ସାସ୍ ଏବଂ ଓଖ୍ଲାହୋମା ସମେତ ଆମେରିକାର ଦକ୍ଷିଣ ରାଜ୍ୟଗୁଡ଼ିକରେ ରାସ୍ତାଘାଟ ବରଫାବୃତ୍ତ ହୋଇଯାଇଛି। […] The post ଆମେରିକାରେ ତୁଷାରଝଡ଼: ୩,୦୦୦ ବିମାନ ବାତିଲ appeared first on Dharitri Odia News.
ଆଟଲାଣ୍ଟା,୧୨।୧: ଯୁକ୍ତରାଷ୍ଟ୍ର ଆମେରିକାର ଦକ୍ଷିଣ ଭାଗରେ ପ୍ରବଳ ବେଗରେ ପବନ ସାଙ୍ଗକୁ ଭୟାବହ ତୁଷାର ଝଡ଼ ଯୋଗୁ ଶୁକ୍ରବାର ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଫଳରେ ୩,୦୦୦ରୁ ଊର୍ଦ୍ଧ୍ୱ ବିମାନ ଉଡ଼ାଣ ବାତିଲ ହେବା ସହ ଅନେକ ହଜାର ବିମାନ ବିଳମ୍ବିତ ହୋଇଛି। ବିଶେଷକରି ଡେଲ୍ଟା ଏୟାରଲାଇନ୍ସ ସର୍ବାଧିକ ପ୍ରଭାବିତ ହୋଇଛି। ଆଟଲାଣ୍ଟା ଇଣ୍ଟରନ୍ୟାଶନାଲ ଏୟାରପୋର୍ଟର ୫ଟି ରନ୍ଓ୍ବେକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଟେକ୍ସାସ୍ ଏବଂ ଓଖ୍ଲାହୋମା ସମେତ ଆମେରିକାର ଦକ୍ଷିଣ ରାଜ୍ୟଗୁଡ଼ିକରେ ରାସ୍ତାଘାଟ ବରଫାବୃତ୍ତ ହୋଇଯାଇଛି। ଟେକ୍ସାସ୍ରୁ ଜର୍ଜିଆ ଏବଂ ସାଉଥ୍ କାରୋଲିନା ପର୍ଯ୍ୟନ୍ତ ସ୍କୁଲ୍ ବନ୍ଦ ରହିଛି। ଅଟକି ରହିଥିବା ବାଇକ୍ ଚାଳକମାନଙ୍କୁ ଉଦ୍ଧାର କରିବା ଲାଗି ଆର୍କାନ୍ସାସ୍ ଏବଂ ନର୍ଥ କାରୋଲିନା ପକ୍ଷରୁ ନ୍ୟାଶନାଲ ଗାର୍ଡଙ୍କୁ ଡକାଯାଇଛି। ବିଭିନ୍ନ ରାଜ୍ୟରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି। ଆର୍କାନ୍ସାସ୍ରେ ପ୍ରାୟ ୩୧ ସେ.ମି ବହଳରେ ବରଫ ପଡ଼ିଥିବାବେଳେ ଲିଟିଲ ରକ୍ରେ ୨୫ ସେଣ୍ଟିମିଟର ତୁଷାରପାତ ହୋଇଛି। ତୁଷାର ଝଡ଼ ଯୋଗୁ କେତେକ ଅଞ୍ଚଳରେ ତାପମାତ୍ରା ବିଯୁକ୍ତ ୧୮ ଡିଗ୍ରୀ ସେଲ୍ସିୟସ୍କୁ ଖସିଯାଇଛି। ଏଥିସହିତ ବିଜୁଳି ନ ଥିବାରୁ ଅନେକ ହଜାର ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
The post ଆମେରିକାରେ ତୁଷାରଝଡ଼: ୩,୦୦୦ ବିମାନ ବାତିଲ appeared first on Dharitri Odia News.