ଆମେରିକାରେ ନର୍ସଙ୍କୁ ୭୬୦ ବର୍ଷ ଜେଲ୍, ଘାତକ ଇନସୁଲିନ୍ ଦେଇ ନେଇଛନ୍ତି ଅନେକ ରୋଗୀଙ୍କ ଜୀବନ
ନୂଆଦିଲ୍ଲୀ ୦୫।୦୫: ପେନ୍ସିଲଭାନିଆର ଜଣେ ନର୍ସଙ୍କୁ ୩୮୦-୭୬୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଦୀର୍ଘ ୩ ବର୍ଷ ଧରି ଅନେକ ରୋଗୀଙ୍କୁ ଇନ୍ସୁଲିନ୍ର ଘାତକ ଡୋଜ୍ ଦେଇଥିବାରୁ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହି ଜଘନ୍ୟ ନର୍ସ ହେଉଛନ୍ତି ୪୧ ବର୍ଷୀୟା ହିଦର ପ୍ରେସ୍ଡି । ହତ୍ୟାର ୩ ମାମଲା ସମେତ ୧୯ ହତ୍ୟା ପ୍ରୟାସ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଗତ ଗୁରୁବାର ତାଙ୍କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି । ସୂଚନାଯୋଗ୍ୟ, ଇନ୍ସୁଲିନ୍ରେ ମାତ୍ରାଧିକ ହାଇପୋଗ୍ଲୋଇସିମିଆ ଯୋଗୁ ବ୍ୟକ୍ତିଙ୍କ ହୃତ୍ସ୍ପନ୍ଦନ ହାର ବଢ଼ିପାରେ । ଏପରିକି ହୃଦ୍ଘାତ ମଧ୍ୟ ହୋଇପାରେ । ପିଟ୍ସବର୍ଗର ୪୮ କିମି ଉତ୍ତରରେ ଥିବା ବଟ୍ଲର କାଉଣ୍ଟିର ଏକ କୋର୍ଟରେ ପ୍ରେସ୍ଡିଙ୍କ ମାମଲାର ଶୁଣାଣି ହୋଇଥିଲା । ୨୦୨୦ରୁ ୨୦୨୩ ମସିହା ମଧ୍ୟରେ ୪ କାଉଣ୍ଟିର ୫ ସ୍ୱାସ୍ଥ୍ୟ ସେବା ସଂସ୍ଥାର ଅତିକମ୍ରେ ୧୭ ରୋଗୀଙ୍କ ମୃତ୍ୟୁରେ ପ୍ରେସ୍ଡିଙ୍କ ହାତ ରହିଥିବା ପୀଡ଼ିତଙ୍କ ଓକିଲମାନେ କୋର୍ଟରେ କହିଛନ୍ତି । ପ୍ରେସ୍ଡି ଦେଇଥିବା ଲେଥାଲ ଇନ୍ସୁଲିନର ଶିକାର ହୋଇଥିବା ଲୋକଙ୍କ ବୟସ ୪୩ରୁ ୧୦୪ ବର୍ଷ । ପୀଡ଼ିତଙ୍କ ପରିବାରର ଓକିଲଙ୍କ ଅଭିଯୋଗ ଅନୁସାରେ, ହସ୍ପିଟାଲରେ ପ୍ରେସ୍ଡିଙ୍କ ସହକର୍ମୀମାନେ ସର୍ବଦା ତାଙ୍କ ଆଚରଣ ଉପରେ ପ୍ରଶ୍ନ ଉଠାଉଥିଲେ । ସେ ରୋଗୀଙ୍କ ପ୍ରତି ଘୃଣାଭାବ ପ୍ରଦର୍ଶନ କରୁଥିଲେ ଏବଂ ସେମାନଙ୍କ ବିଷ
ନୂଆଦିଲ୍ଲୀ ୦୫।୦୫: ପେନ୍ସିଲଭାନିଆର ଜଣେ ନର୍ସଙ୍କୁ ୩୮୦-୭୬୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଦୀର୍ଘ ୩ ବର୍ଷ ଧରି ଅନେକ ରୋଗୀଙ୍କୁ ଇନ୍ସୁଲିନ୍ର ଘାତକ ଡୋଜ୍ ଦେଇଥିବାରୁ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହି ଜଘନ୍ୟ ନର୍ସ ହେଉଛନ୍ତି ୪୧ ବର୍ଷୀୟା ହିଦର ପ୍ରେସ୍ଡି । ହତ୍ୟାର ୩ ମାମଲା ସମେତ ୧୯ ହତ୍ୟା ପ୍ରୟାସ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଗତ ଗୁରୁବାର ତାଙ୍କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି । ସୂଚନାଯୋଗ୍ୟ, ଇନ୍ସୁଲିନ୍ରେ ମାତ୍ରାଧିକ ହାଇପୋଗ୍ଲୋଇସିମିଆ ଯୋଗୁ ବ୍ୟକ୍ତିଙ୍କ ହୃତ୍ସ୍ପନ୍ଦନ ହାର ବଢ଼ିପାରେ । ଏପରିକି ହୃଦ୍ଘାତ ମଧ୍ୟ ହୋଇପାରେ । ପିଟ୍ସବର୍ଗର ୪୮ କିମି ଉତ୍ତରରେ ଥିବା ବଟ୍ଲର କାଉଣ୍ଟିର ଏକ କୋର୍ଟରେ ପ୍ରେସ୍ଡିଙ୍କ ମାମଲାର ଶୁଣାଣି ହୋଇଥିଲା । ୨୦୨୦ରୁ ୨୦୨୩ ମସିହା ମଧ୍ୟରେ ୪ କାଉଣ୍ଟିର ୫ ସ୍ୱାସ୍ଥ୍ୟ ସେବା ସଂସ୍ଥାର ଅତିକମ୍ରେ ୧୭ ରୋଗୀଙ୍କ ମୃତ୍ୟୁରେ ପ୍ରେସ୍ଡିଙ୍କ ହାତ ରହିଥିବା ପୀଡ଼ିତଙ୍କ ଓକିଲମାନେ କୋର୍ଟରେ କହିଛନ୍ତି ।
ପ୍ରେସ୍ଡି ଦେଇଥିବା ଲେଥାଲ ଇନ୍ସୁଲିନର ଶିକାର ହୋଇଥିବା ଲୋକଙ୍କ ବୟସ ୪୩ରୁ ୧୦୪ ବର୍ଷ । ପୀଡ଼ିତଙ୍କ ପରିବାରର ଓକିଲଙ୍କ ଅଭିଯୋଗ ଅନୁସାରେ, ହସ୍ପିଟାଲରେ ପ୍ରେସ୍ଡିଙ୍କ ସହକର୍ମୀମାନେ ସର୍ବଦା ତାଙ୍କ ଆଚରଣ ଉପରେ ପ୍ରଶ୍ନ ଉଠାଉଥିଲେ । ସେ ରୋଗୀଙ୍କ ପ୍ରତି ଘୃଣାଭାବ ପ୍ରଦର୍ଶନ କରୁଥିଲେ ଏବଂ ସେମାନଙ୍କ ବିଷୟରେ ଅପମାନଜନକ ପ୍ରତିକ୍ରିୟା ଦେଉଥିଲେ । ୨୨ ଜଣ ରୋଗୀଙ୍କୁ ସେ ମାତ୍ରାଧିକ ଡୋଜ୍ର ଇନ୍ସୁଲିନ ଦେଇଥିଲେ । ଏପରିକି ମଧୁମେହ ଲକ୍ଷଣ ନ ଥିବା ରୋଗୀଙ୍କୁ ମଧ୍ୟ ସେ ଇନ୍ସୁଲିନ ଦେଇଥିଲେ । ରାତିରେ ହସ୍ପିଟାଲରେ କମ୍ କର୍ମଚାରୀଙ୍କ ଉପସ୍ଥିତିର ସୁଯୋଗ ନେଇ ପ୍ରେସ୍ଡି ରାତି ଡ୍ୟୁଟି ସମୟରେ ରୋଗୀଙ୍କୁ ଇନ୍ସୁଲିନ୍ ଦେଉଥିଲେ । ଇନ୍ସୁଲିନ୍ ଡୋଜ୍ ନେବା ପରେ ପରେ ଅଧିକାଂଶ ରୋଗୀଙ୍କ ମୃତ୍ୟୁ ହୋଇଥିଲା । କିଛି ରୋଗୀ ଇନ୍ସୁଲିନ୍ ନେବାର କିଛି ସମୟ ପରେ ପ୍ରାଣ ହରାଇଥିଲେ । ପ୍ରେସ୍ଡିଙ୍କ ବିରୋଧରେ ପ୍ରାରମ୍ଭିକ ମାମଲା ରୁଜୁ ପରେ ତାଙ୍କର ନର୍ସିଂ ଲାଇସେନ୍ସକୁ ଗତ ବର୍ଷ ରଦ୍ଦ କରାଯାଇଥିଲା । ୨୦୨୩ ମସିହା, ମେ’ରେ ତାଙ୍କ ବିରୋଧରେ ଦୁଇଜଣ ନର୍ସିଂହୋମ୍ ରୋଗୀଙ୍କ ହତ୍ୟା ଓ ୩ୟ ଜଣଙ୍କୁ ଆହତ କରିବା ଅଭିଯୋଗ ହୋଇଥିଲା । ତା’ପରେ ଯାଞ୍ଚ୍ରୁ ତାଙ୍କ ବିରୋଧରେ ଅନେକ ଅଭିଯୋଗ ସାମ୍ନାକୁ ଆସିଲା ।
ଗତ ଫେବ୍ରୁଆରୀ ମାସରେ ଶୁଣାଣି ସମୟରେ ପ୍ରେସ୍ଡି ନିଜ ଓକିଲଙ୍କ ସହ ଝଗଡ଼ା କରି ନିଜ ଦୋଷ ସ୍ୱୀକାର କରିବାକୁ ଚାହୁଁଥିବା ଇଙ୍ଗିତ କରିଥିଲେ । ସେ କାହିଁକି ଦୋଷୀ ସାବ୍ୟସ୍ତ ହେବାକୁ ଚାହୁଁଛନ୍ତି ବୋଲି ଜଣେ ଓକିଲ ପଚାରିଥିଲେ । ପ୍ରେସ୍ଡି ଉତ୍ତର ଦେଇଥିଲେ, କାରଣ ମୁଁ ନିଜକୁ ଦୋଷୀ ମାନୁଛି । ଶୁଣାଣି ସମୟରେ ସେ ଅଧିକାଂଶ ପ୍ରଶ୍ନର ଗୋଟିଏ ଶବ୍ଦରେ ଉତ୍ତର ଦେଇଥିଲେ । କୋର୍ଟ ଦସ୍ତାବିଜ ଅନୁସାରେ, ପ୍ରେସ୍ଡି ଏପ୍ରିଲ ୨୦୨୨ ଓ ମେ ୨୦୨୩ ମଧ୍ୟରେ ନିଜ ମା’ଙ୍କୁ ମେସେଜ୍ ଦେଇଥିଲେ । ସେଥିରେ ସେ ଅନେକ ରୋଗୀ ଓ ସହକର୍ମୀଙ୍କୁ ନେଇ ଖୁସି ନ ଥିବା ବିଷୟରେ ଆଲୋଚନା କରିଥିଲେ ଏବଂ ସେଥିପାଇଁ ସେମାନଙ୍କୁ କଷ୍ଟ ଦେଉଛନ୍ତି ବୋଲି କହିଥିଲେ । ରେସ୍ତୋରାଁ ଓ ଅନ୍ୟ ସ୍ଥାନରେ ଭେଟୁଥିବା ଲୋକଙ୍କ ବିଷୟରେ ମଧ୍ୟ ସେ ସମାନ ଧରଣର ଅଭିଯୋଗ କରିଥିଲେ । ପୀଡ଼ିତ ପରିବାରଙ୍କ ମଧ୍ୟରେ ଥିବା ଜଣେ ସଦସ୍ୟ କୋର୍ଟକୁ କହିଛନ୍ତି, ଯେଉଁଦିନ ସକାଳେ ମୋ ବାପାଙ୍କ ହତ୍ୟା କରାଗଲା, ମୁଁ ନିଜେ ସେଦିନ ଏହି ଶୈତାନ(ପ୍ରେସ୍ଡି)ର ଚେହେରା ଦେଖିଲି । ସେ ରୋଗୀ ନୁହେଁ, ପାଗଳ ନୁହେଁ³ ବରଂ ଦୁଷ୍ଟ ବ୍ୟକ୍ତିତ୍ୱବିଶିଷ୍ଟ