ଆମେରିକାରେ ବାତ୍ୟା: ୨୪ ମୃତ

ଆଟଲାଣ୍ଟା, ୨୮।୯: ଦକ୍ଷିଣ ପୂର୍ବ ଆମେରିକାରେ ବାତ୍ୟା ହେଲେନ୍‌ ପ୍ରଭାବରେ ଶୁକ୍ରବାର ସୁଦ୍ଧା ୨୪ ଜଣଙ୍କର ମୃତ୍ୟୁ ଘଟିଛି। ଆମେରିକାର ନ୍ୟାଶ୍‌ନାଲ ହରିକେନ୍‌ ସେଣ୍ଟର(ଏନ୍‌ଏଚ୍‌ସି) ଅନୁଯାୟୀ, ଶୁକ୍ରବାର ହେଲେନ୍‌ ବାତ୍ୟାର ବେଗ ସାମାନ୍ୟ କମି ଘଣ୍ଟା ପ୍ରତି ୧୨୦ କି.ମି.ରେ ପହଞ୍ଚିଥିଲା। ହେଲେନ୍‌ର ସର୍ବାଧିକ ପ୍ରଭାବ ଫ୍ଲୋରିଡା, ଜର୍ଜିଆ, ଦକ୍ଷିଣ ଓ ଉତ୍ତର କାରୋଲିନା ରାଜ୍ୟରେ ରହିଥିବା ନେଇ ଏନ୍‌ଏଚ୍‌ସି କହିଛି। ବାତ୍ୟା ପ୍ରଭାବରେ କେବେଳ ଜର୍ଜିଆରୁ ଅତି କମ୍‌ରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ଗଭର୍ଣ୍ଣର […] The post ଆମେରିକାରେ ବାତ୍ୟା: ୨୪ ମୃତ appeared first on Dharitri Odia News.

ଆମେରିକାରେ ବାତ୍ୟା: ୨୪ ମୃତ

ଆଟଲାଣ୍ଟା, ୨୮।୯: ଦକ୍ଷିଣ ପୂର୍ବ ଆମେରିକାରେ ବାତ୍ୟା ହେଲେନ୍‌ ପ୍ରଭାବରେ ଶୁକ୍ରବାର ସୁଦ୍ଧା ୨୪ ଜଣଙ୍କର ମୃତ୍ୟୁ ଘଟିଛି। ଆମେରିକାର ନ୍ୟାଶ୍‌ନାଲ ହରିକେନ୍‌ ସେଣ୍ଟର(ଏନ୍‌ଏଚ୍‌ସି) ଅନୁଯାୟୀ, ଶୁକ୍ରବାର ହେଲେନ୍‌ ବାତ୍ୟାର ବେଗ ସାମାନ୍ୟ କମି ଘଣ୍ଟା ପ୍ରତି ୧୨୦ କି.ମି.ରେ ପହଞ୍ଚିଥିଲା। ହେଲେନ୍‌ର ସର୍ବାଧିକ ପ୍ରଭାବ ଫ୍ଲୋରିଡା, ଜର୍ଜିଆ, ଦକ୍ଷିଣ ଓ ଉତ୍ତର କାରୋଲିନା ରାଜ୍ୟରେ ରହିଥିବା ନେଇ ଏନ୍‌ଏଚ୍‌ସି କହିଛି। ବାତ୍ୟା ପ୍ରଭାବରେ କେବେଳ ଜର୍ଜିଆରୁ ଅତି କମ୍‌ରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ଗଭର୍ଣ୍ଣର ବ୍ରିୟାନ କେମ୍ପ ସୂଚନା ଦେଇଛନ୍ତି। ସେହିପରି ହେଲେନ୍‌ରେ କ୍ଷତିଗ୍ରସ୍ତ ହୋଇଥିବା ଘରଗୁଡ଼ିକରେ ଏବେ ମଧ୍ୟ ଶତାଧିକ ଫସି ରହିଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଫ୍ଲୋରିଡାରୁ ୭, ଉତ୍ତର କାରୋଲିନାରୁ ୪ ଦକ୍ଷିଣ କାରୋଲିନାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି। ଆମେରିକୀୟ ସଂଘୀୟ ଜରୁରିକାଳୀନ ପରିଚାଳନା ଏଜେନ୍ସି ପକ୍ଷରୁ ଉଦ୍ଧାର କାର୍ଯ୍ୟ ପାଇଁ ୪ ରାଜ୍ୟରେ ୧୫୦୦ରୁ ଅଧିକ କର୍ମୀ ନିୟୋଜିତ ଅଛନ୍ତି।

The post ଆମେରିକାରେ ବାତ୍ୟା: ୨୪ ମୃତ appeared first on Dharitri Odia News.