ଆମେରିକାରେ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ଯା ଅଭିଯୋଗ
ଆଲାବାମା: ଆମେରିକା ଆଲାବାମାରେ ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ଯା। ଘର ଭଡ଼ାକୁ କେନ୍ଦ୍ର କରି ଜଣେ ୭୬ ବର୍ଷ ବୟସ୍କ... The post ଆମେରିକାରେ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ଯା ଅଭିଯୋଗ appeared first on .
ଆଲାବାମା: ଆମେରିକା ଆଲାବାମାରେ ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ଯା। ଘର ଭଡ଼ାକୁ କେନ୍ଦ୍ର କରି ଜଣେ ୭୬ ବର୍ଷ ବୟସ୍କ ଭାରତୀୟଙ୍କୁ ହତ୍ଯା କରାଯାଇଛି। ଆଲାବାମାର ହିଲକ୍ରେଷ୍ଟ ମୋଟେଲର ମାଲିକ ପ୍ରବୀଣ ରାଓଜିଭାଇ ପଟେଲଙ୍କୁ ଦୁର୍ବୃତ୍ତ ହତ୍ଯା କରିଥିବା ଅଭିଯୋଗ ହୋଇଛି।
ଘର ଭଡ଼ା ବିବାଦକୁ କେନ୍ଦ୍ର କରି ପଟେଲଙ୍କୁ ୩୪ ବର୍ଷ ବୟସ୍କ ୱିଲିୟମ ଜେରେମି ମୋରେ ଗୁଳି କରି ହତ୍ଯା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ମୋଟେଲର ଏକ ରୁମ ଭଡ଼ା ନେତା ଲାଗି ମୋରେ ଚାହିଁଥିଲା। ମାତ୍ର ରୁମ ଦେବାକୁ ମନା କରିବାରୁ ମୋରେ ନିଜ ବନ୍ଧୁକରୁ ଗୁଳି ଚଳାଇ ପଟେଲଙ୍କୁ ହତ୍ଯା କରିଥିଲା। ଗୁଳିକାଣ୍ଡ ପରେ ମୋରେକୁ ଗିରଫ କରିଛି ପୋଲିସ।
The post ଆମେରିକାରେ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ଯା ଅଭିଯୋଗ appeared first on .