ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼: ୩୯ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
ପିଏଡ୍ମୋଣ୍ଟ,୧୬ା୩: ଆମେରିକାରେ ତାଣ୍ଡବ ରଚିଛି ଘୂର୍ଣ୍ଣଝଡ଼। ଘୂର୍ଣ୍ଣଝଡ଼ରେ ସୋମବାର ସୁଦ୍ଧା ୩୯ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଶୁକ୍ରବାର ରାତିରେ କେନ୍ଦ୍ରୀୟ ଓ ଦକ୍ଷିଣ ଆମେରିକାରେ ଏହି ସାମୁଦ୍ରିକ ଝଡ଼ ବ୍ୟାପକ କ୍ଷୟକ୍ଷତି କରିଛି। ଘୂର୍ଣ୍ଣଝଡ଼ରେ ପବନର ବେଗ ୧୦୦ କିଲୋମିଟରରୁ ଅଧିକ ରହିଥିଲା। ଫଳରେ ଅନେକ ଘର ଭାଙ୍ଗିଯାଇ ଯାନବାହନ କ୍ଷତିଗ୍ରସ୍ତ ହୋଇଛି। ମିସୌରୀରେ ଅନୂ୍ୟନ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବାତ୍ୟାରେ ଜଙ୍ଗଲ ନିଆଁ ବ୍ୟାପିବା ସହ ଧୂଳିଝଡ଼ ହୋଇଥିଲା। […] The post ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼: ୩୯ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା appeared first on Dharitri Odia News.
ପିଏଡ୍ମୋଣ୍ଟ,୧୬ା୩: ଆମେରିକାରେ ତାଣ୍ଡବ ରଚିଛି ଘୂର୍ଣ୍ଣଝଡ଼। ଘୂର୍ଣ୍ଣଝଡ଼ରେ ସୋମବାର ସୁଦ୍ଧା ୩୯ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଶୁକ୍ରବାର ରାତିରେ କେନ୍ଦ୍ରୀୟ ଓ ଦକ୍ଷିଣ ଆମେରିକାରେ ଏହି ସାମୁଦ୍ରିକ ଝଡ଼ ବ୍ୟାପକ କ୍ଷୟକ୍ଷତି କରିଛି। ଘୂର୍ଣ୍ଣଝଡ଼ରେ ପବନର ବେଗ ୧୦୦ କିଲୋମିଟରରୁ ଅଧିକ ରହିଥିଲା। ଫଳରେ ଅନେକ ଘର ଭାଙ୍ଗିଯାଇ ଯାନବାହନ କ୍ଷତିଗ୍ରସ୍ତ ହୋଇଛି।
ମିସୌରୀରେ ଅନୂ୍ୟନ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବାତ୍ୟାରେ ଜଙ୍ଗଲ ନିଆଁ ବ୍ୟାପିବା ସହ ଧୂଳିଝଡ଼ ହୋଇଥିଲା। ଏଥିରେ ମିସୌରୀ, ଇଲିନୋଇସ୍ ଏବଂ ମିସିସିପି ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଜଙ୍ଗଲ ନିଆଁରେ ବହୁ ଘର ଜଳିଯାଇଛି।
The post ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼: ୩୯ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା appeared first on Dharitri Odia News.