ଆମେରିକୀୟ ଫାଇଟର ଜେଟ୍‌କୁ ଧ୍ବସଂ କର, ନେଇଯାଅ ୧.୪୧ କୋଟିର ପୁରସ୍କାର

ନୂଆଦିଲ୍ଲୀ ୧୮।୦୭: ସୈନ୍ୟଙ୍କୁ ଅଜବ ଆଦେଶ । ଯିଏ ଆମେରିକୀୟ ଫାଇଟର ଜେଟ୍‌କୁ ଧ୍ବସଂ କରିବ, ତାକୁ ମିଳିବ ୧.୪୧ କୋଟି ଟଙ୍କାର ପୁରସ୍କାର ରାଶି । ଏପରି ଆଦେଶ ଦେଇଛି ରୁଷ୍‌ର ରକ୍ଷା ମନ୍ତ୍ରାଳୟ । ସେ କହିଛନ୍ତି ଯିଏ ସର୍ବପ୍ରଥମେ ଆମେରିକୀୟ ଫାଇଟର ଜେଟ୍‌ ଏଫ୍‌-୧୫ ଓ ଏଫ୍‌-୧୬କୁ ମାରି ଧ୍ୱସ୍ତ କରିଦେବ, ସରକାରଙ୍କ ତରଫରୁ ତାଙ୍କୁ ୧.୫ କୋଟି ରୁବଲ୍ସ ଦିଆଯିବ । ଅର୍ଥାତ୍‌ ୧.୪୧ କୋଟି ଟଙ୍କା । ବାସ୍ତବରେ ଆମେରିକା ସମେତ ଅନ୍ୟ ୟୁରୋପୀୟ ଦେଶ ୟୁକ୍ରେନକୁ ସାହାଯ୍ୟ କରିବାକୁ ଏଭଳି ଫାଇଟର ଜେଟ୍‌ ଦେଉଛନ୍ତି । ଏଥିପାଇଁ ରୁଷ ଏପରି ଘୋଷଣା କରିଛି । ଗତ ୧୬ ତାରିଖରେ ରୁଷ୍‌ର ତେଲ ନିର୍ଗତ ଲାଗି ଯନ୍ତ୍ର ନିର୍ମାଣକାରୀ ଏକ କମ୍ପାନି ଏହି ଘୋଷଣା କରିଛି । କମ୍ପାନି ଏହି ଅଫର୍‌ ରୁଷ୍‌ ରକ୍ଷା ମନ୍ତ୍ରାଳୟକୁ ଦେଇଥିଲା । ଏହି ଖବର ଋଷର ନ୍ୟୁଜ୍ ଏଜେନ୍ସି TASS ଦ୍ୱାରା ମଧ୍ୟ ପ୍ରମାଣିତ ହୋଇଛି ।   କମ୍ପାନିର ଡେପ୍ୟୁଟି ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର ଫର୍‌ ସୋସିଆଲ ୱର୍କ ଇଲିୟା ପୋତେନିନ ଏକ ଭିଡିଓ ଜାରି କରି ଏହା କହିଛନ୍ତି । ୟୁକ୍ରେନର ଟ୍ୟାଙ୍କ୍‌ଗୁଡ଼ିକୁ ନଷ୍ଟ କରିବା ପାଇଁ ରୁଷ୍‌ର କିଛି ସୈନ୍ୟଙ୍କୁ ସମ୍ମାନିତ କରାଯାଉଥିବା ସମୟରେ ଏହି ଘୋଷଣା କରାଯାଇଥିଲା । ଏହା ପୂର୍ବରୁ ଫୋରେସ୍‌ କମ୍ପାନିର ସିଇଓ ସର୍ଗେଈ ଶ୍ମୋତ୍ୟିଭ ଗତ ଜୁନ୍‌ରେ ଏଭଳି ଘୋଷଣା କରିଥିଲେ । ସେ କହିଥିଲେ, ଯେଉଁ ସୈନ୍ୟ ପ୍ରଥମ ୟୁକ୍ରେନ ଟ୍ୟାଙ୍କ୍‌ ଧ୍

ଆମେରିକୀୟ ଫାଇଟର ଜେଟ୍‌କୁ ଧ୍ବସଂ କର, ନେଇଯାଅ ୧.୪୧ କୋଟିର ପୁରସ୍କାର

ନୂଆଦିଲ୍ଲୀ ୧୮।୦୭: ସୈନ୍ୟଙ୍କୁ ଅଜବ ଆଦେଶ । ଯିଏ ଆମେରିକୀୟ ଫାଇଟର ଜେଟ୍‌କୁ ଧ୍ବସଂ କରିବ, ତାକୁ ମିଳିବ ୧.୪୧ କୋଟି ଟଙ୍କାର ପୁରସ୍କାର ରାଶି । ଏପରି ଆଦେଶ ଦେଇଛି ରୁଷ୍‌ର ରକ୍ଷା ମନ୍ତ୍ରାଳୟ । ସେ କହିଛନ୍ତି ଯିଏ ସର୍ବପ୍ରଥମେ ଆମେରିକୀୟ ଫାଇଟର ଜେଟ୍‌ ଏଫ୍‌-୧୫ ଓ ଏଫ୍‌-୧୬କୁ ମାରି ଧ୍ୱସ୍ତ କରିଦେବ, ସରକାରଙ୍କ ତରଫରୁ ତାଙ୍କୁ ୧.୫ କୋଟି ରୁବଲ୍ସ ଦିଆଯିବ । ଅର୍ଥାତ୍‌ ୧.୪୧ କୋଟି ଟଙ୍କା । 

ବାସ୍ତବରେ ଆମେରିକା ସମେତ ଅନ୍ୟ ୟୁରୋପୀୟ ଦେଶ ୟୁକ୍ରେନକୁ ସାହାଯ୍ୟ କରିବାକୁ ଏଭଳି ଫାଇଟର ଜେଟ୍‌ ଦେଉଛନ୍ତି । ଏଥିପାଇଁ ରୁଷ ଏପରି ଘୋଷଣା କରିଛି । ଗତ ୧୬ ତାରିଖରେ ରୁଷ୍‌ର ତେଲ ନିର୍ଗତ ଲାଗି ଯନ୍ତ୍ର ନିର୍ମାଣକାରୀ ଏକ କମ୍ପାନି ଏହି ଘୋଷଣା କରିଛି । କମ୍ପାନି ଏହି ଅଫର୍‌ ରୁଷ୍‌ ରକ୍ଷା ମନ୍ତ୍ରାଳୟକୁ ଦେଇଥିଲା । 

ଏହି ଖବର ଋଷର ନ୍ୟୁଜ୍ ଏଜେନ୍ସି TASS ଦ୍ୱାରା ମଧ୍ୟ ପ୍ରମାଣିତ ହୋଇଛି ।   କମ୍ପାନିର ଡେପ୍ୟୁଟି ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର ଫର୍‌ ସୋସିଆଲ ୱର୍କ ଇଲିୟା ପୋତେନିନ ଏକ ଭିଡିଓ ଜାରି କରି ଏହା କହିଛନ୍ତି । ୟୁକ୍ରେନର ଟ୍ୟାଙ୍କ୍‌ଗୁଡ଼ିକୁ ନଷ୍ଟ କରିବା ପାଇଁ ରୁଷ୍‌ର କିଛି ସୈନ୍ୟଙ୍କୁ ସମ୍ମାନିତ କରାଯାଉଥିବା ସମୟରେ ଏହି ଘୋଷଣା କରାଯାଇଥିଲା । 

ଏହା ପୂର୍ବରୁ ଫୋରେସ୍‌ କମ୍ପାନିର ସିଇଓ ସର୍ଗେଈ ଶ୍ମୋତ୍ୟିଭ ଗତ ଜୁନ୍‌ରେ ଏଭଳି ଘୋଷଣା କରିଥିଲେ । ସେ କହିଥିଲେ, ଯେଉଁ ସୈନ୍ୟ ପ୍ରଥମ ୟୁକ୍ରେନ ଟ୍ୟାଙ୍କ୍‌ ଧ୍ୱସ୍ତ କରିବେ, ତାଙ୍କୁ ୫୦ ଲକ୍ଷ ରୁବଲ୍ସ ବା ୪ କୋଟି ୭୩ ଲକ୍ଷ ଟଙ୍କା ଦିଆଯିବ । ଏହାପରେ ଅନ୍ୟ ଟ୍ୟାଙ୍କ୍‌ ଧ୍ୱସ୍ତ କରିବା ପାଇଁ ୫ ଲକ୍ଷ ରୁବଲ୍ସ ଅର୍ଥାତ୍‌ ୪୭ ଲକ୍ଷ ୫୦ ଟଙ୍କା ମିଳିବ । 

ୟୁକ୍ରେନକୁ ଏବେ ଡଚ୍‌ ଓ ଡେନ୍‌ମାର୍କ ସରକାର ମିଳିତ ଭାବେ ଏଫ୍‌-୧୬ ଫାଇଟର ଜେଟ୍‌ ଯୋଗାଉଛନ୍ତି । ଖୁବ୍‌ଶୀଘ୍ର ୟୁକ୍ରେନ୍‌କୁ ଏହି ଫାଇଟର ଜେଟ୍‌ର ପ୍ରଥମ ବ୍ୟାଚ୍‌ ମିଳିବ ବୋଲି ଆଶା କରାଯାଉଛି । ୟୁରୋପୀୟ ଦେଶମାନେ ମିଳିତ ଭାବେ ୟୁକ୍ରେନକୁ ୮୫ଟି ଏଫ୍‌-୧୬ ଫାଇଟର ଜେଟ୍‌ ଦେବାକୁ କହିଛନ୍ତି । ନରୱେ ଓ ବେଲଜିୟମ୍‌ ମଧ୍ୟ ୫୦ରୁ ଅଧିକ ଏଫ୍‌-୧୬ ଫାଇଟର ଜେଟ୍‌ ଦେବାକୁ ପ୍ରସ୍ତୁତ ଅଛନ୍ତି । 

୨୦୨୮ ସୁଦ୍ଧା ଏହି ଜେଟ୍‌ ୟୁକ୍ରେନକୁ ମିଳିବ । ନରୱେ ୨୨ ଫାଇଟର ଜେଟ୍‌ ପଠାଇବ । ଏଫ୍‌-୧୬ ଫାଇଟର ଜେଟ୍‌ ଏଆଇଏମ୍‌-୯ଏଲ୍‌ ସାଇଡ୍‌ୱିଣ୍ଡର୍‌ ମିସାଇଲଯୁକ୍ତ । ଏହି ମିସାଇଲ ରୁଷ୍‌ର ଟ୍ୟାଙ୍କ୍‌, ବିମାନ, ଅସ୍ତ୍ରଶସ୍ତ୍ରକୁ ଧ୍ୱସ୍ତ କରିଦେବ । ସେତିକି ନୁହେଁ, ଏହା ଏଆଇଏମ୍‌-୧୨୦ ଆଡ୍‌ଭାନ୍ସ ମିଡିୟମ୍‌ ରେଞ୍ଜ୍‌ ମିସାଇଲ ମଧ୍ୟ ବହନ କରିଛି ।