ଆମେରିକୀୟ ସେନା ଇରାନ ଉପରେ ବୋମା ବର୍ଷଣ କରିବାବେଳେ ଓ୍ବାର୍‌ ରୁମ୍‌ରେ ବସିଥିଲେ ଟ୍ରମ୍ପ, ସାମ୍ନାକୁ ଆସିଲା ଫଟୋ

ଓ୍ବାଶିଂଟନ,୨୨ା୬: ଯେତେବେଳେ ଆମେରିକୀୟ ସେନା ଇରାନ ଉପରେ ବୋମା ବର୍ଷା କରୁଥିଲା ସେତେବେଳେ ରାଷ୍ଟ୍ରପତି ଟ୍ରମ୍ପ ଓ୍ବାର୍‌ ରୁମ୍‌ ବା ଯୁଦ୍ଧ କକ୍ଷରେ ଉପସ୍ଥିତ ଥିଲେ। ଏହି ସମୟର ଫଟୋ ଏବେ ସାମ୍ନାକୁ ଆସିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆମେରିକା ଇରାନର ତିନୋଟି ପରମାଣୁ ଘାଟିକୁ ଧ୍ୱଂସ କରିଦେଇଛି। ଏହି ସମୟରେ ହାଉସ ସୂଚନା ଦେଇଛି କହିଛି ଯେ, ଯେତେବେଳେ ଆମେରିକୀୟ ସେନା ଇରାନ ଉପରେ ବିମାନ ଆକ୍ରମଣ କରିଥିଲା, ସେତେବେଳେ ରାଷ୍ଟ୍ରପତି ଟ୍ରମ୍ପ, ଉପରାଷ୍ଟ୍ରପତି […] The post ଆମେରିକୀୟ ସେନା ଇରାନ ଉପରେ ବୋମା ବର୍ଷଣ କରିବାବେଳେ ଓ୍ବାର୍‌ ରୁମ୍‌ରେ ବସିଥିଲେ ଟ୍ରମ୍ପ, ସାମ୍ନାକୁ ଆସିଲା ଫଟୋ appeared first on Dharitri Odia News.

ଆମେରିକୀୟ ସେନା ଇରାନ ଉପରେ ବୋମା ବର୍ଷଣ କରିବାବେଳେ ଓ୍ବାର୍‌ ରୁମ୍‌ରେ ବସିଥିଲେ ଟ୍ରମ୍ପ, ସାମ୍ନାକୁ ଆସିଲା ଫଟୋ

ଓ୍ବାଶିଂଟନ,୨୨ା୬: ଯେତେବେଳେ ଆମେରିକୀୟ ସେନା ଇରାନ ଉପରେ ବୋମା ବର୍ଷା କରୁଥିଲା ସେତେବେଳେ ରାଷ୍ଟ୍ରପତି ଟ୍ରମ୍ପ ଓ୍ବାର୍‌ ରୁମ୍‌ ବା ଯୁଦ୍ଧ କକ୍ଷରେ ଉପସ୍ଥିତ ଥିଲେ। ଏହି ସମୟର ଫଟୋ ଏବେ ସାମ୍ନାକୁ ଆସିଛି।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆମେରିକା ଇରାନର ତିନୋଟି ପରମାଣୁ ଘାଟିକୁ ଧ୍ୱଂସ କରିଦେଇଛି।

ଏହି ସମୟରେ ହାଉସ ସୂଚନା ଦେଇଛି କହିଛି ଯେ, ଯେତେବେଳେ ଆମେରିକୀୟ ସେନା ଇରାନ ଉପରେ ବିମାନ ଆକ୍ରମଣ କରିଥିଲା, ସେତେବେଳେ ରାଷ୍ଟ୍ରପତି ଟ୍ରମ୍ପ, ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହିତ ଯୁଦ୍ଧ କକ୍ଷରେ ଉପସ୍ଥିତ ଥିଲେ ଏବଂ ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନଜର ରଖିଥିଲେ।

ସେ ଆମେରିକୀୟ ସେନାର ଆହୁରି ପ୍ରଶଂସା କରି କହିଥିଲେ, ‘ଆମର ମହାନ ଯୋଦ୍ଧାମାନଙ୍କୁ ଅଭିନନ୍ଦନ! ବିଶ୍ୱର ଅନ୍ୟ କୌଣସି ସେନା ଏହା କରିପାରିବ ନାହିଁ।’ ଏହା ସହିତ ସେ କହିଥିଲେ ବର୍ତ୍ତମାନ ଶାନ୍ତିର ସମୟ। ତଥାପି ଏହି ଆକ୍ରମଣ ଉପରେ ଇରାନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ।

ଟ୍ରମ୍ପ ଇରାନକୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଏହା ଶାନ୍ତିର ପଥ ନ ବାଛେ ତେବେ ଆମେରିକାର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପୂର୍ବ ଅପେକ୍ଷା ଅଧିକ ତୀବ୍ର ହେବ। ଏହା ସହିତ ସେ କହିଛନ୍ତି, ଆମେରିକୀୟ ସେନା ରବିବାର ପେଣ୍ଟାଗନରେ ଏକ ସାମ୍ବାଦିକ ସମ୍ମିଳନୀ କରିବ। ଯେଉଁଥିରେ ଏହି ସାମରିକ ଅଭିଯାନ ସହିତ ଜଡ଼ିତ ଅଧିକ ସୂଚନା ଶେୟାର କରାଯିବ।

ଟ୍ରମ୍ପ କହିଛନ୍ତି, ସେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଉତ୍ତମ ସମନ୍ବୟରେ କାମ କରିଛନ୍ତି। ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଗଭୀର ସହଯୋଗର ପ୍ରଶଂସା କରି କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ଆମେ ପୂର୍ବରୁ କେବେ ହୋଇନଥିବା ପରି ଏକ ଦଳ ଭାବରେ କାମ କରିଛୁ। ଇସ୍ରାଏଲ ସାମ୍ନାରେ ଥିବା ସବୁଠାରୁ ବଡ଼ ବିପଦକୁ ଦୂର କରିବା ପାଇଁ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛୁ ବୋଲି ଟ୍ରମ୍ପ କହିଛନ୍ତି।

The post ଆମେରିକୀୟ ସେନା ଇରାନ ଉପରେ ବୋମା ବର୍ଷଣ କରିବାବେଳେ ଓ୍ବାର୍‌ ରୁମ୍‌ରେ ବସିଥିଲେ ଟ୍ରମ୍ପ, ସାମ୍ନାକୁ ଆସିଲା ଫଟୋ appeared first on Dharitri Odia News.